ETV Bharat / state

ମଞ୍ଚେଶ୍ବରରୁ ଭୁବନେଶ୍ବର ମଧ୍ୟରେ ଚାଲିଛି ନନ୍‌ ଇଣ୍ଟରଲକିଂ କାର୍ଯ୍ୟ, ସୁଦୃଢ଼ ହେବ ନିରାପତ୍ତା

author img

By ETV Bharat Odisha Team

Published : Aug 29, 2023, 6:28 AM IST

ମଞ୍ଚେଶ୍ବରୁ ଭୁବନେଶ୍ବର ମଧ୍ୟରେ ଚାଲିଛି ନନ ଇଣ୍ଟରଲକିଂ କାର୍ଯ୍ୟ, ସୁଦୃଢ ହେବ ନିରାପତ୍ତା
ମଞ୍ଚେଶ୍ବରୁ ଭୁବନେଶ୍ବର ମଧ୍ୟରେ ଚାଲିଛି ନନ ଇଣ୍ଟରଲକିଂ କାର୍ଯ୍ୟ, ସୁଦୃଢ ହେବ ନିରାପତ୍ତାମଞ୍ଚେଶ୍ବରୁ ଭୁବନେଶ୍ବର ମଧ୍ୟରେ ଚାଲିଛି ନନ ଇଣ୍ଟରଲକିଂ କାର୍ଯ୍ୟ, ସୁଦୃଢ ହେବ ନିରାପତ୍ତା

ଭବିଷ୍ୟତରେ ଟ୍ରାଫିକ ସୁବିଧା ବୃଦ୍ଧି ପାଇଁ ପୂର୍ବତଟ ରେଳପଥରେ ପ୍ରମୁଖ ନିରାପତ୍ତା କାର୍ଯ୍ୟ ଜାରି ରହିଛି । 30 ଅଗଷ୍ଟ ପର୍ଯ୍ୟନ୍ତ ଭୁବନେଶ୍ବର ଏବଂ ମଞ୍ଚେଶ୍ବର ମଧ୍ୟରେ ତୃତୀୟ ଲାଇନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ କରାଯାଉଛି । ଏହି ମାର୍ଗ ଦେଇ ଯାତାୟାତ କରୁଥିବା ଦୈନିକ ହାରାହାରି 25ଟି ଟ୍ରେନ୍‌ ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ ହୋଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଭବିଷ୍ୟତରେ ଟ୍ରାଫିକ ସୁବିଧା ବୃଦ୍ଧି ପାଇଁ ପୂର୍ବତଟ ରେଳପଥରେ ପ୍ରମୁଖ ନିରାପତ୍ତା କାର୍ଯ୍ୟ ଜାରି ରହିଛି । 30 ଅଗଷ୍ଟ ପର୍ଯ୍ୟନ୍ତ ଭୁବନେଶ୍ବର ଏବଂ ମଞ୍ଚେଶ୍ବର ମଧ୍ୟରେ ତୃତୀୟ ଲାଇନ୍‌ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ କରାଯାଉଛି । ଏହି ମାର୍ଗ ଦେଇ ଯାତାୟାତ କରୁଥିବା ଦୈନିକ ହାରାହାରି 25ଟି ଟ୍ରେନ୍‌ ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ ହୋଇଛି ।

ଭବିଷ୍ୟତରେ ଟ୍ରାଫିକ ସୁବିଧା ବୃଦ୍ଧି ପାଇଁ ପୂର୍ବତଟ ରେଳପଥରେ ପ୍ରମୁଖ ନିରାପତ୍ତା କାର୍ଯ୍ୟ ଜାରି ରହିଛି । 30 ଅଗଷ୍ଟ ପର୍ଯ୍ୟନ୍ତ ଭୁବନେଶ୍ବର ଏବଂ ମଞ୍ଚେଶ୍ବର ମଧ୍ୟରେ ତୃତୀୟ ଲାଇନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ କରାଯାଉଛି । ଏହି ମାର୍ଗ ଦେଇ ଯାତାୟାତ କରୁଥିବା ଦୈନିକ ହାରାହାରି 25ଟି ଟ୍ରେନ୍‌ ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ ହୋଇଛି ।

ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ୍‌ ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ବହୁ ପ୍ରତୀକ୍ଷିତ ତୃତୀୟ ଲାଇନ କାର୍ଯ୍ୟ ନିକଟରେ କାର୍ଯ୍ୟକ୍ଷମ ହୋଇଛି । ଏହି ତୃତୀୟ ଲାଇନ ରେଳ ସେକ୍ସନକୁ ରେଳ ନିରାପତ୍ତା ଆୟୁକ୍ତ (CRS)ଙ୍କ ଦ୍ବାରା ମଞ୍ଚେଶ୍ବର ଏବଂ ଭୁବନେଶ୍ବର ମଧ୍ୟରେ ଶେଷ କାର୍ଯ୍ୟର ଯାଞ୍ଚ ପରେ କାର୍ଯ୍ୟକ୍ଷମ କରାଯିବା ପାଇଁ ଅନୁମତି ମିଳିଛି । ଟ୍ରାକ ଲିଙ୍କ କରିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ । ଭବିଷ୍ୟତରେ ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ ମଧ୍ୟରେ ଏକ ଅସୁବିଧା ମୁକ୍ତ ଟ୍ରେନ ଚଳାଚଳ ପାଇଁ ସିଗ୍‌ନାଲ୍‌ ସିଷ୍ଟମ କାର୍ଯ୍ୟକୁ ମଧ୍ୟ ଆଧୁନିକୀକରଣ କରାଯାଉଅଛି । ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ ମଧ୍ୟରେ ଟ୍ରେନ୍‌ ସେବା ସହଜ ହେବ । କାରଣ ନରାଜ ମାର୍ଗ ଏବଂ କଟକ ମାର୍ଗ ଏବଂ ପୁରୀ ଏବଂ ବ୍ରହ୍ମପୁର ପାର୍ଶ୍ବରୁ ଆସୁଥିବା ଟ୍ରେନ୍‌ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ । ଅସୁବିଧାଜନକ ଟ୍ରାଫିକ ଚଳାଚଳ କରିବାକୁ ପୂର୍ବତଟ ରେଳପଥ ସାମୟିକ ଭାବରେ କିଛି ଟ୍ରେନ ବାତିଲ୍‌ ଏବଂ ଆଂଶିକ ବାତିଲ କରିଛି ରେଳବାଇ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.