ETV Bharat / state

ବିବାଦରେ ରେଳ ବିଭାଗ, ବିନା ମାପଚୁପରେ ଜାଗା ଖାଲି ପାଇଁ ନୋଟିସ !

author img

By

Published : Jul 29, 2023, 10:23 PM IST

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଐତିହାସିକ ରେଳ ଷ୍ଟେସନର ଉନ୍ନତିକରଣ କାମ ଜାରି ରହିଥିବାବେଳେ ରେଳ ବିଭାଗ ମାଲିକାନା ଜାହିର କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିବାଦ ଉପୁଜିଛି । ଅଧିକ ପଢନ୍ତୁ

ବିନା ମାପଚୁପ ପରେ ନୋଟିସ
ବିନା ମାପଚୁପ ପରେ ନୋଟିସ

ବିନା ମାପଚୁପ ପରେ ନୋଟିସ

ପାରଳାଖେମୁଣ୍ଡି: ଲୋକଙ୍କ ଜାଗା ଉପରେ ରେଳ ବିଭାଗ ମାଲିକାନା ଜାହିର କରୁଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଐତିହାସିକ ରେଳ ଷ୍ଟେସନର ଉନ୍ନତିକରଣ କାମ ଜାରି ରହିଥିବାବେଳେ ଉଚ୍ଛେଦ ପାଇଁ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଛି । ରେଳ ଷ୍ଟେସନ ନିକଟରେ ଘର କରି ରହିଥିବା ଲୋକଙ୍କୁ ଜାଗା ଖାଲି କରିବାକୁ ନୋଟିସ୍ ହେବା ପରେ ସେମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଐତିହାସିକ ରେଳ ଷ୍ଟେସନର ଉନ୍ନତିକରଣ କାମ ଜାରି ରହିଛି । ତେଣୁ ରେଳ ଷ୍ଟେସନ କିମ୍ବା ରେଳ ଧାରଣାକୁ ଲାଗି ରହିଥିବା ଘରକୁ ଖାଲି କରିବାକୁ ରେଳ ବିଭାଗ ପ୍ରୟାସ ଆରମ୍ଭ କରିଛି । ହେଲେ ରେଳବାଇ ଜାଗାରେ ଘର କରି ରହିଥିବା ଲୋକଙ୍କୁ ନୋଟିସ୍ ଜାରି କରିବା ବେଳେ ବିନା କୌଣସି ଯାଞ୍ଚରେ ଏହି ଅଞ୍ଚଳରେ ନିଜେ ଜାଗା କିଣି ରହୁଥିବା ଲୋକଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଏହି ନୋଟିସ୍ ପାଇବା ପରେ ନିଜସ୍ବ ଜାଗାରେ ଘର କରି ରହିଥିବା ଲୋକେ ଚିନ୍ତାରେ ପଡିଛନ୍ତି । ତେଣୁ ସେମାନେ ତୁରନ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଏହାର ସମାଧାନ ପାଇଁ ଦାବି କରିଛନ୍ତି ।


ଏହା ବି ପଢନ୍ତୁ...ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ ଜାରି, ବିସ୍ଥାପିତଙ୍କୁ ଥଇଥାନ କରାଯାଉନଥିବା ଅଭିଯୋଗ

"ଦୀର୍ଘ ବର୍ଷର ପରିଶ୍ରମ ପରେ ଜାଗା ଖଣ୍ଡିଏ କିଣି ଘର କରିଛୁ । ଏବେ ରେଳବାଇ ଏହି ଜାଗା ଖାଲି କରିବାକୁ ନୋଟିସ୍ ଦେଇଛି । ତେଣୁ ପରିବାର ସହ ଏବେ କେଉଁଆଡେ ଯିବୁ?" ପ୍ରଶ୍ନ କରିଛନ୍ତି ଲୋକେ। ଅନ୍ୟପଟେ ଲୋକଙ୍କ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଜମିର ମାପଚୁପ କରାଯାଇଛି । ମାପଚୁପ ବେଳେ ଏହି ସ୍ଥାନ ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ରେଳି ସାହି ମୌଜାରେ ରହିଥିବା ଜଣାପଡିଛି। ଏହାସହ ଏହି ଜମିର ମାଲିକାନା ସଂପୃକ୍ତ ଲୋକଙ୍କର ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।

ତେବେ ଖାଲି କରାଯିବା ପାଇଁ ନୋଟିସ ହୋଇଥିବା ଜମି ସେଠାକାର ବାସିନ୍ଦାଙ୍କର ବୋଲି ସ୍ପଷ୍ଟ ହେବା ପରେ ଉପୁଜିଛି ବିବାଦ । ରେଳବାଇ ପକ୍ଷରୁ ଜାଗା ମାପଚୁପ କରାନଯାଇ ଏଭଳି ନୋଟିସ୍ ଜାରି କରିବା ପଛର ଉଦ୍ଦେଶ୍ୟ କ'ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଏନେଇ ବିଶାଖପାଟଣା ଡିଆରଏମ କହିଛନ୍ତି, "ରେଳ ଧାରଣାକୁ ଘର ଲାଗି ରହିଥିବାରୁ ନୋଟିସ୍ ହୋଇଛି । କିନ୍ତୁ ବ୍ୟସ୍ତ ହେବାର କିଛି ନାହିଁ । ଜାଗା ମାପଚୁପ ପରେହିଁ ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରାଯିବ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.