ETV Bharat / state

Operation Nanhe Farishte: ଅପରେସନ୍ ନହ୍ନେ ଫରିସ୍ତେ, ଜୁଲାଇରେ ଟ୍ରେନରୁ 62 ନାବାଳିକାଙ୍କୁ ଉଦ୍ଧାର

author img

By

Published : Aug 8, 2023, 9:27 PM IST

Updated : Aug 9, 2023, 11:00 AM IST

ଅପରେସନ୍ ନହ୍ନେ ଫରିସ୍ତେ
ଅପରେସନ୍ ନହ୍ନେ ଫରିସ୍ତେ

ଅପରେସନ୍ ନହ୍ନେ ଫରିସ୍ତେ । ଜୁଲାଇରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 62 ନାବାଳକ ଓ ନାବାଳିକା ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ମାନବଚାଲାଣ ମାମଲା ବିଢିବାରେ ଲାଗିଛି । ରାଜ୍ୟବାହାରୁ ଆସି ଦଲାଲ ନିରୀହ ପିଲାଙ୍କୁ ବିବାହ କରିତ ଆଉ କେତେ ବେଳେ କିଣି ଅନ୍ୟ ରାଜ୍ୟକୁ ତଥା ଦେଶ ବାହାରକୁ ଚାଲାଣ କରୁଛନ୍ତି । ଏହି ନିନ୍ଦନୀୟ ଘଟଣାକୁ ରୋକିବା ପାଇଁ ପୂର୍ବତଟ ରେଳପଥ ଅଣ୍ଟାଭିଡିଛି । ରେଳବାଇ ମାଧ୍ୟମରେ ମାନବଚାଲାଣକୁ ବନ୍ଦ କରିବା ‘ବଚପନ ବଚାଓ’ ଅଭିଯାନରେ ନିଆଯାଉଛି ଅନେକ ପଦକ୍ଷେପ । ଜୁଲାଇରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 62 ନାବାଳକ ଓ ନାବାଳିକା ଉଦ୍ଧାର କରାଯାଇଛି ।

ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ 2023ରେ ଅପରେସନ ‘ନହ୍ନେ ଫରିସ୍ତେ’ ଅଭିଯାନ ମାଧ୍ୟମରେ ବିଭିନ୍ନ ରେଳ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ 62 ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି । ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 50 ନାବାଳକ ଏବଂ 12 ନାବାଳିକା ସେମାନଙ୍କ ପିତାମାତାଙ୍କ ପାଖକୁ ସୁରକ୍ଷିତ ପହଞ୍ଚାଇ ପାରିଛି । ଅଭିଭାବକମାନଙ୍କର ଅଜାଣତରେ ନିଜ ଘରୁ ରେଳ ଷ୍ଟେସନକୁ ପଳାଇ ଆସିଥିବା ବା ପାରିବାରିକ ସମସ୍ୟା ହେତୁ ଟ୍ରେନ୍ ଯୋଗେ ଅନ୍ୟ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ପ୍ରୟାସ କରୁଥିବା ପିଲାମାନଙ୍କୁ ତାଲିମ ପ୍ରାପ୍ତ ଅଭିଜ୍ଞ ଆରପିଏଫ୍ କର୍ମଚାରୀମାନେ ଉଦ୍ଧାର କରିଛନ୍ତି ।

ଏହାସହ ଆରପିଏଫ୍ କର୍ମଚାରୀମାନେ ସେମାନଙ୍କୁ ବୁଝାସୁଝା କରିବା ସହିତ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ଯାହାକି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରିବ । ରେଳ ମାଧ୍ୟମରେ ମାନବଚାଲାଣକୁ ବନ୍ଦ କରିବାପାଇଁ ରେଳବାଇ ସୁରକ୍ଷା ବଳ ‘ବଚପନ ବଚାଓ’ ଅଭିଯାନରେ ମଧ୍ୟ ନିଜକୁ ସାମିଲ କରିଛି । ଏହା ବ୍ୟତୀତ ମାନବଚାଲାଣ ବିରୁଦ୍ଧରେ ପଦକ୍ଷେପ ନେବାପାଇଁ ଚାଲୁରହିଥିବା ଅଭିଯାନ ମଧ୍ୟ ଆରମ୍ଭ କରି ମାନବଚାଲାଣ ପୀଡିତଙ୍କୁ ଉଦ୍ଧାର କରି ଆସୁଅଛି ।

ଅଧିକ ପଢନ୍ତୁ:ବିବାଦରେ ରେଳ ବିଭାଗ, ବିନା ମାପଚୁପରେ ଜାଗା ଖାଲି ପାଇଁ ନୋଟିସ !

ତେବେ ଜୁଲାଇ 2023ରେ ଉଦ୍ଧାର ହୋଇଥିବା 62 ନାବାଳକଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳରୁ 33 ବାଳକ ଓ 02 ବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଏହାସହ ସମ୍ବଲପୁର ରେଳ ମଣ୍ଡଳରୁ 05 ବାଳକ ଓ 04 ବାଳିକା ଏବଂ ୱାଲଟିୟର ରେଳମଣ୍ଡଳରୁ 12 ବାଳକ ଏବଂ 6 ଜଣ ବାଳିକାଙ୍କୁ ଉଦ୍ଧାର କରିଛି । ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ସମସ୍ତ ନାବାଳକ ଓ ନାବାଳିକାଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 9, 2023, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.