ETV Bharat / state

ଜଳୁଛି ତେଳ, ମାଲକାନାଗିରିରେ ସର୍ବାଧିକ ପେଟ୍ରୋଲ ଓ ଡିଜେଲ ଦର

author img

By

Published : Apr 2, 2022, 11:38 AM IST

Updated : Apr 2, 2022, 11:51 AM IST

ଓଡ଼ିଶାରେ ସର୍ବାଧିକ ପେଟ୍ରୋଲ ଓ ଡିଜେଲ ଦର ମାଲକାନଗିରିରେ
ଓଡ଼ିଶାରେ ସର୍ବାଧିକ ପେଟ୍ରୋଲ ଓ ଡିଜେଲ ଦର ମାଲକାନଗିରିରେ

ତେଲ ଦରରେ ଲାଗୁନି ଲଗାମ । ୧୦ ଦିନ ହେଲାଣି ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ଅଧିକ ପଢ଼ନ୍ତୁ

ମାଲକାନଗିରି: ତେଲ ଦରରେ ଲାଗୁନି ଲଗାମ । ୧୦ ଦିନ ହେଲାଣି ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ଦିଲ୍ଲୀ ଓ ମୁମ୍ବାଇକୁ ଟପିଯାଇଛି । ଏଠାରେ ପେଟ୍ରୋଲ ଲିଟର ପିଛା 115.04 ଓ ଡିଜେଲ 104 ଟଙ୍କା 63 ପଇସାରେ ପହଞ୍ଚିଛି । ଏହା ସାଙ୍ଗକୁ ତାଳଦେଇ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢିବାରେ ଲାଗିଛି । ଜିଲ୍ଲା ସଦର ମହକୁମାରେ ପେଟ୍ରୋଲ ଲିଟର ପିଛା 115 ଟଙ୍କା 04 ପଇସା ହୋଇଥିବା ବେଳେ ଡିଜେଲ ଲିଟର 104.63 ଟଙ୍କାରେ ପହଁଞ୍ଚିଛି ।

ମାଲକାନାଗିରିରେ ସର୍ବାଧିକ ପେଟ୍ରୋଲ ଓ ଡିଜେଲ ଦର

ସେହିପରି ଜିଲ୍ଲାର ପଡ଼ୋଶୀ ଛତିଶଗଡ଼ର ସୁକୁମା ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା 110 ଟଙ୍କା ରହିଛି । ଯାହାକି ମାଲକାନଗିରି ଦର ଠାରୁ ୫ଟଙ୍କା କମ୍ ରହିଛି । ମାଲକାନଗିରିର ପଡ଼ିଆ ବ୍ଲକର ସଦର ମହକୁମା ଠାରୁ 3 କିଲମିଟର ଛତିଶଗଡ଼ ସୁକୁମା ଜିଲ୍ଲାର ଦୋରନାପାଲ ଠାରେ ଡିଜେଲ ଓ ପେଟ୍ରୋଲ ଲିଟର ପିଛା ୫ଟଙ୍କା କମ୍ ରହିଛି । ସେହିପରି ଡିଜେଲ ଦର ମଧ୍ୟ ଆକାଶଛୁଆଁ ହୋଇଛି। ତେବେ ପ୍ରତ୍ୟେକ ଦିନ ଏଭଳି ତୈଳ ଦର ବୃଦ୍ଧି ହବାରୁ ଜିଲ୍ଲାରେ ପନିପରିବା ଦର ମଧ୍ୟ ବଢ଼ିଛି । ଯାହାକୁ ନେଇ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated :Apr 2, 2022, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.