ETV Bharat / state

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ବଢ଼ିଲା ଶ୍ରମିକଙ୍କର ଦୈନିକ ମଜୁରୀ

author img

By ETV Bharat Odisha Team

Published : Oct 4, 2023, 8:23 PM IST

Wages hike in odihsa
Wages hike in odihsa

ବଢିଛି ରାଜ୍ୟରେ ଶ୍ରମିକଙ୍କ ମଜୁରୀ । ମଜୁରୀ 7 ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଶ୍ରମିକଙ୍କ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ବିଭିନ୍ନ ବେସରକାରୀ ସେକ୍ଟରରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ସର୍ବାଧିକ କୁଶଳୀ ଶ୍ରମିକ ଉପକୃତ ହେବେ । ଏନେଇ ରାଜ୍ୟ ଶ୍ରମ କମିଶନର ଡକ୍ଟର ଏନ ଥିରୁମାଲା ନାୟକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ବିଜ୍ଞପ୍ତି ଅନୁସାରେ ଶ୍ରମିକଙ୍କର ଦୈନିକ ମଜୁରୀ ବୃଦ୍ଧି କରାଯାଇଛି । ଅଣକୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୩୪୫ରୁ ବଢ଼ି ୩୫୨ ଟଙ୍କା ହୋଇଛି । ଅର୍ଦ୍ଧକୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୩୮୫ରୁ ବଢ଼ି ୩୯୨ ଟଙ୍କା ହୋଇଛି । କୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୪୩୫ରୁ ବଢ଼ି ୪୪୨ ଟଙ୍କା ହୋଇଛି । ଅତିକୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୪୯୫ରୁ ବଢ଼ି ୫୦୨ ଟଙ୍କା ହୋଇଛି । ଯେଉଁଥିରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି ପାଇଥିବା ସୂଚନା ମିଳିଥିଲା । ପ୍ରତ୍ୟେକ ଶ୍ରମିକଙ୍କ ମଜୁରି ୧୨ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଚଳିତ ଥର ୭ ଟଙ୍କା ଲେଖାଏଁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ..କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦% ବୋନସ ଦେବାକୁ କହି ଧୋକା ଦେଇଛନ୍ତି ନବୀନ ସରକାର: କୁସୁମ

ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ବୈଠକରେ ସବୁ ବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ହୋଇଛି । ଶ୍ରମ କମିଶନର ଏନ ଥିରୁମାଳା ନାଏକ ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ଏହି ବର୍ଦ୍ଧିତ ମଜୁରୀର ଫାଇଦା ହୋଟେଲ, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ରେଷ୍ଟୁରାଣ୍ଟ, ସିନେମା ହଲ ଓ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନ ଆଦିରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ମିଳିବ । ଶ୍ରମିକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ପ୍ରତି 6 ମାସରେ ସଂଶୋଧିତ ହେଉଛି ।

ଏହା ମଧ୍ୟ ପଢନ୍ତୁ.. ବଢିଲା ଶ୍ରମିକଙ୍କ ମଜୁରୀ, 12 ଟଙ୍କା ବୃଦ୍ଧି କଲା ରାଜ୍ୟ ସରକାର

ତେବେ ଗତ ଏପ୍ରିଲ ମାସରେ ସରକାର ଶ୍ରମିକମାନଙ୍କୁ ପାରିଶ୍ରମିକ ବୃଦ୍ଧି କରିଥିଲେ । ପ୍ରତ୍ୟେକ ଶ୍ରମିକଙ୍କ ମଜୁରୀ ସମାନ ଭାବରେ ୧୨ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ଅଣକୁଶଳୀ ଶ୍ରମିକଙ୍କ ମଜୁରି ୩୩୩ ଟଙ୍କା ଥିଲା । ଯାହାକୁ ୩୪୫ ଟଙ୍କା କରାଯାଇଥିଲା । ଅର୍ଦ୍ଧକୁଶଳୀ ଶ୍ରମିକଙ୍କର ୩୭୩ ଟଙ୍କାରୁ ୩୮୫ ଟଙ୍କାକୁ ବୃଦ୍ଧି ପାଇଥିଲା । ଅନ୍ୟପକ୍ଷେ, କୁଶଳୀ ଶ୍ରମିକଙ୍କ ୪୨୩ ଟଙ୍କାରୁ ୪୩୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରି ୪୮୩ ଟଙ୍କାରୁ ୪୯୫ ଟଙ୍କାକୁ ବୃଦ୍ଧି ପାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.