ETV Bharat / state

କୋରାପୁଟରେ ପ୍ରବଳ ଖରା: ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ପ୍ରଶାସନର ଅନୁରୋଧ

author img

By

Published : Apr 27, 2022, 9:28 PM IST

ଦିନକୁ ଦିନ ବୃଦ୍ଧି ପାଉଛି ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା । ସେହିପରି ପ୍ରାକୃତିକ ପରିବେଶ ଭରା କୋରାପୁଟ ଜିଲ୍ଲାରେ ଅସହ୍ୟ ହେଲାଣି ଖରା ତାତି । ଅଧିକ ପଢନ୍ତୁ

କୋରାପୁଟରେ ଖରାକୁ ନେଇ ପ୍ରଶାସନ ଲୋକଙ୍କୁ କରୁଛି ସଚେତନ
କୋରାପୁଟରେ ଖରାକୁ ନେଇ ପ୍ରଶାସନ ଲୋକଙ୍କୁ କରୁଛି ସଚେତନ

କୋରାପୁଟ: ଦିନକୁ ଦିନ ବୃଦ୍ଧି ପାଉଛି ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା । ସେହିପରି ପ୍ରାକୃତିକ ପରିବେଶ ଭରା କୋରାପୁଟ ଜିଲ୍ଲାରେ ଅସହ୍ୟ ହେଲାଣି ଖରା ତାତି । ଏପଟେ ଅତ୍ୟାବଶ୍ୟକ ନ ଥିଲେ ଲୋକେ ଖରାରେ ଘରୁ ନ ବାହାରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ମାଇକ ଯୋଗେ ପ୍ରଚାର କରି ସଚେତନ କରାଉଛି ।

କୋରାପୁଟରେ ଖରାକୁ ନେଇ ପ୍ରଶାସନ ଲୋକଙ୍କୁ କରୁଛି ସଚେତନ

ତେବେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ କବଳିତ କୋରାପୁଟ ଅଞ୍ଚଳରେ ବୃକ୍ଷରୋପଣ, ଜଳ ସଂରକ୍ଷଣ ଭଳି ପଦକ୍ଷେପ ନିଆନଗଲେ ଆସନ୍ତା ଦିନରେ କୋରାପୁଟ ମଧ୍ୟ ରାଜ୍ୟର ଅତି ଉତ୍ତପ୍ତ ସହର ତାଲିକାରେ ଅନ୍ତର୍ଭୁକ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରେ ବୋଲି ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.