ETV Bharat / state

ବାତ୍ୟା ‘ୟସ’ ପ୍ରଭାବରେ ମୟୁରଭଞ୍ଜରେ ପ୍ରବଳ ବର୍ଷା , ଫୁଲୁଛି ବୁଢ଼ାବଳଙ୍ଗ

author img

By

Published : May 26, 2021, 11:30 PM IST

ବାତ୍ୟା ୟସ ପ୍ରଭାବରେ ମୟୁରଭଞ୍ଜରେ ପ୍ରବଳ ବର୍ଷା , ଫୁଲୁଛି ବୁଢ଼ାବଳଙ୍ଗ
ବାତ୍ୟା ୟସ ପ୍ରଭାବରେ ମୟୁରଭଞ୍ଜରେ ପ୍ରବଳ ବର୍ଷା , ଫୁଲୁଛି ବୁଢ଼ାବଳଙ୍ଗ

‘ୟସ’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଫଳରେ ଧିରେ ଧିରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ...

ବାରିପଦା: ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ ହେବା ପରେ ମୟୁରଭଞ୍ଜ ଆଡକୁ ମୁହାଁଇଛି । ତେବେ ଏହାର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ବର୍ଷା ପାଇଁ ଧିରେ ଧିରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଉଛି ।

ବାତ୍ୟା ୟସ ପ୍ରଭାବରେ ମୟୁରଭଞ୍ଜରେ ପ୍ରବଳ ବର୍ଷା , ଫୁଲୁଛି ବୁଢ଼ାବଳଙ୍ଗ

ବାତ୍ୟା ୟସ ଲ୍ୟାଣ୍ଡଫଲ ପ୍ରକ୍ରିୟା ସରିବା ପରେ ବାଲେଶ୍ଵର ଓ ଭଦ୍ରକରେ ତାଣ୍ଡବ ରଚିଥିଲା । ତେବେ ବାତ୍ୟା ୟସ ଏବେ ମୟୂରଭଞ୍ଜ ଆଡକୁ ମୁହାଁଇଛି। ଏହାର ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ, ଜଶିପୁର, କରଞ୍ଜିଆ , କୁସୁମୀ ଆଦି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି ।

ଉପର ମୁଣ୍ଡାରେ ବର୍ଷା କାରଣରୁ ଏବେ ବୁଢ଼ାବଳଙ୍ଗ ନଦୀରେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଉଛି । ସୂଚନା ମୁତାବକ କୁସୁମୀ ବ୍ଲକ ରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଶିମିଳିପାଳ ଅଭୟାରଣ୍ୟ ଭଞ୍ଜବସାରେ ୧୫୨ ମିଲି ମିଟର, ବରେହିପାଣିରେ ୧୧୫ ଓ ନଅଣା ନର୍ଥରେ ୧୧୧ ମିଲିମିଟର ସର୍ବାଧିକ ପରିମାଣର ବର୍ଷା ରେକର୍ଡ କରାଯାଇଛି ।

ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରୁ ପାଖାପାଖି ଲକ୍ଷେ ଲୋକଙ୍କୁ ଆଜି ସୁଦ୍ଧା ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି ୯ ଟି ଏନଡିଆରଏଫଟିମ, ୩ଟି ଓଡ୍ରାଫ ଟିମ ପ୍ରସ୍ତୁତ ରହିଛନ୍ତି। ମୟୂରଭଞ୍ଜ ଏସପି ଓ ଜିଲ୍ଲାପାଳ ନିଜେ ବୁଢ଼ାବଳଙ୍ଗ ନଦୀ ତଟ ବୁଲି ସ୍ଥିତି ପରଖିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.