ETV Bharat / state

ହନୁମାନ ପଇସା କରବାର ପାଇଁ କରିଥିଲେ ପ୍ରଚାର: ପହଞ୍ଚିଲା ପୋଲିସ, କଲା ଗିରଫ

author img

By

Published : Aug 17, 2023, 10:09 PM IST

ହନୁମାନ ପଇସା କରବାର କରୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ । ଅନେକ ପୁରୁଣା ଟଙ୍କା ଜବତ କଲା ପୋଲିସ । ଅଧିକ ପଢନ୍ତୁ

ହନୁମାନ ପଇସା କରବାର କରୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ
ହନୁମାନ ପଇସା କରବାର କରୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

ହନୁମାନ ପଇସା କରବାର କରୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

ସମ୍ବଲପୁର: ହନୁମାନ ପଇସା କରବାରରେ 3 ଜଣଙ୍କୁ ଗିରଫ କରିଛି ସମ୍ବଲପୁର ରେଢ଼ାଖୋଲ ପୋଲିସ । ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା, ବଡ଼ଗାଁ ଥାନା, ଶଙ୍କରାପୋଷର ସଚିନ୍ଦ୍ର କୁମାର ପଟେଲ, ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳର ସତ୍ୟନାରାୟଣ ଜେନା, ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲା ଦନ୍ତନ ଥାନାର ପାଣିତେଣ୍ଡା ଗାଁର କାର୍ତ୍ତିକ ମିଶ୍ର । ଅଭିଯୁକ୍ତମାନଙ୍କଠାରୁ ଏକ ହୋଣ୍ଡା ସିଟି କାର୍‌ ଜବତ କରିଛି ।

ଏହାସହ 1818 ଓ 1808 ମସିହାର ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ସମୟର 2ଟି ହନୁମାନ ପଇସା କଏନ, ଗୋଟିଏ ସିଂହ ଫଟୋ ଥିବା ଅଧଅଣା ହନୁମାନ ପଇସା କଏନ, ଗୋଟିଏ ଇଷ୍ଟ ଇଣ୍ଡିଆ କମ୍ପାନୀ ୟୁକେ ଏକ ଅଣା କଏନ ଜବତ ହୋଇଛି । ଏହାସହ 1869 ଓ 1948 ମସିହାର 2ଟି କଏନ, 2ଟି କିପେଡ ମୋବାଇଲ ଫୋନ, 2ଟି ବିଦେଶୀ ମୁଦ୍ରା, ଗୋଟିଏ ପୁରୁଣା 5 ଟଙ୍କିଆ କଏନ, 3ଟି ଫୋନ, ନଗଦ 38 ହଜାର 700 ଟଙ୍କା ଏବଂ କଏନ ଟେଷ୍ଟିଂ ଜିନିଷ ଜବତ ହୋଇଛି ।

ଅଧିକ ପଢନ୍ତୁ: ଜମି ବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଇଥିବା ଅଭିଯୋଗ

ରେଢ଼ାଖୋଲ SDPO ପ୍ରଶାନ୍ତ କୁମାର ମେହେର କହିଛନ୍ତି, "ରେଢ଼ାଖୋଲ ଚାରବାଟି ଛକ ଅଞ୍ଚଳରେ ଗତକାଲି(ବୁଧବାର) ସନ୍ଧ୍ୟାରେ ଅଭିଯୁକ୍ତମାନେ ନିଜକୁ ହନୁମାନ ପଇସା ବ୍ୟବସାୟୀ କହି ଲୋକଙ୍କଠାରୁ ହନୁମାନ ପଇସା ମୋଟା ଅଙ୍କରେ କିଣୁଥିଲେ । କୌଣସି ଲୋକ ପାଖରେ ହନୁମାନ ପଇସା ଥିଲେ ତା ବଦଳରେ ମୋଟା ଅଙ୍କର ଟଙ୍କା ଦିଆଯିବା ନେଇ ଗାଁରେ ପ୍ରଚାର କରିଥିଲେ । ଯଦି କାହା ପଖରେ ଏହି ଟଙ୍କା ଅଛି ତୁରନ୍ତ ସେମାନଙ୍କ ସହ ଯୋଗାଯୋଗ କରନ୍ତୁ । ହନୁମାନ ପଇସା ଅସଲି ଅଟେ କି ନୁହେଁ ତାହା କିପରି ପରୀକ୍ଷା କରିବା ପାଇଁ ଯନ୍ତ୍ରପାତି ବ୍ୟବହାର କରିଥିଲେ । ହନୁମାନ ପଇସା ଥିଲେ ବିଦେଶରେ ବିକ୍ରି କରି ଏକ ମୋଟା ଅଙ୍କର ମୂଲ୍ୟ ମିଳି ପାରିବ ବୋଲି ଲୋକଙ୍କୁ ପ୍ରଲୋଭିତ କରିଥିଲେ । ହେଲେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ସେମାନଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ବୁମ୍‌ ମାଇକ, ନକଲି ପରିଚୟ ପତ୍ର ମଧ୍ୟ ଜବତ ହୋଇଛି l ତେବେ ଏହି ଘଟଣାରେ ଆଉ କେତେକ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ସନ୍ଧାନ ଜାରି ରହିଛି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.