ETV Bharat / state

କୋମାରେ ଆଦିବାସୀ ଅଞ୍ଚଳର ଆମ୍ବୁଲାନ୍ସ ସେବା

author img

By

Published : Nov 6, 2019, 9:17 PM IST

କୋମାରେ ଆଦିବାସୀ ଅଞ୍ଚଳର ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର 108 ଆମ୍ବୁଲାନ୍ସ ସେବା ବନ୍ଦ ରହିଛି। ଯାହାଫଳରେ ହଜାର ହଜାର ଆଦିବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକ ଖବର ପଢନ୍ତୁ...

ମାଲକାନଗିରି:କୋମାରେ ପଡିଛି ଚିତ୍ରକୋଣ୍ଡାର ଆମ୍ବୁଲାନ୍ସ ସେବା । ଲୋକଙ୍କ ଦାବି ସତ୍ତ୍ବେ ଭାଙ୍ଗୁନି ପ୍ରଶାସନର ନିଦ। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚିତ୍ରକୋଣ୍ଡା ଅଞ୍ଚଳର ଅଧିବାସୀ।

ଗତମାସ 28 ତାରିଖରୁ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର 108 ଆମ୍ବୁଲାନ୍ସ ସେବା ବନ୍ଦ ରହିଛି । ଯାହାଫଳରେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଆଦିବାସୀ । ବାଧ୍ୟ ହୋଇ ରୋଗୀ ଘରୋଇ ଗାଡି ଓ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି।

ଗତ ଅକ୍ଟୋବର 28 ତାରିଖରୁ ରୋଗୀଙ୍କୁ ନେଇ ଚିତ୍ରକୋଣ୍ଡାରୁ ମାଲକାନଗିରି ଯାଉଥିବା ସମୟରେ ରାସ୍ତାରେ ଖରାପ ହୋଇପଡିଛି ଚିତ୍ରକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଏକ ମାତ୍ର 108 ଆମ୍ବୁଲାନ୍ସ । ଏହା ପରଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ 108 ଆମ୍ବୁଲାନ୍ସର ମରାମତି ହୋଇନି। ଲୋକଙ୍କ କହିବା ଅନୁସାରେ, ଚିତ୍ରକୋଣ୍ଡା ପରି ପଛୁଆ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ନଥିବାରୁ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମ୍ବୁଲାନ୍ସ ବାବଦରେ ଡାକ୍ତର କହୁଛନ୍ତି ଆମ୍ବୁଲାନ୍ସ ଖରାପକୁ ନେଇ 108ର ପରିଚାଳନା ନିର୍ଦ୍ଦେଶକ ଓ ସିଡିଏମଓଙ୍କୁ ଜଣାଇ ଦିଆଯାଇଛି।

କୋମାରେ ଆଦିବାସୀ ଅଞ୍ଚଳର ଆମ୍ବୁଲାନ୍ସ ସେବା

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:କୋମାରେ ପଡିଛି ଚିତ୍ରକୋଣ୍ଡାର ଆମ୍ବୁଲାନ୍ସ ସେବା । ଲୋକଙ୍କ ଦାବି ସତ୍ବେ ଭାଙ୍ଗୁନି ପ୍ରଶାସନର ନିଦ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚିତ୍ରକୋଣ୍ଡା ଅଞ୍ଚଳର ଅଧିବାସୀ ।
Body:ଗତ ମାସ 28 ତାରିଖ ଦିନ ଠାରୁ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର 108 ଆମ୍ବୁଲାନ୍ସ ସେବା ବନ୍ଧ ରହିଛି। ଯାହାଫଳରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ରହିଛନ୍ତି ଚିତ୍ରକୋଣ୍ଡା ବ୍ଲକର ହଜାର ହଜାର ଆଦିବାସୀ । ବାଧ୍ୟ ହୋଇ ରୋଗୀମାନେ ଘୋରେଇ ହାଁ ଉପରେ ନିର୍ଭର ହେଉ ଥିବା ବେଳେ କାଁ ଭାଁ କେତେ ବେଳେ ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ସୂଚନା ମୁତାବକ ଅକ୍ଟୋବର 28 ତାରିଖରୁ ରୋଗୀଙ୍କୁ ନେଇ ଚିତ୍ରକୋଣ୍ଡା ରୁ ମାଲକାନଗିରି ଯାଉଥିବା ସମୟରେ ରାସ୍ତାରେ ଖରାପ ହୋଇପଡିଛି ଚିତ୍ରକୋଣ୍ଡା ସ୍ୱାସ୍ତ୍ୟକେନ୍ଦ୍ରର ଏକ ମାତ୍ର 108 ଆମ୍ବୁଲାନ୍ସ । ଏହା ପର ଠାରୁ ଆଜି ପର୍ଯ୍ୟନ୍ତ ମରାମତି ହୋଇନି। ଲୋକଙ୍କ କହିବା ଅନୁଶାରେ ଚିତ୍ରକୋଣ୍ଡା ପରି ପଛୁଆ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମ୍ବୁଲାନ୍ସ ବାବଦରେ ଡାକ୍ତର କହୁଛନ୍ତି ଆମ୍ବୁଲାନ୍ସ ଖରାପ କୁ ନେଇ 108ର management director ଓ CDMO ଜଣେଇ ଦିଆ ଯାଇଛି। Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.