ETV Bharat / state

ଦେଶରେ 18ରୁ 20 ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

author img

By

Published : Mar 22, 2022, 9:48 PM IST

ପେଟ୍ରୋଲ ଓ ଡିଜେଲ ମୂଲ୍ୟ 18ରୁ 20 ଟଙ୍କା ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା
ପେଟ୍ରୋଲ ଓ ଡିଜେଲ ମୂଲ୍ୟ 18ରୁ 20 ଟଙ୍କା ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବହୁ ମାତ୍ରାରେ ବଢ଼ିଛି । ଭାରତରେ ପେଟ୍ରୋଲିୟମ ଦ୍ରବ୍ଯର ମୂଲ୍ୟ ମହଙ୍ଗା ହେବାରେ ଲାଗିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ 96 ଓ ଡିଜେଲ 91 ପଇସା ମହଙ୍ଗା ହୋଇଛି । ତେବେ ପେଟ୍ରୋଲିୟମ ଦ୍ରବ୍ଯର ମୂଲ୍ୟ ମହଙ୍ଗା ହେବାର ଅନେକ କାରଣ ଅଛି। ଅଧିକ ପଢନ୍ତୁ

ଭୁବନେଶ୍ବର: ଦେଶରେ ଆହୁରୀ ମହଙ୍ଗା ହୋଇପାରେ ପେଟ୍ରୋଲିୟମ ଦ୍ରବ୍ଯ ମୂଲ୍ୟ । ପେଟ୍ରୋଲ ଓ ଡିଜେଲ ଦର 18 ରୁ 20 ଟଙ୍କା ବଢିବା ସମ୍ଭାବନା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ସଞ୍ଜୟଙ୍କ ସୂଚନା ଅନୁଯାୟୀ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବହୁ ମାତ୍ରାରେ ବଢ଼ିଛି । ଭାରତରେ 2021 ନଭେମ୍ବର 6 ତଥା 137 ଦିନ ପରେ ଆଜି ପୁଣିଥରେ ଦରବୃଦ୍ଧି ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ 96 ଓ ଡିଜେଲ 91 ପଇସା ମହଙ୍ଗା ହୋଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ନଭେମ୍ବର 6 ପର ଠାରୁ 82 ଡଲାରରୁ ବୃଦ୍ଧିପାଇ ଏବେ 118 ଡଲାର ହୋଇଛି । ଏହି ଆଧାରରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ 18ରୁ 20 ଟଙ୍କା ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଏ ଦର ବୃଦ୍ଧି ପ୍ରତିଦିନ ଜାରି ରହିବ ।

ପେଟ୍ରୋଲ ଓ ଡିଜେଲ ମୂଲ୍ୟ 18ରୁ 20 ଟଙ୍କା ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା
ତେବେ ତୈଳ ଦର ବୃଦ୍ଧିର ବିଭିନ୍ନ କାରଣ ରହିଛି । ସେଥିମଧ୍ୟରୁ ରୁଷ-ୟୁକ୍ରେନ ଯୁଦ୍ଧ ଅନ୍ୟତମ କାରଣ ବୋଲି କୁହାଯାଉଛି । ଯୁଦ୍ଧ ନଥମିବା ଯାଏଁ ତେଲ ଦର ଉଚ୍ଚ ରହିବ । ଅନ୍ୟପଟେ କୋରୋନା ସମୟରେ ତୈଳ ଉତ୍ପାଦନକାରୀ ଦେଶ(ଓପେକ ପ୍ଲସ) ତୈଳ ଉତ୍ପାଦନ ହ୍ରାସ କରିଥିଲେ । ସ୍ୱାଭାବିକ ଅବସ୍ଥା ଫେରିବା ପରେ ଡିମାଣ୍ଡ ବଢିଲା । କିନ୍ତୁ ଉତ୍ପାଦନ ବଢିଲା ନାହିଁ । ଭାରତ, ଆମେରିକା ଓ ଚୀନ ତୈଳ ଉତ୍ପାଦନକାରୀ ଦେଶ ଉପରେ ଚାପ ପକାଇଲେ । ଏହି 3 ଦେଶ ନିଜର ଷ୍ଟାଟେଜିକ ଅଏଲ ରିଜର୍ଭକୁ ବ୍ୟବହାର କଲେ । ଅଶୋଧିତ ତୈଳ କିଣିଲେ ନାହିଁ ଫଳରେ ଅଶୋଧିତ ତୈଳ ଦର 80 ଡଲାର ତଳକୁ ଆସିଗଲା । ସେହି ସମୟରେ ଆସିଲା କୋରୋନାର ଓମିକ୍ରନ ୱେଭ । ଏହା ମଧ୍ୟ କ୍ରୁଡ଼ ଅଏଲ ଦର ହ୍ରାସ କରିବା ଲାଗି ସହାୟକ ହେଲା । ଏହି ସମୟରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେଲା । 80 ଡଲାର ତଳକୁ ଥିବା ଅଶୋଧିତ ତୈଳ ଦର 130 ଡଲାରକୁ ବୃଦ୍ଧି ପାଇଲା । ଏହାପରେ ମଧ୍ୟ ଅଶୋଧିତ ତୈଳ ଦର 130 ରୁ 100 ଡଲାର ତଳକୁ ଆସିଥିଲା । ଋଷିଆ ତୈଳକୁ ୟୁରୋପୀୟାନ ୟୁନିୟନ ବ୍ୟାନ କରିବା ନେଇ ଘୋଷଣା ପରେ ଅଶୋଧିତ ତୈଳ ବୃଦ୍ଧି ପାଇଛି । ତୈଳ ଦର ବ୍ୟାରେଲ ପିଛା 118 ଡଲାର ରହିଛି । ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି । ତାହା ମଧ୍ୟ ତୈଳ ଦର ବୃଦ୍ଧିର କାରଣ ସାଜିଛି । ତେବେ ସରକାର ଚାହିଁଲେ କିଛି ମାତ୍ରାରେ ଉତ୍ପାଦ ଶୁଳ୍କ ଓ ଭାଟ୍‌ କମାଇ ଗ୍ରାହକଙ୍କୁ ଆଶ୍ୱସ୍ତ କରିପାରିବେ । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.