ETV Bharat / state

ଭିଜିଲାନ୍ସ ଜାଲରେ ମାଲକାନଗିରି ଏନଆରଏଚଏମ୍ ଡିପିଏମ ସୁଦୀପ

author img

By

Published : Jan 6, 2021, 9:35 PM IST

vigilance raid in Malkangiri NRHM DPM Sudip
ଭିଜିଲାନ୍ସ ଜାଲରେ ମାଲକାନଗିରି ଏନଆରଏଚଏମ୍ ଡିପିଏମ ସୁଦୀପ

ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଏନଆରଏଚଏମ୍ ର ଡିପିଏମ ସୁଦୀପ କେଶ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଅଧିକ ପଢନ୍ତୁ...

ମାଲକାନଗିରି: ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆଜି(ବୁଧବାର) ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଏନଆରଏଚଏମ୍ ର ଡିପିଏମ ସୁଦୀପ କେଶ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ।

ଭିଜିଲାନ୍ସ ଜାଲରେ ମାଲକାନଗିରି ଏନଆରଏଚଏମ୍ ଡିପିଏମ ସୁଦୀପ
ଘଟଣା ଅନୁଯାୟୀ, ଏନଆରଏଚଏମ୍ ର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ କରିବା ପାଇଁ ଡିପିଏମଙ୍କ ପାଖକୁ ଯାଇଥିଲେ । ତେବେ ଡିପିଏମ ସୁଦୀପ କେସ ବିଲ ପାସ କରିବା ପାଇଁ 20ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ନବଘନ ଖିଲ ଏନେଇ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ନିକଟରେ ହାଜର ହୋଇ କେସ ଦାୟର କରିବା ପରେ ଆଜି ଦୁର୍ନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଏକ ଟିମ ସନ୍ଧ୍ୟାରେ ଡିପିଏମଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ ।ଡିପିଏମ ସୁଦୀପ କନିଷ୍ଠ ଯନ୍ତ୍ରୀ ନବଘନଙ୍କ ଠାରୁ 20ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଢିଥିଲେ । ଡିପିଏମ ସୁଦୀପଙ୍କୁ ଗିରଫ କରାଯିବା ସହ ପଚରାଉଚରା କରାଯାଉଛି । ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ସବିଶେଷ ବିବରଣୀ ମିଳିପାରି ନାହିଁ । ତଦନ୍ତ ପରେ ଡିପିଏମଙ୍କ କେତେ ସମ୍ପତ୍ତି ରହିଛି ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.