ETV Bharat / state

ଧରାପଡ଼ିଲା RTI ମହାଠକ, ଚାକିରିଆଙ୍କୁ ଟ୍ରାନ୍ସଫର ଆଳରେ କରୁଥିଲା ଠକେଇ

author img

By

Published : Aug 18, 2023, 2:35 PM IST

Updated : Aug 19, 2023, 7:31 AM IST

stf arrests fake rti activist from bhubaneswar
ଚାକିରିଆଙ୍କୁ ଟ୍ରାନସଫର ଆଳରେ ଠକେଇ

ସୂଚନା ଅଧିକାର କର୍ମୀ ପରିଚୟ ଦେଇ ଠକାମିରେ ଜାଲ ବିଛାଇଥିଲା ମହାଠକ । ଭୁବନେଶ୍ବରରୁ ଗିରଫ କଲା ଏସଟିଏଫ ଟିମ । ଅଧିକ ପଢନ୍ତୁ

stf arrests fake rti activist from bhubaneswar

ଭୁବନେଶ୍ବର: ଠକାମିର ନୂଆ ଫଣ୍ଡା । ପାଠ ପଢିଛନ୍ତି ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ । ଅନର୍ଗଳ କହୁଥିଲେ ଇଂରାଜୀ । ନିଜକୁ କେତେବେଳେ ଆରଟିଆଇ ଆକ୍ଟିଭିଷ୍ଟ ତ ଆଉ କେତେବେଳେ ସୂଚନା ପ୍ରସାରଣ ବିଭାଗର ଡେପୁଟି କମିଶନର ମିଛ ପରିଚୟ ଦେଇ ଠକାମିର ଜାଲ ବିଛାଇଥିଲେ । ଚାକିରିଆଙ୍କୁ ଟ୍ରାନ୍ସଫର ଆଳରେ ଠକି ଏବେ ଏସଡିଏଫ ଜାଲରେ ଛନ୍ଦି ହୋଇଯାଇଛି ମହାଠକ କିଶୋର କୁମାର ମିଶ୍ର । କୋରାପୁଟ ଟାଉନ ଥାନାର ଏକ କେସ ଆଧାରରେ ଏସଟିଏଫ ରାଡାରରେ ଥିଲେ, ଆଉ ଶେଷରେ ଏସଟିଏଫ ଟିମ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି । କିଶୋର କୁମାର ମିଶ୍ର ଘର ବ୍ରହ୍ମପୁର, ସେ କୋରାପୁଟ ନୀଳଚକ୍ର ନଗରରେ ରହୁଥିଲା । କିନ୍ତୁ ଭୁବନେଶ୍ବର ଠକାମିର ଜାଲ ବିଛାଇଥିଲା‌ । ଏହି ଠକକୁ ଗିରଫ ପରେ ଏସଡିଜେଏମ କୋରାପୁଟ କୋର୍ଟକୁ ଚାଲାଣ କରାଯାଇଛି ।

ଏସଟିଏଫ ଏସପିଙ୍କ ସୂଚନା ଅନୁଯାୟୀ, କୋରାପୁଟ ସମେତ ଜୟଦେବ ବିହାରର ଏକ ଭଡାଘରେ ରହୁଥିଲା ଠକ କିଶୋର କୁମାର। ସେଠାରେ ଠକେଇର ରାକେଟ ଚଳାଉଥିଲା । ଅଧିକାଂଶ ସରକାରୀ ତଳ ସ୍ତରର କର୍ମଚାରୀଙ୍କୁ ଉପର ଅଫିସର ସହ ଭଲ ସମ୍ପର୍କ ଥିବା କହି କେତେବେଳେ କାହାକୁ ଟ୍ରାନସଫର ତ ଆଉ କେତେବେଳେ ଚାକିରି ଦେବାର ଲୋଭ ଦେଇ ଟଙ୍କା ଠକୁଥିଲା ଠକ । ଏପରିକି ଅଧିକାଂଶ ମଦ ମାଫିଆ ଓ କ୍ରସର ମାଫିଆଙ୍କୁ ଲାଇସେନ୍ସ କରାଇଦେବାର ଲୋଭ ଦେଇ ସେମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରି ଲକ୍ଷାଧିକ ଟଙ୍କା ଠକେଇ କରୁଥିଲା ।

ଚାକିରି ଆଶାରେ କୋରାପୁଟରୁ ଲୋକଙ୍କୁ ଭୁବନେଶ୍ବର ଆଣି ବିଭିନ୍ନ ଅଫିସରଙ୍କ ସହ ଭେଟ କରାଇଦେବାର ଲୋଭ ଦେଖାଉଥିଲା । ମୋବାଇଲରେ ଯୋଗାଯୋଗ ପାଇଁ ନମ୍ବର ଦେଇ କଥା ହେବା ଆଳ ଦେଖାଇ ଠକାମି କରୁଥିଲା । ଏପରି ଠକେଇ ପାଇଁ ପ୍ଲାନ୍ ବେଳେ ଏସଟିଏଫ ଅଭିଯୁକ୍ତକୁ ଏଜି ଛକରେ ମାଡି ବସିଥିଲା । ଧରାପଡ଼ିବା ପରେ ତାର ଆକାଉଣ୍ଟରେ ପାଖାପାଖି 2 କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାରବାର ହୋଇଥିବା ସୂଚନା ପାଇଛି ଏସଟିଏଫ ଟିମ୍ ।

ଏହା ମଧ୍ୟ ପଢନ୍ତୁ-ମାଛ ବ୍ୟବସାୟ ଆଳରେ ଆୟକର ଠକାମି, ୪ନଂ ମାଛ ମାର୍କେଟରେ ଆୟକର ବିଭାଗର ଚଢାଉ

ଅଭିଯୁକ୍ତ ଠାରୁ ନକଲି ଆଇ ଆଣ୍ଡ ପି ଆର ଆଇଡି କାର୍ଡ ସହ ଆରଟିଆଇ ଆକ୍ଟିଭିଷ୍ଟ ପରିଚୟ ଦେଉଥିବା ଫେକ କାଗଜପତ୍ର ଜବତ କରିଛି ଏସଟିଏଫ ଟିମ୍ । ଏହା ପଛରେ କିଛି ରାକେଟ ଅପରେଟ ହେଉଥିବା ସନ୍ଦେହ କରୁଛି ଏସଟିଏଫ ଟିମ୍ । ଏପରିକି ଏହି ମହାଠକ ଯୋଗାଯୋଗରେ କିଏ କିଏ ଥିଲ, କେଉଁ ମାନଙ୍କୁ କେତେ ଟଙ୍କା ଠକେଇ କରିଛି ଅଭିଯୁକ୍ତ,କେଉଁ କେଉଁ ମାଫିଆ ଓ ନିରିହ ଲୋକଙ୍କୁ ନିଜର ଠକାମିର ଜାଲରେ ଠକେଇ କରିଛି, ସେନେଇ ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ।

ତେବେ ସବୁଠୁ ରୋଚକ ତଥ୍ୟ ହେଲା ସେ ନା ବିବାହ କରିଛି ନା ତାର କେହି ଘର ଲୋକ ଅଛନ୍ତି । କେତେବେଳେ ବ୍ରହ୍ମପୁର ତ କେତେବେଳେ କୋରାପୁଟ ଆଉ କେତେବେଳେ ଭୁବନେଶ୍ୱରେ ନିଜର ଇଂରାଜୀ କହିବା ଠାଣିରେ ଲୋକଙ୍କୁ ବିଶ୍ବାସ ଜିତି ଠକାମି କରୁଥିଲା। ନିଜକୁ ଆରଟିଆଇ ଆକ୍ଟିଭିଷ୍ଟ ଭାବେ କିଛି ସରକାରୀ କର୍ମଚାରୀଙ୍କୁ ଧମକାଇ ସେମାନଙ୍କର କଳାକାରବାରର ଖୁଲାସା କରିବାର ଧମକ ଦେଇ ଠକେଇ କରୁଥିଲା । ଏପରିକି ରାଜ୍ୟ ବାହାରେ ନିଜର କିଛି ସହଯୋଗୀ ରଖି ଠକେଇ ପାଇଁ ଏକ ରାକେଟ ଅପରେଟ କରୁଥିବା ମଧ୍ୟ ଏସଟିଏଫ ସନ୍ଦେହ କରୁଛି । ଠକକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 19, 2023, 7:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.