ETV Bharat / state

ମାଛ ଧରିବାକୁ ଯାଇ ଯୁବକ ନିଖୋଜ ଘଟଣା: ମହୁପୁରା ଘାଟ ନିକଟରୁ ମିଳିଲା ମୃତଦେହ

author img

By

Published : May 24, 2020, 1:14 PM IST

Updated : May 24, 2020, 2:36 PM IST

ମାଛ ଧରିବାକୁ ଯାଇ ଯୁବକ ନିଖୋଜ ଘଟଣା: ମହୁପୁରା ଘାଟ ନିକଟରୁ ମିଳିଲା ମୃତଦେହମାଛ ଧରିବାକୁ ଯାଇ ଯୁବକ ନିଖୋଜ ଘଟଣା: ମହୁପୁରା ଘାଟ ନିକଟରୁ ମିଳିଲା ମୃତଦେହମାଛ ଧରିବାକୁ ଯାଇ ଯୁବକ ନିଖୋଜ ଘଟଣା: ମହୁପୁରା ଘାଟ ନିକଟରୁ ମିଳିଲା ମୃତଦେହ
ମାଛ ଧରିବାକୁ ଯାଇ ଯୁବକ ନିଖୋଜ ଘଟଣା: ମହୁପୁରା ଘାଟ ନିକଟରୁ ମିଳିଲା ମୃତଦେହ

ବୁଢ଼ାବଳଙ୍ଗ ନଦୀରେ ଶନିବାର ମାଛ ଧରୁଥିବା ବେଳେ ଯୁବକ ନିଖୋଜ ହୋଇଥିଲେ । ରବିବାର ସେହି ମହୁପୁରା ଘାଟ ନିକଟରୁ ମୃତଦେହ ମିଳିଛି। ବଡସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବାରିପଦା: ଜିଲ୍ଲା ବଡସାହି ଥାନା ମହୁପୁରା ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରେ ଶନିବାର ମାଛ ଧରୁଥିବା ବେଳେ ଯୁବକ ନିଖୋଜ ହୋଇଥିଲେ । ରବିବାର ସେହି ମହୁପୁରା ଘାଟ ନିକଟରୁ ମିଳିଛି ମୃତଦେହ । ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମହୁପୁରା ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରେ ମାଛ ଧରୁଥିବା ବେଳେ ଶନିବାର ଜଣେ ଯୁବକ ନିଖୋଜ ହୋଇଥିଲେ । ସୂଚନାନୁଯାୟୀ, ନିଖୋଜ ହୋଇଥିବା ଯୁବକ ଜଣଙ୍କ ମହୁପୁରା ଗାଁର ରମାକାନ୍ତ ମହାନ୍ତ ।

ମାଛ ଧରିବାକୁ ଯାଇ ଯୁବକ ନିଖୋଜ ଘଟଣା: ମହୁପୁରା ଘାଟ ନିକଟରୁ ମିଳିଲା ମୃତଦେହ

'ଅମ୍ଫାନ' ପାଇଁ ବୁଢ଼ାବଳଙ୍ଗ ନଦୀରେ ପାଣି ବଢିଥିବା ବେଳେ ଯୁବକ ଜଣଙ୍କ ଗଭୀର ନଦୀ ଭିତରେ ମାଛ ଧରୁଥିବାବେଳେ ନିଖୋଜ ହୋଇଥିଲେ । ଶନିବାର ବଡସାହି ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଖୋଜ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତେବେ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ରମାକାନ୍ତଙ୍କ ପତ୍ତା ପାଇଁ ନଥିଲେ । ରବିବାର ସକାଳେ ଯୁବକଙ୍କ ମୃତଦେହ ବୁଢ଼ାବଳଙ୍ଗ ନଦୀ ମହୁପୁରା ଘାଟ ନିକଟରେ ଭାସୁଥିବା ଗ୍ରାମବାସୀ ଦେଖିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ବଡସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated :May 24, 2020, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.