ETV Bharat / state

ନକଲି ଆଇ କାର୍ଡ଼ ଦେଖାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା, ବାନ୍ଧିଲା STF

author img

By ETV Bharat Odisha Team

Published : Aug 24, 2023, 10:28 PM IST

ହାଇ ପ୍ରୋଫାଇଲ ଠକକୁ ବାନ୍ଧିଲା STF
ହାଇ ପ୍ରୋଫାଇଲ ଠକକୁ ବାନ୍ଧିଲା STF

ନକଲି ଅଫିସର କହି ଠକୁଥିଲା ଦୁର୍ବୃତ୍ତ । ବିଶ୍ୱାସ ଭାଜନ ପରେ ଲୁଟି ନେଉଥିଲା ଲକ୍ଷଲକ୍ଷ ଟଙ୍କା । ଗରିଫ କଲା STF । ଅଧିକ ପଢନ୍ତୁ

ହାଇ ପ୍ରୋଫାଇଲ ଠକକୁ ବାନ୍ଧିଲା STF

ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀର ପରିଚୟ ଦେଇ ଠକୁଥିଲା ଦୁର୍ବୃତ୍ତ । ନକଲି ଆଇ କାର୍ଡ୍‌ ଦେଖାଇ ଲୋକଙ୍କ ବିଶ୍ୱାସ ଭାଜନ ପରେ ଲୁଟି ନେଉଥିଲା ଲକ୍ଷଲକ୍ଷ ଟଙ୍କା । ଏଭଳି ଏକ ହାଇ ପ୍ରୋଫାଇଲ ଠକ ଓ ନକଲି ସୂଚନା ଅଧିକାର କର୍ମୀଙ୍କୁ ଗିରଫ କରିଛି STF । ବ୍ୟକ୍ତିଙ୍କ ନାମ କାହ୍ନୁ ପ୍ରଧାନ ହୋଇଥିବା ବେଳେ STF ହାତରେ ଧରା ପଡ଼ିବା ପରେ ଧୀରେଧୀରେ ଖୋଲୁଛି ଗୁମର ପେଡ଼ି । ଗୃହ ବିଭାଗ, NHAI, BMCର ଏକାଧିକ ନକଲି ଆଇକାର୍ଡ୍‌ ଦେଖାଇ ଲୋକଙ୍କୁ ଭଣ୍ଡାଇ ବିଭିନ୍ନ ଆଳରେ ଟଙ୍କା ଲୁଟୁଥିଲେ । ଆଉ ଆଜି ଏହି ନକଲି ପରିଚୟକୁ ନେଇ STF ତାଙ୍କୁ ଜବତ କରିଛି । STF ନଗଦ 3 ଲକ୍ଷ ୬୦ ହଜାର ଟଙ୍କା ଜବତ କରିଥିବା ବେଳେ ୧୦ଟି ଆକାଉଣ୍ଟ୍‌କୁ ଫ୍ରିଜ୍‌ କରିଛି । ୬ଟି ମୋବଇଲ ଫୋନ୍‌ ବି ଜବତ ହୋଇଛି । ଏହି ଆକାଉଣ୍ଟକୁ ଯାଞ୍ଚ୍‌ କଲେହିଁ ଜଣାପଡିବ ସେ କେତେ ଟଙ୍କା ଲୋକଙ୍କଠାରୁ ଠକିଛନ୍ତି ।

STF ଏସ୍ପି ସଚ୍ଚିଦାନନ୍ଦ ରଥ କହିଛନ୍ତି, "କାହ୍ନୁ ବିରୋଧରେ ରହିଛି ୬ଟି ଅପାରାଧିକ ମାମଲା ରହିଛି । ଚାନ୍ଦପୁର ଥାନାରେ ହତ୍ୟା, ଠକେଇ, ଅପହରଣ ଭଳି ସଙ୍ଗୀନ ମାମଲା ମଧ୍ୟ ରହିଛି । ୨୦୨୦ରେ କାଜୁ ଜଙ୍ଗଲ ହାତେଇବା ପାଇଁ ଦୁଇ ଜଣଙ୍କ ହତ୍ୟା କରିଥିଲା କାହ୍ନୁ । ଖାଲି ସେତିକି ନୁହେଁ କାହ୍ନୁ ୩ଟି ମଦ ଦୋକାନ ଲିଜ୍‌ରେ ନେଇ ଚଲାଉଥିଲା । ଅନ୍ୟପଟେ ସେ ନିଜକୁ ଗୃହ ବିଭାଗର ବଡ଼ ଅଧିକାରୀ କହି ଧମକାଇ ମଦ ଦୋକାନ ଲାଇସେନ୍ସ ହାତେଇଥିଲା । ଏହାସହ ସେ ନକଲି ପରିଚୟ ପତ୍ର କେଉଁଠୁ ପ୍ରସ୍ତୁତ କରିଛି ତା ଉପରେ ମଧ୍ୟ ଖୋଳତାଡ଼ ଚାଲିଛି । ଏହାର ସନ୍ଧାନ ପରେ ଅନେକ ତଥ୍ୟ ମିଳିବ ।"

ଅଧିକ ପଢନ୍ତୁ: ହନୁମାନ ପଇସା କରବାର ପାଇଁ କରିଥିଲେ ପ୍ରଚାର: ପହଞ୍ଚିଲା ପୋଲିସ, କଲା ଗିରଫ

ଏଠାରେ ସୂଚନା ଥାଉକି, ଏହି ଘଟଣାରେ ବ୍ରହ୍ମପୁରର କିଶୋର ମିଶ୍ରଙ୍କୁ ଗତ ଶୁକ୍ରବାର ଗିରଫ କରାଯାଇଥିଲା । କାହ୍ନୁଚରଣ ଆକାଉଣ୍ଟରେ ୩ କୋଟି ଟଙ୍କା ଟ୍ରାଞ୍ଜାକ୍ସନରେ କିଶୋର ସମ୍ପୃକ୍ତ ଥିଲା । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସ୍‌ବୁକ ଓ ଏଟିଏମ୍‌ ଜବତ କରିଛି ପୋଲିସ । କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ଼ ପକାଇ ବୁଲୁଥିଲେ କିଶୋର । ପୋଲିସର ସନ୍ଦେହ ହେବାକୁ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିଲା ତାଙ୍କଠାରୁ ଆଇ ଆଣ୍ଡ୍‌ ପିଆରର ନକଲି ଆଇକାର୍ଡ଼ ପାଇଥିଲା ପୋଲିସ । ସେପଟେ ୨ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣିପାରେ STF ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.