ETV Bharat / state

ପ୍ରଦୀପ ମାଝୀଙ୍କ ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ଦଳରେ ମିଶିଲେ ଶତାଧିକ କର୍ମୀ

author img

By

Published : Oct 26, 2021, 6:39 AM IST

ନିକଟରେ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଗତକାଲି ନବରଙ୍ଗପୁର ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ, ଯାହାକୁ ଦେଖି କଂଗ୍ରେସ ଆଜି ମାଲକାନଗିରିରେ ଶକ୍ତି ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...
ପ୍ରଦୀପ ମାଝୀଙ୍କ ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ: ଅନ୍ୟ ଦଳରୁ କଂଗ୍ରେସରେ ମିଶିଲେ ଶତାଧିକ କର୍ମୀ
ପ୍ରଦୀପ ମାଝୀଙ୍କ ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ: ଅନ୍ୟ ଦଳରୁ କଂଗ୍ରେସରେ ମିଶିଲେ ଶତାଧିକ କର୍ମୀ

ମାଲକାନଗିରି: ନିକଟରେ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଗତକାଲି ନବରଙ୍ଗପୁର ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ, ଯାହାକୁ ଦେଖି କଂଗ୍ରେସ ମାଲକାନଗିରିରେ ଶକ୍ତି ପ୍ରଦର୍ଶନ କରିଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଅୟୋଜିତ ଏକ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ନବରରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକେ କେବେ ବି ପ୍ରଦୀପ ମାଝୀଙ୍କ ସହ ନଥିଲେ, ଯଦି ଥାଆନ୍ତେ ତା’ହେଲେ ପ୍ରଦୀପ ମାଝୀ କାହିଁକି ଦୁଇ ଦୁଇ ଥର ନିର୍ବାଚନ ହାରିଥା’ନ୍ତେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରମେଶ ଜେନା ।

ପ୍ରଦୀପ ମାଝୀଙ୍କ ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ: ଅନ୍ୟ ଦଳରୁ କଂଗ୍ରେସରେ ମିଶିଲେ ଶତାଧିକ କର୍ମୀ

ଅବିଭକ୍ତ କୋରାପୁଟ ଜିଲ୍ଲା ସହ ମାଲକାନଗିରି ଜିଲ୍ଲାରେ କଂଗ୍ରେସର ସ୍ଥିତି ମଜବୁତ ରହିଛି । ଆଗାମୀ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଏଠାରେ ବିଜୟୀ ହେବେ ବୋଲି ମିନାକ୍ଷୀ ବାହିନୀପତି କହିଛନ୍ତି । ଆଜିର ଏହି କଂଗ୍ରେସ ସମାବେଶରେ ଅନ୍ୟ ଦଳରୁ ଶତାଧିକ କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.