ETV Bharat / state

ନିଟ୍ ପରୀକ୍ଷା ଫଳ ପ୍ରକାଶିତ, ବାରିପଦାର 4 କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

author img

By

Published : Oct 17, 2020, 7:35 PM IST

ନିଟ୍ ପରୀକ୍ଷା ଫଳ ପ୍ରକାଶିତ, ବାରିପଦାର 4 କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ନିଟ୍ ପରୀକ୍ଷା ଫଳ ପ୍ରକାଶିତ, ବାରିପଦାର 4 କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଶୁକ୍ରବାର ପ୍ରକାଶ ପାଇଛି ନିଟ୍ ପରୀକ୍ଷା ଫଳ । ପ୍ରକାଶିତ ରେଜଲ୍ଟରେ ଏଥର ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ଏକ ଘରୋଇ କୋଚିଂ ସେଣ୍ଟରେ ପଢୁଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ ଛାତ୍ର ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ଏହି ୪ଜଣ କୃତୀ ଛାତ୍ରଙ୍କୁ ଉକ୍ତ କୋଚିଂ ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢନ୍ତୁ...

ବାରିପଦା: ଶୁକ୍ରବାର ପ୍ରକାଶ ପାଇଛି ନିଟ୍ ପରୀକ୍ଷା ଫଳ । ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ବିଳମ୍ବରେ ପରୀକ୍ଷା କରାଯାଇଥିବାବେଳେ ରେଜଲ୍ଟ କିନ୍ତୁ ଠିକ ସମୟରେ ପ୍ରକାଶିତ ହୋଇଛି ।

ନିଟ୍ ପରୀକ୍ଷା ଫଳ ପ୍ରକାଶିତ, ବାରିପଦାର 4 କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପ୍ରକାଶିତ ରେଜଲ୍ଟରେ ଏଥର ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ଏକ ଘରୋଇ କୋଚିଂ ସେଣ୍ଟରେ ପଢୁଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ ଛାତ୍ର ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ମାନସ ମହାପାତ୍ର ୬୧୪ ନମ୍ବର ରଖିଥିବାବେଳେ ଅର୍ପିତ କୁମାର ପଣ୍ଡା ୬୦୫ ନମ୍ବର ରଖିଛନ୍ତି । ସେହିପରି ଜନଜାତି ବର୍ଗର କାର୍ତ୍ତିକା ମୁର୍ମୁ ୩୯୪ ନମ୍ବର ଏବଂ ଉମେଶ ସର୍ଦ୍ଦାର ୪୦୦ ନମ୍ବର ରଖି ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଆଜି ଏହି ୪ଜଣ କୃତୀ ଛାତ୍ରଙ୍କୁ ଉକ୍ତ କୋଚିଂ ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହାସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରାଯାଇଛି । ତେବେ ଏହି ୪ ଜଣ କୃତୀ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ବିଭିନ୍ନ ଦିଗରୁ ଛୁଟୁଛି ପ୍ରଶଂସାର ସୁଅ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.