ETV Bharat / state

କୋରୋନା ପାଇଁ ମାସ୍କ ଯୋଗାଇବ ଈଶ୍ବର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

author img

By

Published : Mar 23, 2020, 5:33 PM IST

କୋରୋନା ପାଇଁ ବଜାରରେ ମାସ୍କ ଉପଲବ୍ଧ ହେଉ ନଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଉନ୍ନତମାନର ମାସ୍କ ତିଆରି କରି ଯୋଗାଇବାକୁ କୋରାପୁଟର କହ୍ନେଇପୁଟ ସ୍ଥିତ ଈଶ୍ବର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆଗେଇ ଆସିଛନ୍ତି । ଅଧିକ ପଢନ୍ତୁ...
shg-making-masks-for-corona
କୋରୋନା ପାଇଁ ମାସ୍କ ଯୋଗାଇବେ ଈଶ୍ବର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

କୋରାପୁଟ: ଦିନକୁ ଦିନ କୋରୋନା ସଂକ୍ରମଣର ବଢିବାରେ ଲାଗିଛି । ତେବେ କୋରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେମାନେ ମଧ୍ୟ ବଜାରରୁ ମାସ୍କ ଓ ସାନିଟାଇଜର କିଣି ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ହେଲେ ବଜାରରେ ମାସ୍କ ଉପଲବ୍ଧ ହେଉ ନଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଉନ୍ନତମାନର ମାସ୍କ ତିଆରି କରି ଯୋଗାଇଦେବାକୁ କୋରାପୁଟର କହ୍ନେଇପୁଟ ସ୍ଥିତ ଈଶ୍ବର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆଗେଇ ଆସିଛନ୍ତି ।

କୋରୋନା ପାଇଁ ମାସ୍କ ଯୋଗାଇବେ ଈଶ୍ବର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

ମାସ୍କ ବଜାରରେ ଆବଶ୍ୟକ ଅନୁଯାୟୀ ମିଳୁ ନଥିବା ଯୋଗୁଁ ଅନେକ ବ୍ୟକ୍ତି ଚଢାଦରରେ ମାସ୍କ କିଣିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି । ତେବେ ଏହି ଆବଶ୍ୟକତାକୁ ଉପଲବ୍ଧି କରି ସେମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ମାସ୍କ ତିଆରି କରି ଯୋଗାଇଦେଉଛନ୍ତି ଈଶ୍ବର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ନିଜ ସ୍ବଳ୍ପ ସମ୍ବଳକୁ ବିନିଯୋଗ କରି ଏହି କାର୍ଯ୍ୟକୁ ସମ୍ପାଦନ କରିବା ସମ୍ଭବ ନଥିଲା । ତେଣୁ ତିନି ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କରୁ ଋଣ ଆଣି ସେମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବ୍ୟବସାୟ କରିବା ଠାରୁ ଏହି ସ୍ଥିତିରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଏହା ଏକ ସୁଯୋଗ ବୋଲି ଏହି ଗ୍ରୁପର ସଦସ୍ୟା ରାଜୁ କୁଳଦୀପ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.