ETV Bharat / state

ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା, ଅଭିଯୁକ୍ତ ଗିରଫ

author img

By

Published : Oct 7, 2022, 4:26 PM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା, ଅଭିଯୁକ୍ତ ଗିରଫ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା, ଅଭିଯୁକ୍ତ ଗିରଫ

ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା । ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ । ଜଣେ ଯୁବକର ମୃତ୍ଯୁ । ଅଭିଯୁକ୍ତ ଥାନାରେ ଅଟକ । ଅଧିକ ପଢନ୍ତୁ

କୋରାପୁଟ: ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା । ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ । ଗୁଣିଗାରେଡିକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି କାରଣରୁ ଜଣେ ଯୁବକଙ୍କର ମୁତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଛକୁଣ୍ଡ ଗାଁର ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା, ଅଭିଯୁକ୍ତ ଗିରଫ

ସୂଚନା ମୁତାବକ, ଦୁର୍ଗା ପୂଜା ସମୟରେ ମାଛକୁଣ୍ଡ ଗାଁର ବିରଞ୍ଚି ବିଷୋୟୀ ଓ ସୋମନାଥ ଖରାଙ୍କ ମଧ୍ୟରେ ପୂର୍ବ ଶତୃତାକୁ କନ୍ଦ୍ର କରି ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଏହା ପରେ ଉଭୟଙ୍କ ତିକ୍ତତା ଉଗ୍ର ରୂପ ନେଇଥିଲା । ସେପଟେ ଉଭୟଙ୍କୁ ବୁଝାଶୁଝା କରିବା ସହ ଅଟକାଇବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ । ହେଲେ ସେମାନେ କାହାରି କଥା ଶୁଣି ନଥିଲେ । ସେମାନଙ୍କୁ ଅଟକାଇବାକୁ ଯାଇ ଜଣେ ବୃଦ୍ଧା ଆହତ ହୋଇଥିବା ଜଣା ପଡିଛି । ଏହା ସହିତ ଉଭୟଙ୍କ ମଧ୍ୟରୁ ବିରଞ୍ଚି ବିଷୋୟୀ ଗୁରୁତର ଆହତ ହୋଇ ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ବିରଞ୍ଚି ବିଷୋୟୀ ଓ ସୋମନାଥ ଖରାଙ୍କ ଗଣ୍ଡଗୋଳ ବାବଦରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଁଞ୍ଚିଥିଲା । ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ଓ କୋରାପୁଟ ସ୍ଥିତ ସିଇଣ୍ଟିଫିକ୍‌ ଟିମ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ସୋମନାଥ ଖରାକୁ ଗିରଫ କରି ପୋଲିସ ଥାନାରେ ଅଟକ ରଖିଛି । ତେବେ ଘଟଣା ବାବଦରେ ତଦନ୍ତ ଜାରି ରହିଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି ।

ସେ କହିଛନ୍ତି "ମାଛକୁଣ୍ଡ ଗାଁର ବିରଞ୍ଚି ବିଷୋୟୀଙ୍କ ମୃତ ଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ଘଟଣାର ତଦନ୍ତ ପରେ ଜଣାଇଯାଇଥିଲା କି ବିରଞ୍ଚି ବିଷୋୟୀ ସୋମନାଥ ଖରାର ଭାଉଜଙ୍କୁ କୁଆଡେ କଳା ଯାଦୁ କରିଥିଲା । ଏନେଇ ସୋମନାଥ ଖରା ରାଗ ରଖି ଦଶହରା ସମୟରେ ସୁଯୋଗ ପାଇ ବିରଞ୍ଚି ବିଷୋୟୀକୁ ଆକ୍ରମଣ କରିଥିଲା । ବିରଞ୍ଚି ବିଷୋୟୀ ଗୁରୁତର ଆହାତ ହୋଇ ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ସୋମନାଥ ଖରାକୁ ଗିରଫ କରାଯାଇଛି । ଉଭୟଙ୍କ ଗଣ୍ଡଗୋଳ ସମୟରେ ଜଣେ ବୃଦ୍ଧା ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରହିଛି ।"


ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.