ETV Bharat / state

କାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

author img

By

Published : Jun 7, 2023, 8:48 PM IST

odisha HSE 12th result 2023
ଯୁକ୍ତ ଦୁଇ ରେଜଲ୍ଟ ୨୦୨୩

ଆସନ୍ତାକାଲି ଯୁକ୍ତ ଦୁଇ କଳା ରେଜଲ୍ଟ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । ଅପରାହ୍ନ ୪ଟାରେ କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି । ମେ’ ୩୧ ରେ ଯୁକ୍ତ ଦୁଇ ବି‌ଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।

ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ ହାର ୮୪.୯୩% ରହିଛି । ବିଜ୍ଞାନରେ ୯୩ ହଜାର ୭୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୮ ହଜାର ୯୩୮ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ୨୯୧ଟି ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଦୁଇଟି ସ୍କୁଲରେ କେହି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇନାହାନ୍ତି । ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍‌ ହାର ୮୧.୧୨% ରହିଥିଲା । ବାଣିଜ୍ୟରେ ମୋଟ ପରୀକ୍ଷାର୍ଥୀ ୨୪ ହଜାର ୮୨ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୯ ହଜାର ୫୩୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ବାଣିଜ୍ୟରେ ୯୩.୯% ରେଜଲ୍ଟ ସହ ନୟାଗଡ଼ ଜିଲ୍ଲା ଆଗରେ ରହିଛି । ବାଣିଜ୍ୟରେ ୫୫.୫୫% ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ ରହିଛି । ବାଣିଜ୍ୟରେ ୯୪ଟି ଶତ ପ୍ରତିଶତ ରେଜଲ୍ଟ ହୋଇଛି ।

ଅନ୍ୟପଟେ ଆଣିକି ଛାତ୍ରଛାତ୍ରୀ ଡିଜି ଲକର ଜରିଆରେ ସେମାନଙ୍କର ଯୁକ୍ତ ଦୁଇ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ ଏବଂ ମାର୍କସିଟ୍‌ ଆଦି ଡାଉନଲୋଡ୍‌ କରିପାରିବେ । ପୂର୍ବରୁ ଯେପରି ଭାବରେ ସାର୍ଟିଫିକେଟ ମିଳୁଥିଲା ତାହା ପୂର୍ବପରି ମିଳିବ । ଏଥିସହିତ ଯେଉଁ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସାର୍ଟିଫିକେଟ ଆବଶ୍ୟକ ସେମାନେ ଡିଜି ଲକରରୁ ଏହାକୁ ଡାଉନ୍‌ଲୋଡ୍‌ କରିବେ । ଆସନ୍ତା ଜୁନ୍‌ 10 ତାରିଖ ସୁଦ୍ଧା ଡିଜି ଲକରରେ ସାର୍ଟଫିକେଟ ମାର୍କସିଟ ଏବଂ ମାଇଗ୍ରେସନ ସାର୍ଟିଫିକେଟ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି । ଏହା ଫଳରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀ ତୁରନ୍ତ ସାର୍ଟିଫିକେଟ ପାଇପାରିବେ । ଅନ୍ୟପଟେ ଆଗାମୀ ବର୍ଷରୁ ଏକକାଳୀନ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଯୋଜନା କରାଯାଉଛି । ଗୋଟିଏ ଦିନରେ ସମସ୍ତ ଷ୍ଟ୍ରିମ୍‌ର ପରୀକ୍ଷା ଫଳ ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.