ETV Bharat / state

ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା

author img

By

Published : Apr 22, 2021, 8:01 AM IST

ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା
ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା

ମାଓବାଦୀମାନେ ଆସନ୍ତା ଏପ୍ରିଲ 26 ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଅଧିକ ପଢନ୍ତୁ...

ମାଲକାନଗିରି: ଆସନ୍ତା ଏପ୍ରିଲ ୨୬ରେ ମାଓବାଦୀ ଭାରତ ବନ୍ଦ ନେଇ ଡାକରା ଦେଇଛନ୍ତି । ସିପିଆଇ-ମାଓବାଦୀ ଏବଂ ଆନ୍ଧ୍ର ଓଡ଼ିଶା ସୀମା ସ୍ୱତନ୍ତ୍ର ଜୋନାଲ କମିଟି ଛତିଶଗଡରେ ପ୍ରହାର-3 ମାଓବାଦୀ ବିପ୍ଳବୀ ଆନ୍ଦୋଳନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆଦିବାସୀଙ୍କୁ ଗିରଫ କରିବା ବିରୋଧରେ ଦେଶବ୍ୟାପୀ ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି ।

ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା
ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା

ଆନ୍ଧ୍ର ଓଡିଶା ବର୍ଡର ଡିଭିଜନର ମୁଖପାତ୍ର କୈଳାସମ ଏକ ବିବୃତ୍ତିରେ ଆହ୍ୱାନ କରିଛନ୍ତି । କେନ୍ଦ୍ରରେ ବିଜେପି, ଆନ୍ଧ୍ରରେ ଜଗନ୍ ଏବଂ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ମାଓବାଦୀ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ଲକ୍ଷ୍ୟରେ ସାରା ଦେଶରେ ବିପ୍ଳବ ଉପରେ ଆକ୍ରମଣ ଜାରି ରଖିଛନ୍ତି ବୋଲି କୈଳାସମ ଦୁଃଖ ପ୍ରକାଶ କହିଛନ୍ତି । ନିକଟରେ ବିଚ୍ଛିନ୍ନ ଅଞ୍ଚଳରେ ପୋଲିସ କ୍ୟାମ୍ପ ସ୍ଥାପନ କରିଛି ଏବଂ ଆଉ କିଛି ଶିବିର ପାଇଁ ପ୍ରସ୍ତୁତି ଚାଲିଛି । ଏହି ସମୟରେ ତୋଟାଗୁଡା ଏବଂ ସେଲାରାମରେ ଗୁଳି ବିନିମୟରେ ତିନିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି ।

ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା
ଏପ୍ରିଲ ୨୬ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା

ମୁଦୁଲିଗୁଡାରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କମ୍ବିଂ ଅପରେସନ କରିବା ବାହାନାରେ ପୋଲିସ ଆଦିବାସୀମାନଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଉଥିଲା । ଆନ୍ଧ୍ର ଓଡିଶା ସୀମାରେ ଚାଲିଥିବା ବନ୍ଦୋବସ୍ତ ବିରୋଧରେ ରାଲି ଏବଂ ଧର୍ମ ମାଧ୍ୟମରେ ଆଦିବାସୀମାନେ ଗଣମାଧ୍ୟମ ସମ୍ମୁଖରେ ବାରମ୍ବାର ନିଜର ଉଦବେଗ ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.