ETV Bharat / state

ଚଳଚଞ୍ଚଳ ଦ୍ୱିତୀୟ ଶ୍ରୀକ୍ଷେତ୍ର, 108 ଗରା ଜଳରେ ସ୍ନାନ କଲେ ଦାରୁବ୍ରହ୍ମ

author img

By

Published : Jun 4, 2023, 8:32 PM IST

ଆଜି ହେଉଛି ଦେବ ସ୍ନାନ ପୂର୍ଣ୍ଣିମା । ପ୍ରଭୁ ଜଗନ୍ନାଥ ଏବଂ ଭକ୍ତମାନଙ୍କ ମଧ୍ୟରେ ଏକ ନିଆରା ପର୍ବ । ମୟୂରଭଞ୍ଜର ବାରିପଦା ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ନୀତି ସମ୍ପର୍ଣ୍ଣ । ଅଧିକ ପଢ଼ନ୍ତୁ

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାବାହୁ
୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାବାହୁ

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାବାହୁ

ରାଇରଙ୍ଗପୁର: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବର୍ଷର ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ବଡ଼ ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଚକ୍ରଧର ସୁଦର୍ଶନ ରତ୍ନସିଂହାସନରୁ ବାହାରି ସ୍ନାନ ମଣ୍ଡପ ବା ସ୍ନାନ ବେଦିକୁ ବିଜେ କରିଥାନ୍ତି । ଏହି ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧ ମୟୂରଭଞ୍ଜର ବାରିପଦା ଠାରେ ହରିବଳଦେବ ଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ନୀତିକ୍ରାନ୍ତି ସୂଚୀ ଅନୁଯାୟୀ ଆଜି ସମସ୍ତ କାର୍ଯ୍ୟ ସମାପନ ହୋଇଛି । ସକାଳ ୫.୩୦ ସମୟରୁ ସ୍ନାନ ମଣ୍ଡପକୁ ଗୋଟି ପହଣ୍ଡିରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରିଥିଲେ । ଏହାପରେ ଗଙ୍ଗାଙ୍କ ଆବାହନ କରାଯାଇ ଅମୃତ ସ୍ନାନ, ପଇଡ ପାଣି ସ୍ନାନ ଏବଂ ତାପରେ ୧୦୮ କୁମ୍ଭ ଜଳରେ ଶ୍ରୀଜିଉମାନଙ୍କର ଦେବସ୍ନାନ ନୀତି ସମ୍ପର୍ଣ୍ଣ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ସ୍ନାନଯାତ୍ରା ବେଳେ ଅଘଟଣ: ସ୍ନାନ ମଣ୍ଡପରେ ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି

ସ୍ନାନ ଯାତ୍ରା ପରେ ତିନି ଠାକୁରଙ୍କ ଚନ୍ଦନ ବେଶ ଏବଂ ଫୁଲ ବେଶ ହୋଇ ସାହାଣମେଲା ରୀତିକାନ୍ତି ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ଶ୍ରୀଜିଉମାନେ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ତେବେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସହରର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ଶତାଧିକ ଭକ୍ତମାନଙ୍କର ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ପୁଣି ଭଗବାନ ଓ ଭକ୍ତ ଏକାଠି ହୋଇଛନ୍ତି । ସହରବାସୀ ପ୍ରଭୁଙ୍କ ଏହି ଦିବ୍ୟ ଦର୍ଶନ ପାଇଁ ଭୋର ସକାଳୁ ମନ୍ଦିର ନିକଟରେ ଉପସ୍ଥିତ ହୋଇଥିଲେ । ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।


ଏହାବି ପଢ଼ନ୍ତୁ: ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ସେପଟେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା। ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ଲାଭ କରିଥିଲେ । ମନ୍ଦିର ଭିତରେ ଠାକୁରଙ୍କ ନୀତିକାନ୍ତି ସମ୍ପର୍ଣ୍ଣ ପରେ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ରୀତିନୀତି ଅନୁସାରେ ଶ୍ରୀଜିଉମାନଙ୍କୁ ୧୦୮ ଗରା ପାଣିରେ ସ୍ନାନ କାର୍ଯ୍ୟ କରାଯାଇଥିଲା। ସ୍ନାନ କାର୍ଯ୍ୟ ପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ତେବେ ଶାନ୍ତିପୂର୍ଣ୍ଣ ଭାବେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରି ଭାବ ବିହ୍ବଳ ହୋଇ ପଡ଼ିଥିଲେ।

ଅଧିକ ପଢ଼ନ୍ତୁ: ସ୍ନାନଯାତ୍ରା ହେଲା ଅନ୍ତିମ ଯାତ୍ରା, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.