ETV Bharat / state

ଜୀବନ ନେଲା BMC ଗାଡି, ମେୟରଙ୍କ ବୁଝାସୁଝା ପରେ ହଟିଲା ରାସ୍ତାରୋକ

author img

By

Published : Oct 30, 2022, 1:53 PM IST

Updated : Oct 30, 2022, 2:20 PM IST

ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗରେ ଜୀବନ ନେଲା ବିଏମସି ଗାଡି । ଏନେଇ ଦାରୁଠେଙ୍ଗ ଡମ୍ପିୟାର୍ଡ ସାମ୍ନାରେ ଉତ୍ତେଜନା ଦେଖାଦେଇଛି । ଅଧିକ ପଢନ୍ତୁ

ଜୀବନ ନେଲା ବିଏମସି ଗାଡି, ଦାରୁଠେଙ୍ଗ ଡମ୍ପିୟାର୍ଡ ସାମ୍ନାରେ ଉତ୍ତେଜନା
ଜୀବନ ନେଲା ବିଏମସି ଗାଡି, ଦାରୁଠେଙ୍ଗ ଡମ୍ପିୟାର୍ଡ ସାମ୍ନାରେ ଉତ୍ତେଜନା

ଭୁବନେଶ୍ବର: ଆଉ ଜଣକ ଜୀବନ ନେଲା ବିଏମସି ଗାଡି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗରେ । ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରାମ ଗାଗରେଇ ବୋଲି ଜଣାପଡିଛି । ଅନ୍ୟପଟେ ଏନେଇ ଦାରୁଠେଙ୍ଗ ଡମ୍ପିୟାର୍ଡ ସାମ୍ନାରେ ଉତ୍ତେଜନା ଦେଖା ଦେଇଛି । ସୂଚନା ଅନୁଯାୟୀ, କିଛି ଦିନ ପୁର୍ବେ ସମାନ ସ୍ଥଳରେ ଜଣେ ବାଇକ ଆରୋହୀଙ୍କର ଜୀବନ ନେଇଥିଲା ବିଏମସି ଅଳିଆ ଗାଡି । ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଉଥିବା ଗାଡ଼ିର ଧକ୍କାରେ ଜୀବନ ହରାଉଛନ୍ତି ଅନେକ ନିରିହ ।

ଜୀବନ ନେଲା BMC ଗାଡି, ଦାରୁଠେଙ୍ଗ ଡମ୍ପିୟାର୍ଡ ସାମ୍ନାରେ ଉତ୍ତେଜନା

ଯାହାକୁ ବିରୋଧ କରି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ସରପଞ୍ଚ ଶତାଧିକ ସ୍ଥାନୀୟ ଲୋକେ ଅଳିଆ ପକାଇବା ନେଇ ବିରୋଧ କରିଛନ୍ତି । ତେବେ ଏନେଇ ରାସ୍ତାରୋକ କରିବା ସହ ଚନ୍ଦକା ଦେଇ କଟକ ଓ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି ଲୋକେ । ରାସ୍ତାରୋକରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଧ୍ୟ ସାମିଲ ହୋଇଥିଲେ । ତେବେ ଏନେଇ ଖବର ପାଇ ବିଏମସି ମେୟର ଓ କମିସନର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ଏଥିସହ ମୃତକକୁ ବିଏମସି ତରଫରୁ ୫ଲକ୍ଷ ଟଙ୍କା ଓ ଜଣେ ବ୍ୟକ୍ତିକୁ ଚାକିରି‌ ଦେବାର‌ ପ୍ରତିଶୃତି ଦେଇ ଆନ୍ଦୋଳନ ହଟାଇଥିବା ଜଣାପଡିଛି‌‌ । ତେବେ ଆଲୋଚନା ଶେଷ ନ ହେବା ଯାଏ ଦାରୁଠେଙ୍ଗରେ ଅଳିଆ ପକାଇବା ବନ୍ଦ ରହିବ ବୋଲି ନିଷ୍ପତି ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 30, 2022, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.