ETV Bharat / state

ଲୋକମାନେ ଚାହୁଁଛନ୍ତି ଓଡିଶାରେ ଡ଼ବଲ ଇଞ୍ଜିନ ସରକାର: ମନମୋହନ ସାମଲ

author img

By ETV Bharat Odisha Team

Published : Dec 9, 2023, 2:17 PM IST

ଲୋକମାନେ ଚାହୁଁଛନ୍ତି ଓଡିଶାରେ ଡ଼ବଲ ଇଞ୍ଜିନ ସରକାର
ଲୋକମାନେ ଚାହୁଁଛନ୍ତି ଓଡିଶାରେ ଡ଼ବଲ ଇଞ୍ଜିନ ସରକାର

Manmohan Samal returns from Delhi: ଦିଲ୍ଲୀରୁ ବିଜେପିର ପ୍ରମୁଖ ନେତାମାନଙ୍କୁ ଭେଟି ଓଡ଼ିଶା ଫେରିବା ପରେ ରାଜ୍ୟରେ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ବାଢିଛନ୍ତି ମନମୋହନ ସାମଲ । ଅଧିକ ପଢନ୍ତୁ

ଲୋକମାନେ ଚାହୁଁଛନ୍ତି ଓଡିଶାରେ ଡ଼ବଲ ଇଞ୍ଜିନ ସରକାର

ଭୁବନେଶ୍ବର: 'ଗାଁକୁ ଯିବାକୁ କେନ୍ଦ୍ରୀୟ ନେତୃତ୍ଵଙ୍କ ନିର୍ଦ୍ଦେଶ । ପ୍ରତି ପଞ୍ଚାୟତରେ ଘରେ ଘରେ ପହଞ୍ଚିବ କେନ୍ଦ୍ର ସରକାରଙ୍କ ଯୋଜନା । ଓଡିଶାରେ ଆସିବ ବିଜେପି ସରକାର । ଲୋକେ ବର୍ତ୍ତମାନ ବିଜେପିକୁ ଚାହୁଁଛନ୍ତି ।' ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟି ଓଡିଶା ଫେରିବା ପରେ କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସେ କହିଛନ୍ତି, "କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଗାଁକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଜର ଏବଂ ପାଖ ପଞ୍ଚାୟତ ଯାଇ ଲୋକମାନଙ୍କ ନିକଟରେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ କରାଯିବ । ଲୋକମାନେ ଯଦି କୌଣସି ଯୋଜନାରୁ ବଞ୍ଚିତ ରହିଛନ୍ତି ତେବେ ସେମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆଉ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଖାପାଖି 12 ଶହ ପଞ୍ଚାୟତ ଗସ୍ତ ସରିଲାଣି । ବାକି 5000 ପଞ୍ଚାୟତ ଗୁଡ଼ିକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା । ଶୀର୍ଷ ନେତୃତ୍ଵଙ୍କ ଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ପଞ୍ଚାୟତ ଗସ୍ତ କରିବେ ।"

ସେ ଆଉ ମଧ୍ୟ କହିଛନ୍ତି, "ରାଜ୍ୟରେ ଏବେ ବିଜେପି ଆସିବ । ଓଡ଼ିଶାବାସୀ ଚାହୁଁଛନ୍ତି ରାଜ୍ୟରେ ବିଜେପି ସରକାର ଆସୁ ଏବଂ ଡ଼ବଲ ଇଞ୍ଜିନ ସରକାର ହେଉ । ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।"

ବିଜେଡି ଶାସନରେ ମହିଳା ଅସୁରକ୍ଷିତ: ବିଜେପି ମହିଳା ମୋର୍ଚ୍ଚା


ସୂଚନାଯୋଗ୍ୟ, ତିନି ରାଜ୍ୟରେ ବିଜେପିର ବାଜିମାତ ପରେ ମନମୋହନ ସାମଲଙ୍କୁ ଦିଲ୍ଲୀରୁ ଡାକରା ହୋଇଥିଲା । ୨୦୨୪ ପାଇ କଣ ରହିବ ରାଜ୍ୟ ବିଜେପିର ଆଭିମୁଖ୍ୟ ? କେଉଁ ଷ୍ଟାଟେଜିରେ ଲଢେଇ କରିବ ବିଜେପି ତା ଉପରେ ଆଲୋଚନା ହୋଇଛି ବୋଲି ଜଣାପଡିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀୟ ବିଜେପିର ଅନ୍ୟ ତୁଙ୍ଗ ନେତାମାନଙ୍କ ସହ ମନମୋହନ ଆଲୋଚନା କରିଥିବା ସୂଚନା ରହିଛି ।

ସେହିପରି ଚଳିତ ମାସ ଶେଷ ଆଡ଼କୁ ଗୃହ ମନ୍ତ୍ରୀ ଅମିତ୍ ଶାହ ଓଡ଼ିଶା ଆସିପାରନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବା ନେଇ ଦଳୀୟ ମହଲରୁ ସୂଚନା ମିଳିଛି । ତେବେ ତିନି ରାଜ୍ୟରେ ନିର୍ବାଚନ ଜିତିବା ପରେ ଆଗାମୀ ଦିନ ପାଇଁ ଓଡ଼ିଶା ପାଇଁ ଖସଡ଼ା ପ୍ରସ୍ତୁତ କରୁଛି ବିଜେପି । ରାଜ୍ୟରେ କେମିତି ଡ଼ବଲ ଇଞ୍ଜିନ ସରକାର ହେବ ତାକୁ ଦଳ ଆରମ୍ଭ କରିଦେଇଛି ରଣନୀତି । ଫୋକସରେ ଗ୍ରାମାଞ୍ଚଳ ଭୋଟର । ତୃଣମୂଳ ସ୍ତରରୁ ସୁଦୃଢ ହେବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.