ETV Bharat / state

ନୂଆ ବର୍ଷରୁ କଣ ହେବ ଶାସକ ଓ ବିରୋଧୀ ଦଳର ରଣନୀତି ?

author img

By

Published : Dec 31, 2022, 9:04 PM IST

ନୂଆବର୍ଷରୁ କଣ ହେବ ଶାସକ ଓ ବିରୋଧୀ ଦଳର ରଣନୀତି?
ନୂଆବର୍ଷରୁ କନୂଆବର୍ଷରୁ କଣ ହେବ ଶାସକ ଓ ବିରୋଧୀ ଦଳର ରଣନୀତି?ଣ ହେବ ଶାସକ ଓ ବିରୋଧୀ ଦଳର ରଣନୀତି?

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ରାଜନୀତି ସାଙ୍ଗଠନିକ କାର୍ଯ୍ୟଧାରା ଦୃଷ୍ଟିରୁ 2023 ବିଜେପି ପାଇଁ ଏକ ଚାଲେଞ୍ଜର ବର୍ଷ ରହିବ । ରାଜ୍ୟ ସରକାରଙ୍କୁ ଲୋକମାନେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିସାରିଲେଣି । ଲୋକମାନଙ୍କ ସହ ତାଳ ଦେଇ ସଂଗଠନ ତିଆରି କରିବା ଦଳ ଆନ୍ଦୋଳନ କରିବ ।" ଅଧିକ ପଢନ୍ତୁ

ନୂଆବର୍ଷରୁ କଣ ହେବ ଶାସକ ଓ ବିରୋଧୀ ଦଳର ରଣନୀତି?

ଭୁବନେଶ୍ବର: ନୂଆବର୍ଷରୁ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବେ ରାଜନୈତିକ ଦଳ । 2022ର ତ୍ରୁଟି ବିଚ୍ୟୁତି ସୁଧାରି ନୂଆ ଯୋଜନା ସହ ସଂଗଠନ ସୁଦୃଢ କରିବା ପାଇଁ ବିଜେଡି, ବିଜେପି ରଣନୀତି କରିଛନ୍ତି । ନୂଆବର୍ଷରୁ ଉତ୍ସାହ ସହ ସଂଗଠନ ବିସ୍ତାର କରି ନିର୍ବାଚନକୁ ଯିବକୁ ଯୋଜନା କରିଛନ୍ତି ଉଭୟ ଦଳ । ବିଜେଡି ରାଜ୍ୟ ସରକାରଙ୍କ ସଫଳତା ନବୀନଙ୍କ ଭାବମୂର୍ତ୍ତୀକୁ ନେଇ ନୂଆବର୍ଷରୁ ଲଢିବ । ବିଜେପି ମଧ୍ୟ କେନ୍ଦ୍ର ସରକାରଙ୍କ ଯୋଜନା, ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ବ ପୁରା ସଂଗଠନକୁ ସଜାଡିବ । ଏନେଇ ଆଜି ଉଭୟ ଦଳ ସୂଚନା ଦେଇଛନ୍ତି ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ରାଜନୀତି ସାଙ୍ଗଠନିକ କାର୍ଯ୍ୟଧାରା ଦୃଷ୍ଟିରୁ 2023 ବିଜେପି ପାଇଁ ଏକ ଚାଲେଞ୍ଜର ବର୍ଷ ରହିବ। ରାଜ୍ୟ ସରକାରଙ୍କୁ ଲୋକମାନେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିସାରିଲେଣି। ଲୋକମାନଙ୍କ ସହ ତାଳ ଦେଇ ସଂଗଠନ ତିଆରି କରିବା ଦଳ ଆନ୍ଦୋଳନ କରିବ । ଭାରତର ବିକାଶ ଧାରାରେ ଓଡିଶା ଯେଉଁଭଳି ଭାବରେ ପଛୁଆ ପଡିଛି ଏହା ରାଜ୍ୟ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ କଥା। ଏହାର ନିରାକରଣର ଗୋଟିଏ ବାଟ ହେଉଛି ସରକାର ପରିବର୍ତ୍ତନ କରି ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବା। ନିର୍ବାଚନ ପୂର୍ବରୁ ବିଜେଡି ସରକାର ଯେତେ ଯୋଜନା କଥା ପ୍ରତିଶୃତି ଦେଲେ ବି ସବୁ ଯୋଜନାର ଷଡଯନ୍ତ୍ରକୁ ବିଜେପି ପର୍ଦାଫାଶ କରିବ ।"

ସେହିପରି ପୃଥ୍ବୀରାଜ କହିଛନ୍ତି, କେନ୍ଦ୍ରମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ଦିଆଯିବ ତାର ନିଷ୍ପତି ପ୍ରଧାନମନ୍ତ୍ରୀ ନେବେ। କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶାରୁ ଯେତିକି ମନ୍ତ୍ରୀ ସ୍ଥାନ ପାଇବା କଥା ତାଠୁ ଅଧିକ ପ୍ରତିନିଧିତ୍ୱ ପ୍ରଧାନମନ୍ତ୍ରୀ ଆମକୁ ଦେଇଛନ୍ତି। ଏହା ସହ ଓଡିଶା ରାଜ୍ୟର ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ପ୍ରଦାନ କରାଯାଇଛି। ଓଡିଶାକୁ କେନ୍ଦ୍ର ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ଯଦି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୁଏ ତେବେ କାହାକୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ ତାହାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବେ ବୋଲି କହିଛନ୍ତି ।

ଅନ୍ୟପଟେ ଶାସକ ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ସାରା ବିଶ୍ୱରେ ଚର୍ଚ୍ଚିତ ହେବ ଓଡିଶା । କାରଣ ଓଡିଶାରେ ହେବାକୁ ଯାଉଛି ହକି ବିଶ୍ବକପ । ଓଡିଶାର ବିକାଶକୁ ଚରମ ସୀମାରେ ପହଞ୍ଚାଇବା ପାଇଁ ଏବଂ ରାଜ୍ୟକୁ ଏକ ନମ୍ବର କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି । ବିଜେଡି କୌଣସି ନିର୍ବାଚନ କୁ ଆଖି ଆଗରେ ରଖି ଚିନ୍ତା କରେନାହିଁ । ସାମଗ୍ରିକ ବିକାଶ ପାଇଁ ରାଜ୍ୟର ବିଜେଡି ବଦ୍ଧ ପରିକର । ସେଥିପାଇଁ ଯୋଜନା ସବୁ କିପରି କାର୍ଯ୍ୟକାରୀ ହେବ ତଳ ସ୍ତରରୁ ସେ ନିର୍ଦ୍ଦେଶ ଥାଏ ଆମ ଦଳରେ କର୍ମୀମାନଙ୍କୁ । ପ୍ରଶାସନ କେମିତି କ୍ରିୟାଶୀଳ ହେବ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚିବା ସେଥିପାଇଁ ଦଳ ପ୍ରାଥମିକତା ଦିଏ ଦଳ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.