ETV Bharat / state

ରାଇରଙ୍ଗପୁରରେ ପାଳିତ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

author img

By

Published : Jun 5, 2020, 12:43 PM IST

ରାଇରଙ୍ଗପୁରରେ ପାଳିତ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । କୋରୋନା ମହାମାରୀ ଯୋଗୁଁ ମହାବାହୁଙ୍କ ଅପୂର୍ବ ବେଶକୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଅଧିକ ପଢନ୍ତୁ....

Debasnana purnima celebrated in Rairangpur
ରାଇରଙ୍ଗପୁରରେ ପାଳିତ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ରାଇରଙ୍ଗପୁର : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା । ପ୍ରତ୍ୟେକବର୍ଷ ରାଇରଙ୍ଗପୁର ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ବେଶ୍ ଧୁମଧାମ ସହକାରେ ପାଳନ କରାଯାଏ । ହେଲେ ଚଳିଚ ବର୍ଷ କିନ୍ତୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସୀମିତ ସେବାୟତଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଛି।

ରାଇରଙ୍ଗପୁରରେ ପାଳିତ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

କୋଭିଡ଼-19 ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ 144 ଧାରା ଲାଗୁ କରାଯାଇଛି। ତେଣୁ ବିନା ଭକ୍ତଙ୍କ ଉପସ୍ଥିତିରେ ସାମାଜିକ ଦୂରତା ବଜାୟ ରଖି କିଛି ସେବାୟତଙ୍କ ଦ୍ବାରା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଆରତୀ ନୀତି ସମ୍ପନ୍ନ ପରେ ରତ୍ନ ସିଂହାସନ ଛାଡି ପହଣ୍ଡି ବିଜେ କରିଥିଲେ । ପରେ ସ୍ନାନ ଯାତ୍ରା ଓ ଗଜାନନ ବେଶ ଧାରଣ କରିବାର ବିଧି ରହିଛି । ଚଳିତବର୍ଷ କୋରୋନା କଟକଣା ଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏବିରଳ ଦୃଶ୍ୟ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ବଞ୍ଚିତ ହୋଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.