ETV Bharat / state

ସାଧାରଣ ନିର୍ବାଚନ ପୂର୍ବରୁ ମାଲକାନଗିରିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

author img

By ETV Bharat Odisha Team

Published : Oct 6, 2023, 12:36 PM IST

ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ। ମାଲକାନଗିରିରେ କଂଗ୍ରେସର ରୋଡ ଶୋ । ଅଧିକ ପଢନ୍ତୁ

Congress holds roadshow in malkangiri
Congress holds roadshow in malkangiri

Congress holds roadshow in malkangiri

ମାଲକାନଗିରି: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଦଳକୁ ମଜଭୁତ କରିବାକୁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି ପ୍ରତିଦ୍ବନ୍ଦି ଦଳ । ନିର୍ବାଚନ ପୂର୍ବରୁ ଦଳକୁ ସୁଦୃଢ଼ କରିବାକୁ କସରତ ଆରମ୍ଭ କରି ଦେଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲାରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ରୋଡ ଶୋ ପରେ କଂଗ୍ରେସର ବିଶାଳ ସମାବେଶ । ମିଶ୍ରଣ ପର୍ବରେ ବିଜେଡି ଓ ବିଜେପି ଛାଡି କଂଗ୍ରେସରେ ସାମିଲ ହେଲେ 1 ହଜାରରୁ ଉର୍ଦ୍ଧ୍ବ କର୍ମୀ । କଂଗ୍ରେସର ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରା ପ୍ରସାଦ ବାହିନୀପତି, ଛତିଶଗଡ ସରକାରଙ୍କ ଅବକାରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଓ ଅନ୍ୟ କଂଗ୍ରେସ କର୍ମୀ ଗୁରୁବାର ମାଲକାନଗିରି ଜିଲ୍ଲାରେ ବିରାଟ ରୋଡ୍ ଶୋ କରିଥିଲେ। ଏହି ରୋଡ ଶୋରେ 10 ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ମୂଳ ନିବାସି ଜନ ଜାଗରଣ ସମାବେଶରେ ଯୋଗ ଦେବା ଲାଗି କଂଗ୍ରେସର ବହୁ ଟାଣୁଆ ନେତା ଗୁରୁବାର ମାଲକାନଗିରି ପହଞ୍ଚିଥିଲେ । ଏହାପରେ ମାଲକାନଗିରି ବସଷ୍ଟାଣ୍ଡରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦଳୀୟ ନେତାଙ୍କୁ ସ୍ବାଗତ କରାଯିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ କଂଗ୍ରେସ ନେତା ଓ କର୍ମୀ । ସହର ପରିକ୍ରମା କରିବା ପରେ ଡିଏନକେ ଖେଳ ପଡିଆ ଠାରେ ପହଞ୍ଚିଥିଲେ କଂଗ୍ରେସର ହେଭି ୱେଟ୍ ନେତାଏ । ସେଠାରେ ବିଶାଳ ଜନ ସମାବେଶରେ ପ୍ରଥମେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଢେମସା ନାଚ ଦେଖିବାକୁ ମିଳିଥିଲା । ପରେ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ବଖାଣିଥିଲେ କଂଗ୍ରେସ ନେତା ।

ଏହା ମଧ୍ୟ ପଢନ୍ତୁ-ଗଣମାଧ୍ୟମକୁ ନେଇ ପାତରଅନ୍ତର ନୀତି ଛାଡନ୍ତୁ ସରକରା: ମନମୋହନ ସାମଲ


ଏନେଇ ପିସିସି ସଭାପତି କହିଛନ୍ତି ଯେ, ଆଦିବାସୀ ଭାଇମାନଙ୍କର ଯେଉଁ ଅଧିକାର ରହିଛି, ଜଙ୍ଗଲ , ଜମି ଓ ଜଳ ଏହାକୁ କେହି ଛଡ଼ାଇ ନେଇପାରିବେ ନାହିଁ। ସଦା ସର୍ବଦା କଂଗ୍ରେସ ସେମାନଙ୍କ ପଛରେ ଛିଡ଼ା ହୋଇଛି । 24 ବର୍ଷରେ ଓଡ଼ିଶାକୁ ଗରିବ ରାଜ୍ୟରେ ପରିଣତ କରିଦେଲେ ନବୀନ ପଟ୍ଟନାୟକ । ଆଜି ସାରା ଭାରତରେ ଓଡିଶା ହେଉଛି ସବୁଠୁ ଗରିବ ରାଜ୍ୟ। କିନ୍ତୁ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ଯୋଜନା ଉପରେ ଯୋଜନା ଘୋଷଣା ହେଉଛି, କିନ୍ତୁ 24 ବର୍ଷ ମଧ୍ୟରେ ରାଜ୍ୟ ପାଇଁ ଯାହା କରିବା କଥା ତାହା ରାଜ୍ୟ ସରକାର କରିପାରିଲେନାହିଁ । ପଛୁଆ ବର୍ଗ ଜାତିଭିତ୍ତିକ ଜନଗଣନା ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.