ETV Bharat / state

ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁରୀ-ପାଟନା ଓ ଭୁବନେଶ୍ୱର-ଧନବାଦ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

author img

By

Published : Aug 20, 2023, 7:14 AM IST

ଆସନ୍ତା ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ପୁରୀ-ପାଟନା- ପୁରୀ ଏବଂ ଭୁବନେଶ୍ୱର- ଧନବାଦ-ଭୁବନେଶ୍ୱର ମଧ୍ୟରେ ସ୍ଵତନ୍ତ୍ର ଏକ୍ସପ୍ରେସ ଟ୍ରେନ । ଅଧିକ ପଢନ୍ତୁ

ପୁରୀ- ପାଟନା ଓ ଭୁବନେଶ୍ୱର- ଧାନବାଦ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ
ପୁରୀ- ପାଟନା ଓ ଭୁବନେଶ୍ୱର- ଧାନବାଦ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ପୁରୀ-ପାଟନା-ପୁରୀ ଏବଂ ଭୁବନେଶ୍ୱର-ଧନବାଦ-ଭୁବନେଶ୍ୱର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ସେବା । ଏହି ସ୍ଵତନ୍ତ୍ର ଟ୍ରେନ ସେବା ଆସନ୍ତା ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ପୁରୀ-ପାଟନା-ପୁରୀ ଏବଂ ଭୁବନେଶ୍ୱର-ଧନବାଦ-ଭୁବନେଶ୍ୱର ମଧ୍ୟରେ ସ୍ଵତନ୍ତ୍ର ଏକ୍ସପ୍ରେସ ଟ୍ରେନ । ତେବେ ଏହି ସେବାକୁ ଅକ୍ଟୋବର ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାତ୍ରୀ ପରିଚାଳନା ସମୀକ୍ଷା କରିବା ସହିତ ଯାତ୍ରୀମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ରେଳ ବିଭାଗ ।


ଶନିବାର ଦିନ ପୁରୀରୁ ଛାଡୁଥିବା 08439 ପୁରୀ-ପାଟନା ସ୍ଵତନ୍ତ୍ର ଟ୍ରେନ ଚଳାଚଳ ସେବାକୁ 28 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଫେରିବା ମାର୍ଗରେ ରବିବାର ଦିନ ପାଟନାରୁ ଛାଡୁଥିବା 08440 ପାଟନା-ପୁରୀ ସ୍ଵତନ୍ତ୍ର ଟ୍ରେନ ଚଳାଚଳ ସେବାକୁ 29 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ଭାବରେ ଭୁବନେଶ୍ୱରରୁ ପ୍ରତିଦିନ ଛାଡୁଥିବା 02832 ଭୁବନେଶ୍ୱର-ଧନବାଦ ସ୍ଵତନ୍ତ୍ର ଟ୍ରେନ ଚଳାଚଳ ସେବାକୁ 31 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ଫେରିବା ମାର୍ଗରେ ଧନବାଦରୁ ଛାଡୁଥିବା 02831 ଧନବାଦ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସେବାକୁ 1 ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି । ତେବେ ଉପରୋକ୍ତ ଟ୍ରେନ୍ ଦ୍ବୟ ପାଇଁ ନିର୍ଦ୍ଧାରିତ ସମୟ ସାରଣୀ ଏବଂ ଷ୍ଟେସନ ଠାରେ ସ୍ଥିରୀକୃତ ରହଣି ଅପରିବର୍ତ୍ତିତ ରହିବ ।

ଏହା ମଧ୍ୟ ପଢନ୍ତୁ..ରାତି 11.45ରୁ 12.30 ପର୍ଯ୍ୟନ୍ତ କାହିଁକି ବନ୍ଦ ରହେ ଟିକେଟ ବୁକିଂ, ଜାଣନ୍ତୁ କାରଣ

ସୂଚନା ଅନୁଯାୟୀ, ଏପଟେ ୫ଟି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ରହିବ ୭ଟି ଏକ୍ସପ୍ରେସ ରହଣି କରିବ । କାଳୁପଡାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ, ନରାଜ ମାର୍ଥାପୁରରେ ପୁରୀ ଅଜମେର, ଯଖପୁରାରେ ଜନ ଶତାବ୍ଦୀ, ଦାମନଯୋଡିରେ ସମଲେଶ୍ୱରୀ, ମେରାମଣ୍ଡଳୀରେ ପୁରୀ- ଦୁର୍ଗ ଏବଂ ନରାଜ ମାର୍ଥାପୁର ଓ ମେରାମଣ୍ଡଳୀ ଷ୍ଟେସନରେ ଭୁବନେଶ୍ୱର- ରାଉରକେଲା ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ରହଣି କରିବ । ଅନ୍ୟପଟେ ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଚଳାଚଳ କରିବ ।

ଏହି ଏକ୍ସପ୍ରେସ ଟ୍ରେନରେ ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଏହି ଏକ୍ସପ୍ରେସ ଭୁବନେଶ୍ୱର ରେଳ ଷ୍ଟେସନରୁ ଏହାର ନିୟମିତ ସେବା ଆରମ୍ଭ କରିଛି । ଗତକାଲି (ଶନିବାର) ଠାରୁ ସମ୍ବଲପୁର ମାର୍ଗ ଦେଇ ରାଜଧାନୀ ଏକ୍ସପ୍ରେସର ପ୍ରଥମ ତେଜସ୍ ରେକ୍ ସହିତ ଏହାର ନିୟମିତ ଚଳାଚଳ ଆରମ୍ଭ କରିଛି ।

ଇଟିଭି ଭାରତ ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.