ETV Bharat / state

ସ୍ଵତନ୍ତ୍ର ଟ୍ରେନ ଚଳାଚଳ ସମୟ ବୃଦ୍ଧି, ସେପ୍ଟେମ୍ବର ଶେଷ ସପ୍ତାହ ଯାଏଁ ଗଡ଼ିବ

author img

By ETV Bharat Odisha Team

Published : Sep 4, 2023, 7:30 PM IST

Etv Bharat
Etv Bharat

ଯାତ୍ରୀମାନଙ୍କ ସୁବିଧାକୁ ଲକ୍ଷ୍ୟ । ଆଉ ୧ ମାସ ଗଡ଼ିବ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ସ୍ଵତନ୍ତ୍ର ଟ୍ରେନ । ଅଧିକ ପଢନ୍ତୁ

ଭୁବନେଶ୍ବର: ସ୍ଵତନ୍ତ୍ର ଟ୍ରେନ ଚଳାଚଳ ସମୟକୁ କରାଗଲା ବୃଦ୍ଧି । ଚଳିତ ମାସ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ଟ୍ରେନ । ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ସ୍ଵତନ୍ତ୍ର ଟ୍ରେନକୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ଅନ୍ୟପଟେ ଅତିରିକ୍ତ ଦୁଇଟି ଟ୍ରେନ ପରୀକ୍ଷାମୂଳକ ଭାବରେ ଦୁଇଟି ଷ୍ଟେସନରେ ରହଣି କରିବ । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେପ୍ଟେମ୍ବର ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ସ୍ଵତନ୍ତ୍ର ଟ୍ରେନ ସହିତ ଆଉ ଦୁଇଟି ଟ୍ରେନ ପରୀକ୍ଷାମୂଳକ ଭାବରେ ୨ଟି ଷ୍ଟେସନରେ ରହଣି କରିବ । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ସ୍ଵତନ୍ତ୍ର ଟ୍ରେନଗୁଡିକର ସେବାକୁ ଆଉ ୧ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ:- ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗଛିରୁ ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀରୁ ଛାଡୁଥିବା 02837/02838 ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ସ୍ଵତନ୍ତ୍ର ଟ୍ରେନ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ:- ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାରରେ ପୁରୀ ଛାଡୁଥିବା 08011/08012 ଭଞ୍ଜପୁର-ପୁରୀ-ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ଟ୍ରେନ 1 ଅକ୍ଟୋବର ପର୍ଯ୍ୟନ୍ତ ଚଳାଚଳ କରିବ । ଅନ୍ୟପଟେ ଏହି ଟ୍ରେନ୍ ପାଇଁ ବିଭିନ୍ନ ଷ୍ଟେସନରେ ନିର୍ଦ୍ଧାରିତ ରହଣି ଏବଂ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

ଏହା ବି ପଢନ୍ତୁ- ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁରୀ-ପାଟନା ଓ ଭୁବନେଶ୍ୱର-ଧନବାଦ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ


ଟ୍ରେନର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା:- ଦକ୍ଷିଣ ପୂର୍ବ ରେଳ ଅନ୍ତର୍ଗତ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ଗୋଇଲକେରା ଷ୍ଟେସନରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏବଂ ଇସ୍ପାତ ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି । ହାୱଡ଼ାରୁ ଛାଡୁଥିବା 12871 ହାୱଡ଼ାଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ ସେପ୍ଟେମ୍ବର ମାସ 2 ତାରିଖଠାରୁ ଗୋଇଲକେରାରେ ପୂର୍ବାହ୍ନ 11ଟା 50ମିରେ ପହଞ୍ଚି 11 ଟା 51ମିରେ ଟିଟିଲାଗଡ଼ ଯାତ୍ରା କରିବ । ଟିଟିଲାଗଡ଼ରୁ ଛାଡୁଥିବା 12872 ଟିଟିଲାଗଡ-ହାୱଡ଼ା ଇସ୍ପାତ ଏକ୍ସପ୍ରେସ 3 ସେପ୍ଟେମ୍ବରଠାରୁ ଅପରାହ୍ନ 12ଟା 21ମିରେ ପହଞ୍ଚି ଅପରାହ୍ନ 12ଟା 22ମିରେ ହାୱଡ଼ା ଯାତ୍ରା କରିବ।

18477/18478 ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଗୋଇଲକେରା ଷ୍ଟେସନଠାରେ 3 ସେପ୍ଟେମ୍ବରଠାରୁ ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇ ଦେବ । ପୁରୀରୁ ଏହି ଟ୍ରେନ ସକାଳ 7ଟା 39ମିରେ ପହଞ୍ଚି ଏବଂ ସକାଳ 7ଟା 40ମିରେ ଋଷିକେଶ ଅଭିମୁଖେ ଯାତ୍ରା କରିବ। ଋଷିକେଶରୁ ଏହି ଟ୍ରେନ ଅପରାହ୍ନ 4ଟା 12ମିରେ ପହଞ୍ଚି ଅପରାହ୍ନ 4ଟା 13ମିରେ ପୁରୀ ଅଭିମୁଖେ ଯାତ୍ରା କରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.