ETV Bharat / state

ପଣସ ଖାଇବାକୁ ଆସି ଜଣଙ୍କୁ ଦଳିଦେଲା ଦନ୍ତା

author img

By

Published : Jun 17, 2022, 3:35 PM IST

a man dies by elephant attack in rairangpur
ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅଞ୍ଚଳରେ । ବିଶୋଇ ବ୍ଲକ ଅନ୍ତର୍ଗତ ଦେଓପଟା ଗ୍ରାମର ରତନ ସୋରେନ ଗତକାଲି ରାତିରେ ପରିସ୍ରା ପାଇଁ ବାହାରକୁ ବାହାରିଥିବା ସମୟରେ ଦନ୍ତା ହାତୀର ହାବୁଡ଼ରେ ପଡ଼ିଥିଲେ । ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିଲା ।

ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ତେବେ ତାଙ୍କ ବାଡ଼ିରେ ଥିବା ପାଚିଲା ପଣସ ଖାଇବାକୁ ଆସିଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ମଣଦା ବନବିଭାଗ ଓ ବିଶୋଇ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.