ETV Bharat / state

ଓଡ଼ିଶାରେ ବିଧିବ୍ୟବସ୍ଥା ଠିକ ନାହିଁ, ଲୋକେ ଏଠି ଭୟର ବାତାବରଣରେ ରହୁଛନ୍ତି: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ

author img

By ETV Bharat Odisha Team

Published : Dec 16, 2023, 6:51 PM IST

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ
କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ

Union Minister Nityanand Rai visit to odisha: ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ପାଇଁ ଦେଶରୁ ଗରିବୀ ବହୁତ କମିଛି । ବିକାଶର ଭାଗିରଥି ମୋଦିଙ୍କ ପାଇଁ ବିକାଶର ଗଙ୍ଗା ଗାଁ ଗାଁରେ ପହଞ୍ଚିଛି । ଦେଶର ଲୋକଙ୍କ ମନରେ ମୋଦି ଅଛନ୍ତି । 2024ରେ ଗତ ନିର୍ବାଚନରୁ ଅଧିକ ବହୁମତରେ ବିଜେପିକୁ ଲୋକେ ଆଶୀର୍ବାଦ କରିବେ ବୋଲି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ । ଅଧିକ ପଢ଼ନ୍ତୁ

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ

ଭୁବନେଶ୍ବର: ଆସୁଛି 2024 ସାଧାରଣ ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀମାନଙ୍କର ଘନଘନ ଗସ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହି ପରିପେକ୍ଷୀରେ ଓଡ଼ିଶା ଗସ୍ତ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ । ତେବେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନିତ୍ୟାନନ୍ଦ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ କାଉଣ୍ଟର ଟାର୍ଗେଟ କରି ବିରୋଧୀ ଯେତେ କହିଲେ ବି ଲୋକମାନେ ଆଗାମୀ ନିର୍ବାଚନରେ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ସମୀର ଦାସ ।

ଓଡିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ । ଢେଙ୍କାନାଳ ହିନ୍ଦୋଳରେ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବା ନେଇ ସେ ଓଡିଶା ଆସିଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ । ତେବେ ନିତ୍ୟାନନ୍ଦ କହିଛନ୍ତି, "2024 ନିର୍ବାଚନରେ ଗତ ନିର୍ବାଚନ ଠାରୁ ଅଧିକ ବହୁମତ ପାଇବ ବିଜେପି । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ପାଇଁ ଦେଶରୁ ଗରିବୀ ବହୁତ କମିଛି । ବିକାଶର ଭାଗିରଥି ମୋଦିଜୀଙ୍କ ପାଇଁ ବିକାଶ ର ଗଙ୍ଗା ଗାଁ ଗାଁରେ ପହଞ୍ଚିଛି । ଦେଶର ଲୋକଙ୍କ ମନରେ ମୋଦି ଅଛନ୍ତି । ଗତ ନିର୍ବାଚନ ରୁ 2024 ରେ ଗତ ନିର୍ବାଚନରୁ ଅଧିକ ବହୁମତ ରେ ଲୋକେ ଆଶୀର୍ବାଦ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ......ଓଡିଶାରେ 15 ଆସନ ଜିତିବୁ କହିଲେ ଧର୍ମେନ୍ଦ୍ର, ଦିବାସ୍ବପ୍ନ ଦେଖୁଛନ୍ତି କହିଲେ ଜୟଦେବ ଜେନା

ଏହାସହ ନିତ୍ୟାନନ୍ଦ ଏହା ମଧ୍ୟ କହିଛନ୍ତି ଯେ ରିପୋର୍ଟ ଅନୁସାରେ ଓଡ଼ିଶାରେ ବିଧିଵ୍ୟଵସ୍ଥା କିଛି ଠିକ ନାହିଁ । ଲୋକେ ଏଠି ଭୟର ବାତାବରଣରେ ରହୁଛନ୍ତି । ଓଡ଼ିଶାରେ ଯାହା ବି କିଛି ବିକାଶ ହେଉଛି କିମ୍ବା ଦେଖିବାକୁ ମିଳୁଛି ସେସବୁ ମୋଦି ସରକାରଙ୍କ ପାଇଁ ହେଉଛି । ସେପଟେ ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ସମୀର ଦାସ । ସମୀର କହିଛନ୍ତି, "କେନ୍ଦ୍ର ବିଜେପି ହେଉ କି ରାଜ୍ୟ ବିଜେପି ସବୁ ମିଛର ସୌଦାଗର । ଓଡିଶାକୁ ଅବହେଳା କରାଯାଉଛି, ଏକଥା ଓଡିଶାବାସୀ ଭଲ ଭାବେ ଜାଣିଛନ୍ତି । ରାଜ୍ଯରେ ଉନ୍ନତି ହୋଇଛି କି ନାହିଁ ଲୋକମାନେ କହିବେ । ସ୍କୁଲ ଓ କଲେଜମାନଙ୍କରେ ରୂପାନ୍ତରଣ ସରକାର କରିଛନ୍ତି । ରାଜ୍ୟ ବିଜେପି ମଦ ଦୁର୍ନୀତିରେ ଅଯଥାରେ ବିଜେଡିକୁ ଟାଣୁଛି । କେନ୍ଦ୍ର ଏବଂ ଛତିଶଗଡ ବିଜେପି ମଧ୍ୟରେ ତାଳ ମେଳ ରହୁନାହିଁ । ରାଜ୍ଯରେ ନବୀନ ସରକାରଙ୍କ କାମରେ ଲୋକମାନେ ଉପଲବ୍ଧ କରୁଛନ୍ତି । ବିରୋଧୀ ଯେତେ କହିଲେ ବି ଲୋକମାନେ ଆଗାମୀ ନିର୍ବାଚନରେ ଜବାବ ଦେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.