ETV Bharat / state

୫ଦିନ ପରେ ନିଖୋଜ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଯାଜପୁରରୁ ମିଳିଥିଲା ବାଇକ୍, ଘର ଜଗତସିଂହପୁର

author img

By

Published : Apr 20, 2023, 5:23 PM IST

ଯାଜପୁର ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲ ମଧ୍ୟରୁ ମିଳିଲା ନିଖୋଜ ଯବାନଙ୍କ ମୃତଦେହ । ଯବାନ ଜଣକ ଜଗତସିଂହପୁର ଜିଲ୍ଲା ଅଧିବାସୀ ବୋଲି ମିଳିଛି ପରିଚୟ । ଅଧିକ ପଢନ୍ତୁ

Etv Bharat
Etv Bharat

ଯାଜପୁରରୁ ମିଳିଥିଲା ବାଇକ୍

ଯାଜପୁର: ଦୀର୍ଘ ୫ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ ଯବାନଙ୍କ ମୃତଦେହ । ଯବାନ ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଥାନା ସୋମପୁର ଗ୍ରାମର ବୋଲି ଜଣାପଡ଼ିଛି । ତେବେ ବହୁ ଖୋଜାଖୋଜି ପରେ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପୋଲିସ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇଛି । ଯବାନ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ- Skill Conclave 2023: ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ନବୀନ

ଯବାନ ସୂର୍ଯ୍ୟକାନ୍ତ କୁଆଁର ଗତ ୧୭ ତାରିଖରୁ ନିଖୋଜ ଥିଲେ । ଗତ ଦୁଇ ଦିନ ତଳେ ମୃତ ଯବାନଙ୍କ ବାଇକକୁ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ ପୋଲିସ ଜବତ କରିଥିଲା । ତେବେ ଅଭିଯୋଗ ପରେ ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଚଣା ପୋଲିସ ଗତକାଲି ଡ୍ରୋନ କ୍ୟାମେରା ସାହାଯ୍ୟରେ ବହୁ ଖୋଜାଖୋଜି ପରେ ବି ଯବାନଙ୍କ କୌଣସି ପତ୍ତା ମିଳିନଥିଲା । ଆଜି ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ପୋଲିସର ୩ଟି ଟିମ, ବନ ବିଭାଗ କର୍ମଚାରୀ ପାହାଡ଼ ଉପରକୁ ଚଢି ଖୋଜା ଖୋଜି କରିଥିଲେ ।

ଏହା ବି ପଢନ୍ତୁ- ଲାଞ୍ଚ ନେଇ ଧରାପଡିଲେ ଦାନଗଦି ମେଡିକାଲର ଡାକ୍ତର

ଶେଷରେ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସେପଟେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ କେଉଁ କାରଣରୁ ଯବାନ ଜଣକ ନିକଞ୍ଚ ଜଙ୍ଗଲ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ସେ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଘଟଣାର ତଦନ୍ତ ଚାଲୁଥିବାରୁ ପୋଲିସ କୌଣସି ସୂଚନା ଦେବାକୁ ମନା କରିଛି । ବ୍ୟବଚ୍ଛେଦ ପରେ ଯବାନଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛି ପୋଲିସ । ସେପଟେ ଜଙ୍ଗଲ ମଧ୍ୟରୁ ଯବାନଙ୍କ ମୃତଦେହ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.