ETV Bharat / state

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ

author img

By ETV Bharat Odisha Team

Published : Nov 25, 2023, 10:16 PM IST

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଟ୍ରେନ, ବ୍ରହ୍ମପୁର ଓ କଟକ ଠାରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଟ୍ରେନ, ବ୍ରହ୍ମପୁର ଓ କଟକ ଠାରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ

Special Trains to Puri Due to Kartik Purnima: ଧର୍ମ ମାସ କାର୍ତ୍ତିକ ମାସ ପାଇଁ ଜଗନ୍ନାଥ ଧାମ ପୁରୀରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି । କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର ଓ ପୁରୀ ଠାରୁ ଅଣସଂରକ୍ଷିତ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକ ମାସ ପାଇଁ ଜଗନ୍ନାଥ ଧାମ ପୁରୀରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି । ପୁଣି ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲି ଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର ଓ ପୁରୀ ଠାରୁ ଅଣସଂରକ୍ଷିତ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

1. ବ୍ରହ୍ମପୁର - ପୁରୀ ସ୍ୱତନ୍ତ୍ର ଟ୍ରେନ (08464/08463)

ବ୍ରହ୍ମପୁର-ପୁରୀ-ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ବ୍ରହ୍ମପୁର ଠାରୁ ନଭେମ୍ବର 26 ତାରିଖ ରବିବାର ଦିନ ସନ୍ଧ୍ୟା 8ଘ.40ମି. ରେ ଛାଡି ପୁରୀ ଠାରେ ରାତ୍ରୀ 11ଘ.45ମି. ରେ ପହଞ୍ଚିବ । ଫେରିବା ମାର୍ଗରେ ଏହା ପୁରୀ ଠାରୁ ନଭେମ୍ବର 27 ତାରିଖ ସୋମବାର ଭୋର 5ଘ.30ମି.ରେ ପୁରୀ ଛାଡି ବ୍ରହ୍ମପୁର ଠାରେ ପୂର୍ବାହ୍ନ 8ଘ.35ମି. ରେ ପହଞ୍ଚିବ l ବ୍ରହ୍ମପୁର ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ-ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ l

2. କଟକ - ପୁରୀ - କଟକ ପାସେଞ୍ଜର ସ୍ପେଶାଲ (08465/08466)

କଟକ-ପୁରୀ-କଟକ ସ୍ୱତନ୍ତ୍ର ଟ୍ରେନ କଟକ ଠାରୁ ନଭେମ୍ବର 26 ତାରିଖ ରବିବାର ଦିନ ରାତ୍ରୀ 11ଘ.30ମି. ରେ ଛାଡି ପୁରୀ ଠାରେ ରାତ୍ରୀ 1ଘ.30ମି. ରେ ପହଞ୍ଚିବ l ଫେରିବା ମାର୍ଗରେ ଏହା ପୁରୀ ଠାରୁ ନଭେମ୍ବର 27 ତାରିଖ ସୋମବାର ପୂର୍ବାହ୍ନ 9ଘ.30ମି. ରେ ପୁରୀ ଛାଡି କଟକ ଠାରେ ପୂର୍ବାହ୍ନ 11ଘ.30ମି. ରେ ପହଞ୍ଚିବ l କଟକ ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ l

ଏହା ମଧ୍ୟ ପଢନ୍ତୁ ....କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି

3. ପୁରୀ - ବ୍ରହ୍ମପୁର ସ୍ପେଶାଲ (08481)

ପୁରୀ-ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ନଭେମ୍ବର 27 ତାରିଖ ସୋମବାର ଦିନ ସନ୍ଧ୍ୟା 6ଘ.30ମି. ରେ ଛାଡି ବ୍ରହ୍ମପୁର ଠାରେ ରାତ୍ରୀ 9ଘ.39ମି. ରେ ପହଞ୍ଚିବ l ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ-ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ l କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀକୁ ଅନେକ ଲୋକ ଯାତ୍ରା କରିବା ପାଇଁ ଆଗେଇ ଆସନ୍ତି । ହେଲେ ଅନେକ ସାଧାରଣ ଲୋକମାନେ ଟ୍ରେନ ସୁବିଧା ପାଇପାରୁନଥିବା ପାଇଁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.