ETV Bharat / state

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଛଟ୍‌ ପାଇଁ ଗଡିଲା ସ୍ବତନ୍ତ୍ର ଟ୍ରେନ

author img

By ETV Bharat Odisha Team

Published : Nov 13, 2023, 7:56 PM IST

ଛଟ ପୂଜା ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ
ଛଟ ପୂଜା ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ

ଛଟ ପୂଜା ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ (Special train for Chhath puja) । ଛଟ ପୂଜା ପାଇଁ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନରେ ବ୍ୟବସ୍ଥା କରାଯାଇଛି । ଆଜି ଠାରୁ 16 ତାରିଖ ମଧ୍ୟରେ ଚଳାଚଳ କରିବ ଏହି ସ୍ୱତନ୍ତ୍ର ଟ୍ରେନ । ଆଗକୁ ପଢ଼ନ୍ତୁ,

ଭୂବନେଶ୍ବର: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଛଟ ପୂଜା ପାଇଁ ଆଜିଠୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ । ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଆଜି ଠାରୁ 16 ତାରିଖ ମଧ୍ୟରେ ପୁରୀରୁ ପାଟନାକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି । ଛଟ ପୂଜା ପାଇଁ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀରୁ '08449 ପୁରୀ-ପାଟନା' ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ।

ପୁରୀ-ପାଟନା ସ୍ପେଶାଲ୍ ଟ୍ରେନର ନିର୍ଦ୍ଧାରିତ ସମୟ ସୀମା:

13 ଏବଂ 15 ନଭେମ୍ବର 2023 (ସୋମବାର ଏବଂ ବୁଧବାର) ଦିନ ପୁରୀ ଠାରୁ ରାତ୍ରି 11.30ରେ ବାହାରିବ

14 ଏବଂ 16 ନଭେମ୍ବର 2023 (ମଙ୍ଗଳବାର ଏବଂ ଗୁରୁବାର ) ଦିନ ପାଟନା ଠାରୁ ସନ୍ଧ୍ୟା 6ଟାରେ ବାହାରିବ

ଏହା ମଧ୍ୟ ଦେଖନ୍ତୁ...... Bahanaga Tragedy: 5ମାସ ପରେ SCBରୁ ଫେରିଲେ ବିହାରର ବଜରଙ୍ଗୀ, ଲାଗିଲା କୃତିମ ଗୋଡ଼

ଅନ୍ୟପଟେ ଟାଙ୍ଗିରିଆପାଳ-ଟମକା ରେଳ ଲାଇନ ଦୋହରୀକରଣ କାର୍ଯ୍ୟକୁ ତଦାରଖ କରିଛନ୍ତି ରେଳ ନିରାପତ୍ତା ଅଧିକାରୀ । ଏହା ସହ ଟ୍ରେନର ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଛି । ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହି ପ୍ରକଳ୍ପ ପାଇଁ 99%ରୁ ଅଧିକ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇସାରିଛି । ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ରେଳ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଉଛି । ତେବେ ଯଖପୁରା-ଜାରୋଲି ଦୋହରୀକରଣ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ଦେଖନ୍ତୁ...... Memu Train Derailed In Sambalpur: ମଇଁଷିକୁ ଧକ୍କା ଦେଇ ମେମୁ ଟ୍ରେନ ଲାଇନଚ୍ୟୁତ

ଓଡିଶାର ଲୁହାପଥର ଖଣି ଅଞ୍ଚଳ ଦେଇ ଉଭୟ ହାଓଡ଼ା-ଚେନ୍ନାଇ ଏବଂ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳପଥ ଯାଉଛି । ଦୋହରୀକରଣ କାର୍ଯ୍ୟ ଫଳରେ ରେଳ ସଂଯୋଗ ସହଜ ସହିତ ଅସୁବିଧାଜନକ ଟ୍ରେନ୍ ଚଳାଚଳ ପ୍ରତିବନ୍ଧକକୁ ଏଡାଇ ପାରିବ । ତେବେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥ ଅଧୀନରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ପ୍ରକଳ୍ପ ଗୁଡ଼ିକ ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରୀ ଅଧିକାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.