ETV Bharat / state

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

author img

By

Published : Jul 17, 2022, 9:56 AM IST

Updated : Jul 17, 2022, 12:23 PM IST

ଡାହାଣୀ ସନ୍ଦେହରେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା
ଡାହାଣୀ ସନ୍ଦେହରେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜାମଦା ଥାନା ଅନ୍ତର୍ଗତ ବଡାମତଳିଆ ଗାଁରେ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ବିଜ୍ଞାନ ଯୁଗରେ ବି ଅନ୍ଧ ବିଶ୍ବାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି ଲୋକେ । କେତେବେଳେ ଗୁଣି ଗାରେଡି ସନ୍ଦେହରେ କାହାକୁ ହତ୍ୟା କରାଯାଉଛି ତ ପୁଣି କାହାକୁ ଗାଁରୁ ବାସନ୍ଦ କରାଗଲାଣି । ରାଇରଙ୍ଗପୁରଲ ଅଞ୍ଚଳରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ଲୋକେ । ମୃତ ବୃଦ୍ଧା ଜଣକ ହେଲେ ମୟୂରଭଞ୍ଜ ଜାମଦା ଥାନା ଅନ୍ତର୍ଗତ ବଡାମତଳିଆ ଗାଁର ଗାଙ୍ଗୀ ଜମୁଦା ।

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ସୂଚନା ଅନୁଯାୟୀ, ଜାମଦା ଥାନା ବଡାମତଳିଆ ଗ୍ରାମର ଗାଙ୍ଗୀ ଜମୁଦା ନଳକୂପକୁ ଗାଧେଇବାକୁ ଯାଇଥିଲେ । ଏହି ସମୟରେ ପଡୋଶୀ ମଦନ ପିଙ୍ଗୁଆ ଡାହାଣୀ ସନ୍ଦେହ କରି ବୃଦ୍ଧାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକେ ଗାଙ୍ଗୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା । ଜାମଦା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ମଦନ ପିଙ୍ଗୁଆକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Jul 17, 2022, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.