ETV Bharat / state

ବିଦାୟ ନେଲା ଅହିଂସା ରଥ, ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା

author img

By

Published : Oct 2, 2022, 10:14 AM IST

ଖୋର୍ଦ୍ଧା ଜିଲ୍ଲାରୁ ବିଦାୟ ନେଇଛି ଅହିଂସା ରଥ । ଶାନ୍ତି ଓ ମୈତ୍ରୀର ବାର୍ତ୍ତା ନେଇ ଆରମ୍ଭ ହୋଇଥିଲା ଅହିଂସା ରଥ । ଅଧିକ ପଢ଼ନ୍ତୁ

ବିଦାୟ ନେଲା ଅହିଂସା ରଥ, ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା
ବିଦାୟ ନେଲା ଅହିଂସା ରଥ, ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରୁ ବିଦାୟ ନେଇଛି ଅହିଂସା ରଥ । ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଅହିଂସା ରଥ ଶନିବାର ଖୋର୍ଦ୍ଧା ଜିଲ୍ଲାରୁ ବିଦାୟ ନେଇଛି । ଗତ ୪ ଦିନ ଧରି ଏହି ରଥ ଶାନ୍ତି ମୈତ୍ରୀର ବାର୍ତ୍ତା ବଣ୍ଟନ କରିଥିଲା । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ଟି ଗାଡିକୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇଥିଲା । ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଇଥିଲା ।

ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ, ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରଥକୁ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯିବା ପରେ ଖୋର୍ଦ୍ଧା ଉପଖଣ୍ତର ବାଲୁଗାଁ, ବାଣପୁର ବିଜ୍ଞାପିତ ଅଞ୍ଜଳ, ବାଣପୁର, ଚିଲିକା, ଟାଙ୍ଗି, ବୋଲଗଡ, ବେଗୁନିଆ ବ୍ଲକ ବୁଲି ସାରିବା ପରେ ଏହି ରଥ ଶନିବାର ଖୋର୍ଦ୍ଧା ବ୍ଲକ ଓ ପୌରସଂସ୍ଥା ଅଞ୍ଚଳରେ ପହଞ୍ଚିଥିଲା ।

ବିଦାୟ ନେଲା ଅହିଂସା ରଥ, ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା

ଶନିବାର ପ୍ରଥମେ ଖୋର୍ଦ୍ଧା ବ୍ଲକର ପୁବୁସାହି ଓ ଏବଂ ତାପଙ୍ଗ ପଞ୍ଚାୟତରେ ଏହାକୁ ଜୋରଦାର ସ୍ବାଗତ କରାଯାଇଥିଲା । ସେଠାରେ ବିଡିଓ କ୍ଷୀରାବ୍ଧି ତନୟା ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ, ଜନପ୍ରତିନିଧି, ଆଶା, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଗଡ଼ିବା ପରେ ଅପରାହ୍ନରେ ଖୋର୍ଦ୍ଧା ବକ୍ସିଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲା ।

ସେଠାରେ ପାଇକ, ଘୋଡାନାଚ, ବାଘନୃତ୍ୟ, ଓଡିଶୀ ନୃତ୍ୟ ମାଧ୍ୟମରେ ରଥକୁ ସ୍ବାଗତ କରାଯାଇଥିଲା(ahimsa rath) । ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ପୌରକର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏହାକୁ ସ୍ବାଗତ କରିଥିଲେ । ପରେ ଏହି ରଥକୁ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ପୌରପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ତହସିଲଦାର ତଥା ପୌରନିର୍ବାହୀ ଅଧିକାରୀ ଇପସିତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରେଇ, ବ୍ଲକ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ବିଦାୟ ଦେଇଥିଲେ ।

ପରେ ମକୁନ୍ଦପ୍ରସାଦ ଦେଇ ଭୁବନେଶ୍ବର ଫେରିଯାଇଥିଲା । ସୂଚନା ଯୋଗ୍ୟ ଜିଲ୍ଲାର ସମସ୍ତ ବ୍ଲକରେ ଚାଲୁଥିବା ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ହାତରେ ତ୍ରିରଙ୍ଗା ପତାକା ଧରି ରଥକୁ ବିପୁଳ ସ୍ୱାଗତ କରିଥିଲେ । ଛାତ୍ରଛାତ୍ରୀ ମଧ୍ୟ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ ।

ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି କରିଥିବା ବେଳେ ୭୬ ବର୍ଷରେ ପାଦ ଦେଇଛି । ଏହି ବର୍ଷକୁ ସ୍ମରଣୀୟ କରିବା ଲାଗି ରାଜ୍ୟ ସରକାର ଏଭଳି ଏକ ଉଦ୍ୟମ କରିଥିଲେ । ପ୍ରତିଟି ଦେଶବାସୀଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଲାଗି ଏଭଳି ଅହିଂସା ରଥର ଶୁଭାରମ୍ଭ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.