ETV Bharat / state

ଭଦ୍ରକରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୨ ଗିରଫ

author img

By

Published : Jul 24, 2023, 9:59 AM IST

brown sugar seized
brown sugar seized

ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କରିଲା ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ପୋଲିସ । 12.25 ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ସହିତ ୨ଜଣ ଗିରଫ । ଅଧିକ ପଢନ୍ତୁ

brown sugar seized

ଭଦ୍ରକ: ଗ୍ରାମାଞ୍ଚଳ ଥାନା ପୋଲିସକୁ ସଫଳତା । ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । 12.25 ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ସହିତ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ଯୁବକ ହେଉଛନ୍ତି ପଡୋଶୀ ଯାଜପୁର ଜିଲ୍ଲାର ଶ୍ୟାମ ସୁନ୍ଦର ଜେନା ଏବଂ ପ୍ରତାପ ଜେନା ବୋଲି ଜଣାପଡିଛି । ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବ୍ରାଉନ ସୁଗାର ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ରାହାଞ୍ଜ ଛକ ନିକଟରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ସେହି ସମୟରେ ଗୋଟିଏ ବାଇକରେ ୨ ଜଣ ଯୁବକ ବାଲେଶ୍ବରରୁ ଯାଜପୁର ଆଡକୁ ଯାଉଥିଲେ । ପୋଲିସ ସେମାନଙ୍କୁ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଅଟକାଉଥିବା ଦେଖି ଦ୍ରୁତ ଗତିରେ ସେମାନେ ବାଇକ ନେଇ ଖସି ପଳାଉଥିବା ବେଳେ ଗ୍ରାମାଞ୍ଚଳ ଥାନା ପୋଲିସ ଦୁଇ ଯୁବକଙ୍କୁ ଗୋଡ଼ାଇ ଧରିଥିଲା । ପରେ ୨ ଜଣ ଯୁବକଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ 12.25 ଗ୍ରାମ ଓଜନର ବ୍ରାଉନ ସୁଗାର ବାହାରି ଥିଲା । ପରେ ସେମାନଙ୍କୁ ଥାନାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ତେବେ ତଦନ୍ତ ସମୟରେ ଏହି ଦୁଇ ଜଣ ନିଶା ମାଫିଆ ଅନେକ ଦିନ ଧରି ଏହି କାରବାର କରୁଥିଲେ ବୋଲି ଜାଣିବାକୁ ପାଇଛି ପୋଲିସ । ତେଣୁ ଏହି କାରବାର ପାଇଁ ସେମାନେ ବିଭିନ୍ନ ସ୍ଥାନରେ ସେମାଙ୍କର ନେଟୱାର୍କ ସ୍ଥାପନ କରିଥିବା ନେଇ ଜଣାପଡିଛି । ଅନ୍ୟପଟେ ସେମାନଙ୍କ ନିକଟରୁ ଗୋଟିଏ ବାଇକ ଏବଂ ତିନୋଟି ମୋବାଇଲ ଫୋନକୁ ଜବତ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସେମାନଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନରୁ ମିଳିଥିବା ତଥ୍ୟକୁ ଭିତ୍ତି କରି ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ପୁରୀ ପୋଲିସର ସ୍କାନରରେ ନିଶା ମାଫିଆ, ୪ଜଣ ବ୍ରାଉନ ସୁଗାର ବେପାରୀ ଗିରଫ

ଯାହାକି ସେମାନେ କେଉଁ ଠାରୁ ଏତେ ପରିମାଣର ବ୍ରାଉନ ସୁଗାର ଆଣିଥିଲେ ଏବଂ କେଉଁ ସ୍ଥାନକୁ ନେଇ ଯାଉଥିଲେ ସେନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥିସହ ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା । ଏହି ସମ୍ପର୍କରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସଡ଼ିପିଓ ସୌରଭ ଓତା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.