ETV Bharat / state

୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ, ୩ ଗିରଫ

author img

By ETV Bharat Odisha Team

Published : Dec 29, 2023, 9:39 AM IST

brown sugar seized in Baripada
ବାରିପଦାରୁ ବ୍ରାଉନସୁଗାର ଜବତ

Brown Sugar Seized: ବାରିପଦାରୁ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ । ଟାଉନ ଥାନା ପୋଲିସ ଅତର୍କିତ ଚଢ଼ାଉ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଅଧିକ ପଢ଼ନ୍ତୁ

ବାରିପଦାରୁ ବ୍ରାଉନସୁଗାର ଜବତ

ରାଇରଙ୍ଗପୁର: ସାରା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ବ୍ରାଉନସୁଗାର କାରବାର । ଏଭଳି ମାରାତ୍ମକ ନିଶା କବଳରେ ପଡ଼ି ପଥଭ୍ରଷ୍ଟ ହେଉଛନ୍ତି ଆଜିକାର ଯୁବ ସମାଜ । ତେବେ ଖୁଲମଖୁଲା ଚାଲିଥିବା ଧଳା ଜହର ବେପାରକୁ ଦମନ କରିବା ପାଇଁ ଆକ୍ଟିଭ ମୁଡ୍‌ରେ ପୋଲିସ । ବ୍ରାଉନସୁଗାର କରାବାର ଚାଲିଥିବା ବେଳେ ଅତର୍କିତ ଭାବରେ ଚଢ଼ାଉ କରି ବେପାରୀଙ୍କୁ କାବୁ କଲା ପୋଲିସ । 5 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୂନଗଡ଼ିଆ ଅଞ୍ଚଳର ଗଳା ପୋଲ ନିକଟରେ ଥିବା ଏକ ଦୋକାନରେ ବ୍ରାଉନସୁଗାର କାରବାର ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । ଧଳା ଜହର ବେପାରୀମାନେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଆଣି ବାରିପଦାରେ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ । ପୂର୍ବରୁ ଯୋଜନା ଅନୁଯାୟୀ ବାରିପଦା ଟାଉନ ଥାନା ପୋଲିସର ଏକ ଟିମ ଉକ୍ତ ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରି ୫୩ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ । ଏଥି ସହିତ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତକୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ୫ଟି ମୋବାଇଲ ଫୋନ ଓ ୨୫୦୦ ଟଙ୍କା ଜବତ କରିଛି ବାରିପଦା ଟାଉନ ଥାନା ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ଭଦ୍ରକରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୨ ଗିରଫ

ତେବେ ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ବାରିପଦା ଟାଉନ ଥାନା ଅନ୍ତର୍ଗତ ସୁନଗଡ଼ିଆର ଅଜିତ ବେହେରା, କବିତା ବେହେରା ଓ ଫୁକୁଳ ମୁଖୀ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହି ତିନି ଜଣ ଅଭିଯୁକ୍ତ ବ୍ରାଉନସୁଗାର କାରବାରରେ ଲିପ୍ତ ରହି ପୋଲିସ ଦ୍ବାରା ଗିରଫ ହୋଇଥିଲେ । ଅନ୍ୟ ଜିଲ୍ଲାରୁ ବ୍ରାଉନସୁଗାର ଆଣି ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲ୍ଲାରେ ବେପାର କରୁଥିବାର ପୋଲିସ ନିକଟରେ ସ୍ବୀକାର ମଧ୍ୟ କରିଛନ୍ତି ।

ତେବେ ବାରିପଦାରେ ବ୍ରାଉନସୁଗାର କାରବାର ହେଉଥିବାର ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାର ଚେର ଜିଲ୍ଲାର ଆଉ କେଉଁ କେଉଁ ସ୍ଥାନକୁ ଲମ୍ବିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଉକ୍ତ ଘଟଣାକୁ ନେଇ ବାରିପଦା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହିତ ତିନି ଜଣ ଅଭିଯୁକ୍ତକୁ ଗିରଫ କରି ଆଜି ବାରିପଦା କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.