ETV Bharat / state

ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍, ବାଣୀବିହାର ଷ୍ଟେସନରେ ରହିଗଲା କିଛି କୋଚ୍

author img

By

Published : Jul 15, 2023, 7:43 PM IST

Updated : Jul 15, 2023, 8:31 PM IST

ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍ । ମାଲବାହୀ ଟ୍ରେନଟି ମେରାମୁଣ୍ଡଳୀ ଯାଉଥିବା ବେଳେ ଅଘଟଣ । ବାଣୀବିହାର ଷ୍ଟେସନରେ ରହିଗଲା ମାଲବାହୀ ଟ୍ରେନ୍‌ର କିଛି ବଗି । ଅଧିକ ପଢନ୍ତୁ...

ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍
ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍

ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍

ଭୁବନେଶ୍ବର: ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍ । ମାଲବାହୀ ଟ୍ରେନଟି ଢେଙ୍କାନାଳ ମେରାମୁଣ୍ଡଳୀ ଯାଉଥିବା ବେଳେ ଅଘଟଣ । ବାଣୀବିହାର ଷ୍ଟେସନରେ ରହିଗଲା ମାଲବାହୀ ଟ୍ରେନ୍‌ର କିଛି ବଗି । କିଛି ବଗି ସହ ଆଗକୁ ପଳାଇଛି ଇଞ୍ଜିନ୍ ।


ବଗି ଛାଡ଼ି ପଳାଗଲା ଟ୍ରେନ ଇଞ୍ଜିନ । ଭୁବନେଶ୍ୱରର ବାଣୀବିହାର ଷ୍ଟେସନ ଠାରେ କିଛି ବଗି ଛାଡ଼ି ପଳାଇଗଲା ମାଲବାହୀ ଟ୍ରେନର ଇଞ୍ଜିନ । ଯାହା ଫଳରେ ଏକ ବଡ଼ ଦୃଘଟଣରୁ ବାର୍ତ୍ତିଯାଇଛି। ଏଭଳି ଘଟଣା ଘଟିଛି ବାଣୀବିହାର ଷ୍ଟେସନରେ ସନ୍ଧ୍ୟା 6 ଟା 30 ସମୟରେ । ଏହି ଟ୍ରେନ ଭୁବନେଶ୍ଵର ରୁ କଟକ ଆଡ଼କୁ ଯାତ୍ରା କରିଥିଲା । ଏକ ନମ୍ବର ଲାଇନ ରେ ମାଲଗାଡ଼ି ଯାଉଥିବା ବେଳେ ହଠାତ କେହି କିଛି ବୁଝିବା ପୂର୍ବରୁ ମାଲଗାଡି ର କିଛି ଅଂଶ ଇଞ୍ଜିନ ଛାଡି ଦେଇ ପାଲେଇଯାଇଛି ।

ଯାହା ଫଳରେ ଏକ ନମ୍ବର ଲାଇନରେ ମାଲଗାଡ଼ିଟି ଅଟକି ରହିଥିଲା । ଏହା ଫଳରେ ଅନେକ ଟ୍ରେନ ପଛକୁ ପଛ ଲାଗି ରହିଛନ୍ତି । ଏହା ଦ୍ବାରା ଯାତ୍ରୀମାନେ ଦୀର୍ଘ ସମୟ ଧରି ଷ୍ଟେସନ ରେ ଅଟକି ରହିଛନ୍ତି । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କିଭଳି କେଉଁ ପରିସ୍ଥିତିରେ ମାଲ ଗାଡ଼ି କିଛି ଅଂଶ ଛାଡି ଦେଇଗଲା ତାହା ପ୍ରଶ୍ନବାଚି ସୃଷ୍ଟି କରୁଛି । ତେବେ କେବଳ ଏଭଳି ଘଟଣା ନୁଆ ନୁହେଁ। ଏଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ୱାଲଟିୟରରୁ ମେରାମୁଣ୍ଡଳୀ ଅଭିମୁଖେ ଯାଉଥିଲା ଏହି ମାଲବାହୀ ଟ୍ରେନ । କିନ୍ତୁ ବାଣୀବିହାର ଷ୍ଟେସନ ନିକଟରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି ମାଲ ଗାଡି। ଷ୍ଟେସନ ନିକଟରେ ଗାଡ଼ିର ଇଞ୍ଜିନ ଏବଂ ବଗି ଛିଡ଼ି ଅଲଗା ହୋଇଯିବା ଫଳରେ ଗାଡ଼ିର ୨୫ଟି ବଗି ବାଣୀବିହାର ଷ୍ଟେସନରେ ଅଟକି ରହିଛି । କିନ୍ତୁ ଗାଡ଼ିର ଇଞ୍ଜିନ ଏବଂ ଅନ୍ୟ ବଗି ବାଣୀବିହାର ଷ୍ଟେସନ ଛାଡ଼ି ପଳାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ତେବେ ବର୍ତ୍ତମାନ ଗାଡ଼ିର ଇଞ୍ଜିନକୁ ପଛକୁ ଫେରାଇ ଛିଡ଼ି ଯାଇଥିବା ବଗି ସହ ଯୋଡ଼ାଯାଉଛି । ଏହା ପରେ ସ୍ୱାଭାବିକ ହେବା ପରେ ଗାଡ଼ି ଆଗକୁ ଲକ୍ଷ୍ୟସ୍ଥଳରେ ଗଡ଼ିବ ବୋଲି ସୂଚନା ମିଳିଛି। ତେବେ ବାରମ୍ବାର ରେଳ ବିଭାଗର ଏଭଳି ଘଟଣା ଘଟୁଥିବା ବେଳେ ଏହାକୁ କିପରି ଭାବରେ ସମାଧାନ କରାଯିବ ସେନେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Jul 15, 2023, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.