ETV Bharat / state

କୋଟିଆରେ ସାଂସଦ ଅପରାଜିତା, ଡେଭଲ୍ପମେଣ୍ଟ ଏଜେନ୍ସି ଗଠନ ପାଇଁ କଲେ ଦାବି

author img

By

Published : Oct 3, 2021, 8:45 PM IST

କୋଟିଆରେ ସାଂସଦ ଅପରାଜିତା, ଡେଭଲପମେଣ୍ଟ ଏଜେନ୍ସି ଗଠନ ପାଇଁ କଲେ ଦାବି
କୋଟିଆରେ ସାଂସଦ ଅପରାଜିତା, ଡେଭଲପମେଣ୍ଟ ଏଜେନ୍ସି ଗଠନ ପାଇଁ କଲେ ଦାବି

କୋରାପୁଟରେ ସାଂସଦ ଅପରାଜିତା ଷଡଙ୍ଗୀ। ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟର ଆଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାର ଡେଭଲପମେଣ୍ଟ ଏଜେନ୍ସି ଗଠନ କରିବାକୁ କଲେ ଦାବି । ନିଜ ପ୍ରଶାସନିକ ସେବା ଜୀବନରେ କୋରାପୁଟର ଜିଲ୍ଲାପାଳ ଭାବେ ତୁଲାଇଥିଲେ ଦାୟିତ୍ବ । ଅଧିକ ପଢନ୍ତୁ...

କୋରାପୁଟ: ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର 21ଟି ଗ୍ରାମର ସାମଗ୍ରିକ ବିକାଶ ପାଇଁ କୋଟିଆ ଡେଭଲପମେଣ୍ଟ ଏଜେନ୍ସି ଗଠନ ଦାବି କଲେ ଭୁବନେଶ୍ବର ସାଂସଦ ଅପରାଜିତା ମହାନ୍ତି । ଏହି ଏଜେନ୍ସି ଗଠନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ବିକାଶର କାର୍ଯ୍ୟକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ଉପରେ କୋରାପୁଟର ତତ୍କାଳୀନ ଜିଲ୍ଲାପାଳ ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗୁରୁତ୍ବ ଦେଇଛନ୍ତି । ଆଜି ଅପରାଜିତା କୋରାପୁଟ ଗସ୍ତ କରି ବିଭିନ୍ନ ସ୍ଥାନ ବୁଲିବା ସହ ସ୍ଥାନୀୟ ସମସ୍ୟା ନେଇ ମଧ୍ୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

କୋଟିଆରେ ସାଂସଦ ଅପରାଜିତା, ଡେଭଲପମେଣ୍ଟ ଏଜେନ୍ସି ଗଠନ ପାଇଁ କଲେ ଦାବି

ଅପରାଜିତା କହିଛନ୍ତି, ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଓ ରାଜନୈତିକ ନେତୃବୃନ୍ଦ ଯେଉଁ ବେଗରେ ଓଡ଼ିଶାର ଅଭିନ୍ନ ଅଙ୍ଗ କୋଟିଆ ମଧ୍ୟରେ ନିର୍ବାଚନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମ କରୁଛନ୍ତି, ଓଡିଶା ସରକାରଙ୍କ ଦ୍ବାରା ସେମାନଙ୍କୁ ଏଥିରୁ ନିବୃତ ହେବା ପାଇଁ ସେମାନଙ୍କୁ କଡା ଜବାବ ଦେବାରେ ସକ୍ଷମ ହୋଇପାରୁ ନାହାନ୍ତି । ଆଜି ସକାଳୁ କୋରାପୁଟ ପହଞ୍ଚି ସାଂସଦ ଅପରାଜିତା ଷଡଙ୍ଗୀ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାର ସାମ୍ପ୍ରତିକ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଚର୍ଚ୍ଚା କରିଥିଲେ ।

କୋଟିଆର ସମସ୍ତ 21ଟି ଗ୍ରାମରେ ଓଡ଼ିଆ ଓ ସ୍ଥାନୀୟ ଭାଷାରେ ପାଠ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି କରିବା ସହ ସେଠାକାର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏ ଦିଗରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଯେକୌଣସି ସହଯୋଗର ଆବଶ୍ୟକତା କଲେ ସେ ତାଙ୍କୁ ସମସ୍ତ ପ୍ରକାରର ସହଯୋଗ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା ।

ସେହିପରି ସହରରେ ଜଳ ନିଷ୍କାସନ ସମସ୍ୟାର ସମାଧାନ କରିବା ସହ କୋଲାବ ଓ ଅନ୍ୟାନ୍ୟ ଜଳଭଣ୍ଡାରରେ ଭରିଯାଉଥିବା ମାଟିକୁ ରୋକିବା ପାଇଁ ରାଜ୍ୟ ସରକାର ତୁରନ୍ତ ଉଚିତ ପଦକ୍ଷେପ ନେବା ପାଇଁ ସେ ଦାବି କରିଛନ୍ତି । ଜୟପୁରର ବିକ୍ରମଦେଵ ମହାବିଦ୍ୟାଳୟକୁ ଏ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳି ନଥିବା ପରିତାପର ବିଷୟ ବୋଲି କହିବା ସହ ସୁନାବେଡାସ୍ଥିତ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲିକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଅପରାଜିତା ।

ଆଜି ଅପରାଜିତା କୋରାପୁଟରେ ପହଞ୍ଚିବା ପରେ BJPର ଶହଶହ କର୍ମକର୍ତ୍ତା ବିଶାଳ ଶୋଭାଯାତ୍ରାରେ ତାଙ୍କୁ ସ୍ବାଗତ କରିଥିଲେ। ଅପରାଜିତା କୋରାପୁଟ ଜିଲ୍ଲାପାଳ ଥିବା ସମୟରେ ଜିଲ୍ଲାବାସୀଙ୍କ ସହ ତାଙ୍କ ଉତ୍ତମ ସମ୍ପର୍କ କାରଣରୁ ସ୍ଵତଃପ୍ରବୃତ ଭାବେ ଲୋକେ ଆସି ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.