ETV Bharat / state

ଶିକ୍ଷାରେ ବାଧା ସାଜିଛି ରାସ୍ତା, ପାଠପଢାରୁ ବଞ୍ଚିତ ଡୁମୁରିପଦର ଗାଁ

author img

By

Published : Jul 19, 2023, 10:51 AM IST

ଶିକ୍ଷା ଓ ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଡୁମୁରିପଦର ଗାଁ । ଡୁମୁରିପଦରରେ ସ୍କୁଲ ନଥିବା ବେଳେ ଶାବରୀ ନଦୀ ସାଜିଛି ଶିକ୍ଷା କ୍ଷେତ୍ରରେ ବାଧକ । ବର୍ଷବର୍ଷ ଧରି ଚାଲିଛି ବ୍ରିଜ କାର୍ଯ୍ୟ । ଅଧିକ ପଢ଼ନ୍ତୁ

ଶିକ୍ଷା ଓ ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟର ଡୁମୁରିପଦର ଗାଁ
ଶିକ୍ଷା ଓ ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟର ଡୁମୁରିପଦର ଗାଁ

ଶିକ୍ଷା ଓ ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟର ଡୁମୁରିପଦର ଗାଁ

କୋରାପୁଟ: ଶିକ୍ଷା ଓ ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଡୁମୁରିପଦର ଗାଁ । ହାତଗଣତି ପିଲାଙ୍କୁ ଛାଡିଦେଲେ ଅଧିକାଂଶ ପିଲା ବିଦ୍ୟାଳୟ ମାଟି ମାଡି ନଥିବା ଗାଁ ଲୋକେ କହିଛନ୍ତି । ଦଣ୍ଡାବାଡି ବିଦ୍ୟାଳୟ ଡୁମୁରିପଦର ଠାରୁ 5 କିଲୋମିଟର ଦୂରରେ ଥିବା ଯୋଗୁଁ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ରାସ୍ତା ଦେଇ ଯିବାକୁ ପଡିଥାଏ । ବନ୍ୟଜନ୍ତୁ ଆକ୍ରମଣ ଭୟରେ ଗାଁ ଲୋକେ ପିଲାଙ୍କୁ ସ୍କୁଲ ଛାଡିବାକୁ ସଙ୍କୋଚ ମନେ କରୁଛନ୍ତି । ସ୍କୁଲକୁ ଯିବା ପାଇଁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ଗାଁର ସମସ୍ତ ଶିଶୁ ଆଦିବାସୀ ସମ୍ପ୍ରଦାୟର । 5 କିଲୋମିଟର ଦୂରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତେନ୍ତୁଳୀଗୁମ୍ମା ସ୍ଥିତ ଆବାସିକ ବିଦ୍ୟାଳୟରେ ରହିଥିଲେ ମଧ୍ୟ ଶାବରୀ ନଦୀ ଉଭୟ ଗ୍ରାମ ମଧ୍ୟରେ ସଂଯୋଗକୁ ବିଚ୍ଛିନ୍ନ କରିଦେଇଛି । ଦଣ୍ଡାବାଡି ଓ ତେନ୍ତୁଳିଗୁମ୍ମା ମଧ୍ୟରେ ବୋହିଯାଉଥିବା ଶାବରୀ ନଦୀ ଉପରେ ପ୍ରାୟ ୨୦୦ ମିଟର ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବ୍ଲକର ବିଭିନ୍ନ ଅଞ୍ଚଳ କୋରାପୁଟ ଓ ନବରଙ୍ଗପୁର ସାଂସଦ ଏବଂ କୋରାପୁଟ ଓ କୋଟପାଡ ବିଧାୟକଙ୍କ ପରିସୀମା ମଧ୍ୟରେ ଆସୁଥିବା ବେଳେ ଅଞ୍ଚଳର ବିକାଶ ଦିଗରେ କେହି ଧ୍ୟାନ ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବ୍ରିଜ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ ବାରମ୍ବାର ତାଗିଦ କରିବା ପରେ ମଧ୍ୟ ଠିକାଦାର ରାସ୍ତାକାମକୁ ତ୍ୱରାନ୍ୱିତ କରୁନଥିବା ଦଣ୍ଡାବାଡି ପଞ୍ଚାୟତ ସରପଞ୍ଚ କହିଛନ୍ତି ।

ଏନେଇ ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି,‘‘ରାସ୍ତା ଓ ବ୍ରିଜ କାମ ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ । ଶାବରୀ ନଦୀ ଉପରେ ପୋଲ ନିର୍ମାଣ ସହିତ ଦଣ୍ଡାବାଡି ଠାରୁ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଠାକାର ମାଟି ପୋଲ କାର୍ଯ୍ୟରେ ବାଧକ ସାଜିଥିବା ବେଳେ ବର୍ତ୍ତମାନ ସେ ଗୁଡିକୁ ଦୂର କରାଯାଇ ପାହାଡ଼ କାଟି ରାସ୍ତା ନିର୍ମାଣ କରାଯାଇଛି । ବ୍ରିଜ ପାଇଁ ଖମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ବ୍ରିଜ ଓ ସଡକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏହି ଅଞ୍ଚଳର ବିକାଶ କ୍ଷେତ୍ରରେ ସହାୟକ ହେବା ସହ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ଉପରେ ନିୟନ୍ତ୍ରଣ ଆଣିବାରେ ସହଯୋଗ କରିବ ।’’

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.