ETV Bharat / state

ପ୍ରେମ ପାଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !

author img

By

Published : Jun 4, 2021, 11:24 AM IST

ପ୍ରେମ ପାଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !
ପ୍ରେମ ପାଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !

ମୟୂରଭଞ୍ଜ ଜିଲ୍ଲା ଧାନଷୋଳ ଗାଁରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । ପ୍ରେମ ପାଇଁ ଏହି ଆତ୍ମହତ୍ୟା ଘଟିଥିବା ସନ୍ଦେହ । ଅଧିକ ପଢନ୍ତୁ...

ବାରିପଦା: ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀଯୁଗଳ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଧାନଶୋଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ପ୍ରେମୀ ଯୁଗଳ ସ୍ଥାନୀୟ ଦରଖୁଳି ଗାଁର ବାଉଳା ସିଂ ଓ ସୀମା ସିଂ ବୋଲି ଜଣାପଡିଛି । ଝୁଲନ୍ତା ଅବସ୍ଥାରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ପ୍ରେମ ପାଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !

ସୂଚନାଯୋଗ୍ୟ, ଆଜି(ଶୁକ୍ରବାର) ସକାଳେ ଧାନଶୋଳ ଗାଁ ମୁଣ୍ଡରେ ଥିବା ଏକ ମହୁଲ ଗଛରୁ ସେହି ଯୁବକ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରେମ ଜନିତ ବ୍ୟାପାରରୁ ଉଭୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଭୟ ମୃତଦେହ ଜବତ କରିଛି । ପୋଲିସର ଅଧିକ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.