ETV Bharat / state

AIMIM ନେତା ଓୱେସୀଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Jun 17, 2022, 1:56 PM IST

AIMIM ନେତା ଓୱେସୀଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର
AIMIM ନେତା ଓୱେସୀଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜଗନ୍ନାଥ ମନ୍ଦିରକୁ ନେଇ ଅସଦୁଦ୍ଦିନ ଓଓ୍ବେସୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ 8 ଦଫା ସମ୍ବଳିତ ଦାବିପତ୍ର ଦେଲା ବିଶ୍ବ ହିନ୍ଦୁ ପରିଷଦ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜଗନ୍ନାଥ ମନ୍ଦିରକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ସାରା ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ ଆଜି(ଶୁକ୍ରବାର) ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ 8 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ବିଶ୍ବ ହିନ୍ଦୁ ପରିଷଦ । ବିଜେପି ନେତ୍ରୀ ନୁପୁର ଶର୍ମା ଦେଇଥିବା ମନ୍ତବ୍ୟକୁ ଦେଶବ୍ୟାପୀ ମୁସଲିମ ସମ୍ପ୍ରଦାୟର ଲୋକମାନେ ବିରୋଧ କରି ଦଙ୍ଗା ସୃଷ୍ଟି କରୁଛନ୍ତି । ବିଜେପି ପକ୍ଷରୁ ନୁପୁର ଶର୍ମାଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।

କିନ୍ତୁ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ଓଓ୍ବେସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ତେଣୁ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଖୋର୍ଦ୍ଧାର ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ 8 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । AIMIM ନେତା ଓଓ୍ବେସଙ୍କ ଏକ ଭିଡିଓରେ କହିଥିଲେ ଯେ, ପୁରୀର ଜଗନ୍ନାଥ ମନ୍ଦିର ଏକ ବୌଦ୍ଧ ଧର୍ମର ସ୍ତୁପ ଉପରେ ନିର୍ମିତ ହୋଇଛି ।

AIMIM ନେତା ଓୱେସୀଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଏହି ବିବାଦୀୟ ମନ୍ତବ୍ୟକୁ ବିଭିନ୍ନ ସଂଗଠନ ବିରୋଧ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଜ୍ଞାନ ନଥିବା ତଥା ଉପଯୁକ୍ତ ତଥ୍ୟ ନଦେଇ ଯେଭଳି ଓବେସୀ ଜଗନ୍ନାଥ ମନ୍ଦିର ନିର୍ମାଣ ଉପରେ ବିବାଦୀୟ ଟିପ୍ପଣୀ ରଖିଛନ୍ତି, ତାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ସେମାନେ କହିଛନ୍ତି । ଏପରିକି ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ବିଭିନ୍ନ ଥାନାରେ ତାଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.