ETV Bharat / state

ଚେତିଲା ପ୍ରଶାସନ: ଜେଲରେ ଚୋରା ବିଦ୍ୟୁତ ଘଟଣା, ସ୍ଥିତି ପରଖିଲା ଭିଜିଲାନ୍ସ ଟିମ୍‌

author img

By

Published : May 18, 2023, 8:02 PM IST

ମାଲକାନଗିରି ଉପ କାରାଗାରରେ ଚୋରା ବିଦ୍ୟୁତ୍ କାରବାର ହେଉଥିବା ନେଇ ଇଟିଭି ଭାରତରେ ଖବର ପ୍ରକାଶ ପାଇଥିଲା । ଏହାପରେ ଜେଲ୍‌ରେ ପହଞ୍ଚି ସ୍ଥିତି ପରଖିଲା ବିଦ୍ୟୁତ୍ ବିଭାଗର ଭିଜିଲାନ୍ସ ଟିମ୍ । ଅଧିକ ପଢ଼ନ୍ତୁ

ମାଲକାନଗିରି ଉପ କାରାଗାରରେ ଚୋରା ବିଦ୍ୟୁତ୍ ଲାଇନ ଘଟଣା
ମାଲକାନଗିରି ଉପ କାରାଗାରରେ ଚୋରା ବିଦ୍ୟୁତ୍ ଲାଇନ ଘଟଣା

ମାଲକାନଗିରି ଉପ କାରାଗାରରେ ଚୋରା ବିଦ୍ୟୁତ୍ ଲାଇନ ଘଟଣା

ମାଲକାନଗିରି: ଇଟିଭି ଭାରତରେ ଖବର ପ୍ରସାରଣ ପରେ ତତ୍ପର ହେଲା ବିଦ୍ୟୁତ ବିଭାଗ । ଉପ କାରାଗାରରେ ଚୋରା ବିଦ୍ୟୁତ୍ କାରବାର ଘଟଣାକୁ ନେଇ ଗତକାଲି(ବୁଧବାର) ଇଟିଭି ଭାରତରେ ଖବର ପ୍ରସାରଣ ହେବାପରେ ତତ୍ପରତା ଦେଖେଇଛି ବିଦ୍ୟୁତ୍ ବିଭାଗ । ବିଦ୍ୟୁତ୍ ବିଭାଗର ଏକ ଭିଜିଲାନ୍ସ ଟିମ୍ ଆଜି ମାଲକାନଗିରି ଉପ୍ କାରାଗାର(ଜେଲ୍) ଠାରେ ପହଞ୍ଚି ଚୋରା ବିଦ୍ୟୁତ୍ କାରବାରକୁ ଅନୁଧ୍ୟାନ କରିଥିଲେ । ଭିଜିଲାନ୍ସ ଟିମ୍ ଜେଲ୍ ମଧ୍ୟରେ କେଉଁକେଉଁ ସ୍ଥାନରେ ଚୋରା ବିଦ୍ୟୁତ୍ ଲାଇନ୍ ରହିଛି ଦିର୍ଘ 3 ଘଣ୍ଟା ଧରି ବୁଲି ଦେଖିଥିଲେ ।

ଜେଲ୍‌ରୁ ବାହାରି ଭିଜିଲାନ୍ସ ଟିମ୍ ଲିଡର ନକୁଳ ବେହେରା କହିଛନ୍ତି, "ବାହାରେ ଥିବା ପୋଲରୁ ଏକ ତାର ବାଇପାସ୍ ହୋଇ କିଚେନ, ବାରାକ ଓ ଅନ୍ୟାନସ୍ଥାନକୁ ଯାଇଛି । ଯାହାର ମିଟର ସହ ସଂଯୋଗ ହୋଇନାହିଁ । ଏହି ବେଆଇନ ବିଦ୍ୟୁତ ସଂଯୋଗିକରଣ ପାଇଁ ଜେଲ୍‌ ଉପରେ ଫାଇନ ଲଗାଯାଇଛି । ବର୍ତ୍ତମାନ ୧୫କିଲୋୱାଟ୍ ଲୋଡ ହୋଇଥିବା ଜଣା ପଡିଛି । ଏହି ରିପୋର୍ଟ ବିଦ୍ୟୁତ ବିଭାଗକୁ ଦେବା ପରେ ସେମାନେ ଫାଇନ ଆଦାୟ କରିବେ ।"

ଜେଲ୍‌ରେ ଚୋରା ବିଜୁଳି କାରବାର: ମାଲକାନଗିରି ଜିଲ୍ଲା ଉପ କାରାଗାରରେ ୬୦୦ରୁ ଊର୍ଦ୍ଧ୍ବ କଏଦୀ ଅଛନ୍ତି । ଏହି ଉପକାରାଗାର ଦାୟିତ୍ବରେ ଥିବା ଜେଲ୍ ସୁପରିଟେଣ୍ଡଙ୍କ ଜାଣତରେ ଜେଲ୍ ଭିତରେ ବାଇପାସ୍ କରେଣ୍ଟ ବ୍ୟବହାର କରାଯାଉଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ମିଳିବା ପରେ ଆମ ଟିମ୍‌ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଭେଟିଥିଲେ । ଏହାପରେ ସ୍ଥାନୀୟ ବିଜୁଳି ବିଭାଗ କର୍ମଚାରୀ ଜେଲ୍ ଆସି ବୁଲି ଦେଖିବାପରେ ଜେଲ୍‌ର ବହୁ ସ୍ଥାନରେ ବାଇପାସ୍ କରେଣ୍ଟ ଲାଗିଥିବା ଦେଖିବାକୁ ପାଇଥିଲେ । ତେବେ ଆଜି ବିଦ୍ୟୁତ ବିଭାଗ ଭିଜିଲାନ୍ସ ଟିମ୍ ପହଞ୍ଚି ଜେଲ ମଧ୍ୟରେ ୩ ଘଣ୍ଟା ଧରି ତଦନ୍ତ କରିଥିଲେ । କେଉଁକେଉଁ ସ୍ଥାନରେ ଚୋରା ବିଦ୍ୟୁତ୍ ସଂଯୋଗ ହୋଇଛି ଚିହ୍ନଟ କରି ଫାଇନ ପକାଇଛନ୍ତି ।

ତେବେ ଗୋଟିଏ ସରକାରୀ ଅନୁଷ୍ଠାନରେ ଏଭଳି ବେଆଇନ ଚୋରା ବିଦ୍ୟୁତ୍ କାରବାର କରିବା କେତେ ଦୂର ଯଥାର୍ଥ ? ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଯଦି ଜଣେ ସାଧାରଣ ଲୋକେ ଏଭଳି ଭୁଲ୍ କରିଥାଆନ୍ତା, ତାଙ୍କ ଉପରେ ମୋଟା ଅଙ୍କର ଫାଇନ ଲଗା ଯାଇଥାଆନ୍ତା ବିଭାଗ। ଏଭଳି କ୍ଷେତ୍ରରେ ଜେଲ୍ କର୍ତ୍ତୃପକ୍ଷଙ୍କ ଉପରେ କଣ ପଦକ୍ଷେପ ନିଆଯାଉଛି ତାହାହିଁ ଦେଖିବାକୁ ବାକି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.