ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ

author img

By ETV Bharat Odisha Team

Published : Oct 14, 2023, 2:33 PM IST

Updated : Oct 14, 2023, 6:35 PM IST

similipal sanctuary
similipal sanctuary

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବାରିପଦା ପାଠାବଟା ଗେଟ୍ ନିକଟରୁ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

similipal sanctuary

ରାଇରଙ୍ଗପୁର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ପିଠାବଟା ଗେଟ୍ ନିକଟରୁ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି । ସେହିପରି ଯଶିପୁର ସ୍ଥିତ କାଳିକା ପ୍ରସାଦରେ ଗେଟରେ ମଧ୍ୟ ପର୍ଯ୍ୟଟକଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ତେବେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ଯଶିପୁର ସ୍ଥିତ କାଳିଆଣୀ ଗେଟରୁ ପ୍ରତ୍ୟେକ ଦିନ ୩୫ଟି ଗାଡି ଏବଂ ବାରିପଦା ସ୍ଥିତ ପିଠାବଟା ଗେଟରୁ ୨୫ଟି ଗାଡି ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବ ବୋଲି ବନବିଭାଗ ପକ୍ଷରୁ ସ୍ଥିର କରାଯାଇଛି । ଉକ୍ତ ଦୁଇଟି ଗେଟରେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ତିନି ଘଣ୍ଟା ପାଇଁ ବୁକିଂ କାଉଣ୍ଟର ଖୋଲା ରହିବ । ପର୍ଯ୍ୟଟକମାନେ ବୁକିଂ କାଉଣ୍ଟରରୁ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ଧାର୍ଯ୍ୟ ଶୁଳ୍କ ଦେଇ ଅନୁମତି ପତ୍ର ପାଇପାରିବେ । ଏଥିପାଇଁ ପ୍ରତି ପର୍ଯ୍ୟଟକଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି ।

ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନେ ପ୍ଲାଷ୍ଟିକ ସାମଗ୍ରୀ, ଆମିଷ ଖାଦ୍ୟ, ମାଚିସ, ଲାଇଟର, ମାଦକ ଦ୍ରବ୍ୟ ଆଦି ସାମଗ୍ରୀ ନେଇଯିବାକୁ ବ୍ୟାନ କରାଯାଇଛି । ସେପଟେ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରିଯାପନ ପାଇଁ www.ecotourism.com ୱେବସାଇଟରେ ଅଗ୍ରୀମ ବୁକିଂ କରିପାରିବେ । ଗାଇଡ ଲାଇନ ଅନୁଯାୟୀ, ଶିମିଳିପାଳ ବୁଲିବା ପାଇଁ ପର୍ଯ୍ୟଟକମାନେ ପ୍ରତି ଗାଡ଼ିରେ ଜଣେ ଗାଇଡକୁ ସାଥିରେ ନେଇଯିବାର ନିୟମ ରହିଛି ।

ଏହା ମଧ୍ୟ ପଢନ୍ତୁ-ଅକ୍ଟୋବର ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ଗାଇଡଲାଇନ ଅନୁଯାୟୀ, ଶିମିଳିପାଳ ବୁଲିବା ପାଇଁ ପର୍ଯ୍ୟଟକମାନେ ପ୍ରତି ଗାଡ଼ିରେ ଜଣେ ଗାଇଡକୁ ସାଥିରେ ନେବେ । ଏଥିସହିତ ପୂର୍ବାହ୍ନ ୩ଟା ସମୟ ପୂର୍ବରୁ ଯୋରନ୍ଦା ଓ ବରେହିପାଣି, ପୂର୍ବାହ୍ନ ୪ଟା ସମୟ ପୂର୍ବରୁ ଚହଲା ଏବଂ ସନ୍ଧ୍ୟା ୫ଟା ପୂର୍ବରୁ ଗେଟ୍ ବାହାରକୁ ଫେରିଯିବା ପାଇଁ ନିର୍ଦ୍ଦେଶାବଳୀ ରହିଛି । ତେବେ ଚଳିତ ବର୍ଷ ଶିମିଳିପାଳ କର୍ତ୍ତୃପକ୍ଷ ଦୁଃସାହାସିକ କ୍ରୀଡା, ମାଉଣ୍ଟେନ ସାଇକେଲି, ନେଚର ଗେମିଙ୍ଗ ଓ ଜଙ୍ଗଲ ସଫାରୀ ଭଳି କିଛି ନୂତନ ଜିନିଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରିଛନ୍ତି । ସେହିପରି ଯେଉଁ ପର୍ଯ୍ୟଟକମାନେ ରାତ୍ରି ରହଣି ପାଇଁ ବୁକିଂ କରିଥିବେ ସେମାନେ ବରେହିପାଣି, ଗୁଡଗୁଡିଆ, ଜାମୁଆଣି, କୁମାରୀ, ରାମତୀର୍ଥ ଆଦି ସ୍ଥାନରେ ରହିପାରିବେ । ଏଥିନିମନ୍ତେ ଏସବୁ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Oct 14, 2023, 6:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.