ETV Bharat / state

ଶ୍ରୀକ୍ଷେତ୍ର ଗଲା କଂଗ୍ରେସର ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହୋଇଛି ତୁଳସୀ

author img

By ETV Bharat Odisha Team

Published : Dec 1, 2023, 5:12 PM IST

ଶ୍ରୀକ୍ଷେତ୍ର ଗଲା କଂଗ୍ରେସର ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହୋଇଛି ତୁଳସୀ
ଶ୍ରୀକ୍ଷେତ୍ର ଗଲା କଂଗ୍ରେସର ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହୋଇଛି ତୁଳସୀ

Tulasi Yatra: ତୁଳସୀ ଯାତ୍ରା ପାଇଁ ପଞ୍ଚାୟତ ସ୍ତରରୁ ନେତା ଓ କର୍ମୀ ଭୁବନେଶ୍ବରରେ ଏକାଠି ହୋଇଥିଲେ । ସଂଗ୍ରୁହିତ ତୁଳସୀ ଧରି ଏକ ବିଶାଳ ଶୋଭାଯାତ୍ରା ରାଜମହଲ ପର୍ଯ୍ୟନ୍ତ ଯାଇଥିଲେ । ସେଠାର କଂଗ୍ରେସ ନେତା କର୍ମୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ର ଗଲା କଂଗ୍ରେସର ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହୋଇଛି ତୁଳସୀ

ଭୁବନେଶ୍ବର: କାମ ଦେଲା ନାହିଁ ଘଣ୍ଟ ନାଦ । ସଫଳ ହେଲା ନାହିଁ ସଂକର୍ତ୍ତୀନ ସତ୍ୟାଗ୍ରହ । ଦାବି ପୂରଣ ପାଇଁ ଆଜି ପୁଣି କଂଗ୍ରେସ କରିଛି ତୁଳସୀ ଯାତ୍ରା । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଦାବିରେ ଓଡିଶା କଂଗ୍ରେସର ଲଢେଇ ଜାରି ରହିଛି । ଆଜି ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟ (କଂଗ୍ରେସ ଭବନ) ଠାରୁ ଶ୍ରୀକ୍ଷେତ୍ର ଅଭିମୁଖେ କଂଗ୍ରେସ କରିଛି ତୁଳସୀ ଯାତ୍ରା । ସାରା ରାଜ୍ୟରୁ ଦଳୀୟ ନେତା କର୍ମୀ, ଜିଲ୍ଲା ସଭାପତି ମାନେ ତୁଳସୀ ସଂଗ୍ରହ କରି ଭୁବନେଶ୍ବର ଆଣିଥିଲେ । ସେଠାରୁ ସମସ୍ତ ତୁଳସୀକୁ ଏକାଠି କରି ଶ୍ରୀକ୍ଷେତ୍ର ପୁରୀ ଯାଇ ଜଗନ୍ନାଥଙ୍କୁ ତୁଳସୀ ସମର୍ପଣ କରିଛନ୍ତି ।

ତୁଳସୀ ଯାତ୍ରା ପାଇଁ ପଞ୍ଚାୟତ ସ୍ତରରୁ ନେତା ଓ କର୍ମୀ ଭୁବନେଶ୍ବରରେ ଏକାଠି ହୋଇଥିଲେ । ସଂଗ୍ରୁହିତ ତୁଳସୀ ଧରି ଏକ ବିଶାଳ ଶୋଭାଯାତ୍ରା ରାଜମହଲ ପର୍ଯନ୍ତ ଯାଇଥିଲେ । ସେଠାର କଂଗ୍ରେସ ନେତା କର୍ମୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା, ରତ୍ନଭଣ୍ଡାରର ଯାଞ୍ଚ କରିବା, ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି ମଣତି କରିବା ଦାବି ତୁଳସୀ ଯାତ୍ରା କରିଛି କଂଗ୍ରେସ ।

ଅଧିକ ପଢନ୍ତୁ- କଂଗ୍ରେସର ତୁଳସୀ ଯାତ୍ରା: ସୁନ୍ଦରଗଡରେ ଘରୁ ଘରୁ ସଂଗ୍ରହ ହେଲା ତୁଳସୀ ପତ୍ର

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ସାରା ରାଜ୍ୟରେ ଥିବା ଜଗନ୍ନାଥ ପ୍ରେମୀ ଏବଂ ଭକ୍ତଙ୍କ ପାଇଁ ତୁଳସୀ ଯାତ୍ରା ଆଜି ସଫଳ ହେବାକୁ ଯାଉଛି । ବାରମ୍ବାର ଦାବି କରିବା ସତ୍ତ୍ବେ ମଧ୍ୟ ସରକାର ଶ୍ରୀମନ୍ଦିରର 4 ଦ୍ଵାର ଖୋଲିଲେ ନାହିଁ। ବିଜେଡି ସରକାରର ଅହଙ୍କାର ବଢ଼ିଗଲାଣି। କୋଭିଡ ସମୟରେ ମନ୍ଦିର ଦ୍ଵାର ବନ୍ଦ ରହିବା ଠିକ ନିଷ୍ପତି। କିନ୍ତୁ ଏବେ ତ କୋଭିଡ ନାହିଁ କାହିଁକି 4ଦ୍ଵାର ଖୋଳଯାଉନାହିଁ । ରତ୍ନ ଭଣ୍ଡାର ଖୋଲିବା ଏବଂ ମରାମତି କରିବା ପ୍ରସଙ୍ଗକୁ ମଧ୍ୟ ଘୁଞ୍ଚେଇ ଘୁଞ୍ଚେଇ ଚାଲିଛନ୍ତି ରାଜ୍ୟ ସରକାର । ଏହାର ଅର୍ଥ ସରକାରଙ୍କ କିଛି ନା କିଛି ତ୍ରୁଟି ରହିଛି । ସେହିଭଳି ପ୍ରଭାରୀ ଚେଲ୍ଲା କୁମାର ମଧ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଆମେ ବିଜେଡି ସରକାରଙ୍କୁ ସଦବୁଦ୍ଧି ଦେବାପାଇଁ ମହାପ୍ରଭୁଙ୍କ ପାଖରେ ଏହି ତୁଳସୀ ଅର୍ପଣ କରିବୁ । ସରକାର ନିଦ ଭାଙ୍ଗୁ । ସରକାର ତୁରନ୍ତ 4ଦ୍ଵାର ଖୋଲିବାକୁ ବ୍ୟବସ୍ଥା କରନ୍ତୁ । ଏହି ତୁଳସୀ ଯାତ୍ରାରେ ରାଜ୍ୟ ପ୍ରଭାରୀ ଏ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମେତ ଶହ ଶହ ସଂଖ୍ୟାରେ କଂଗ୍ରେସ ନେତା କର୍ମୀ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.