ETV Bharat / state

ଭୁବନେଶ୍ବର ଷ୍ଟେସନରେ ହଇଚଇ, ଟ୍ରେନ ଟଏଲେଟରୁ ମିଳିଲା ମହିଳାଙ୍କ ମୃତଦେହ

author img

By

Published : Apr 20, 2023, 6:13 PM IST

Updated : Apr 20, 2023, 6:21 PM IST

unknown dead body found in train
unknown dead body found in train

ଭୁବନେଶ୍ବର ରେଳ ଷ୍ଟେସନରେ ଧାନବାଦ ଏକ୍ସପ୍ରେସର ଟଏଲଟେ ମଧ୍ୟରୁ ମିଳିଲା ମହିଳାଙ୍କ ମୃତଦେହ । ଅଧିକ ପଢନ୍ତୁ

ଭୁବନେଶ୍ବର ଷ୍ଟେସନରେ ହଇଚଇ, ଟ୍ରେନ ଟଏଲେଟରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ବର: ଟ୍ରେନ ଟଏଲେଟରୁ ଭିତରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ । ଧାନବାଦ ଏକ୍ସପ୍ରେସ ଭୁବନେଶ୍ବର ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ମହିଳାଙ୍କ ମୃତଦେହ ଟ୍ରେନର ଟଏଲେଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଧାନବାଦ ଏକ୍ସପ୍ରେସ ଯାତ୍ରୀ ଓହ୍ଲାଇବା ପରେ ଏହି ମୃତଦେହକୁ ସଫେଇ କର୍ମଚାରୀ ଦେଖି GRPକୁ ଖବର ଦେଇଥିଲେ । ଏହାପରେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମହିଳା ଏକାକୀ ଯାତ୍ରା କରୁଥିଲେ କି ତାଙ୍କ ସହ ଆଉ କିଏ ଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସ ସମସ୍ତ ଦିଗକୁ ଦେଖି ତଦନ୍ତ ଆରମ୍ଭ କରିଛି ।

ତେବେ ଟ୍ରେନଟି ଧାନବାଦ ଜଙ୍କସନରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ଯାଇଥିଲେ । ଯାତ୍ରୀ ଓହ୍ଲାଇବା ପରେ ମିଳିଥିଲା ମୃତଦେହ । ଟ୍ରେନ ରହିବା ପରେ ସଫେଇ କର୍ମଚାରୀ ଟ୍ରେନ ସଫା କରିବାକୁ ଯାଇଥିବା ବେଳେ ମୃତଦେହକୁ ଦେଖିଥିଲେ । ଆଉ ଏ ନେଇ ଜିଆରପିକୁ ଖବର ଦେଇଥିଲେ । ଜିଆରପି ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ତଦନ୍ତ ଜାରି ରଖିଛି ଆଉ ଖୋଳତାଡ଼ ଆରମ୍ଭ କରିଛି। ଏବେ ବି ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି।

ଏହା ବି ପଢନ୍ତୁ- ୫ଦିନ ପରେ ନିଖୋଜ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଯାଜପୁରରୁ ମିଳିଥିଲା ବାଇକ୍, ଘର ଜଗତସିଂହପୁର

ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟ ପୋଲିସ ସେହି ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସାଣ୍ଟିଫିକ ଟିମ ପହଞ୍ଚି କିଭଳି ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି ସେନେଇ ପୁଙ୍ଖାନୁପୁଙ୍ଖ ପରଖିଛି । ଟ୍ରେନ ଟଏଲେଟର ପାରିପାର୍ଶ୍ବିକ ସ୍ଥିତି ଓ ସାମଗ୍ରୀକୁ ତନତନ କରି ଯାଞ୍ଚ କରିଛନ୍ତି । ସାଣ୍ଟିଫିକ ଟିମର ଯାଞ୍ଚ ପରେ କିଭଳି ଓ କେଉଁ ସମୟରେ ମୃତ ମହିଳାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡିବ ବା ସ୍ପଷ୍ଟ ହୋଇପାରିବ ।

ପରେ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ତେବେ ମହିଳା ଜଣଙ୍କର ପରିଚୟ ମିଳିନଥିବା ବେଳେ ସେ ଏକା ଟ୍ରେନରେ ଯାତ୍ରା କରୁଥିଲେ କି ତାଙ୍କ ସହ ଆଉ କିଏ ଥିଲେ ଏନେଇ ମଧ୍ୟ ପୋଲିସ ତଦନ୍ତ ବୋଲି ଜିଆରପି ପକ୍ଷରୁ ସୂଚନା ଦିଆଯାଇଛି । ମୃତଦେହ ମିଳିଲା ପରେ ଭୁବନେଶ୍ବର ଷ୍ଟେସନରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଲୋକମାନେ ଭିଡ଼ ଜମାଇଥିଲେ । ମାତ୍ର ସୁରକ୍ଷାକର୍ମୀଙ୍କ ପକ୍ଷରୁ ଭିଡ଼କୁ ନିୟନ୍ତ୍ରଣ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 20, 2023, 6:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.