ETV Bharat / state

ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

author img

By

Published : Oct 21, 2020, 10:00 PM IST

ନଦୀରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ନଦୀରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଅଧିକ ପଢନ୍ତୁ......

ରାଇରଙ୍ଗପୁର: ନଦୀରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜଶିପୁର ଅଞ୍ଚଳରେ।

ନଦୀରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଜଶୀପୁର ଥାନା ଅଧୀନ ଜଶୀପୁର ହାଟ ନିକଟ ଖଇରୀଭଣ୍ଡନ ନଦୀରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଗଡତଳସାହି ଗାଁର ସୁଶୀଲ ବେହେରାଙ୍କ ବୋଲି ଚିହ୍ନଟ କରିଥିଲା ।

ସେପଟେ ନୂଆଗାଁର ସଂଜୀବ କୁମାର ମହାନ୍ତଙ୍କ ନାଁରେ ପିଟିପିଟି ହତ୍ୟା କରିଥିବା ଥାନାରେ ଅଭିଯୋଗ ଆଣିଥିଲେ ପରିବାର ଲୋକେ। ମଙ୍ଗଳବାର ଠାରୁ ମୃତକ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି। ଜଶିପୁର ଥାନା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇବା ସହ ଅଭିଯୁକ୍ତ ସଂଜୀବକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.