ETV Bharat / state

କଂଗ୍ରେସର ତୁଳସୀ ଯାତ୍ରା: ସୁନ୍ଦରଗଡରେ ଘରୁ ଘରୁ ସଂଗ୍ରହ ହେଲା ତୁଳସୀ ପତ୍ର

author img

By ETV Bharat Odisha Team

Published : Dec 1, 2023, 10:35 AM IST

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା ଭଳି ବ୍ୟାପକ ଦାବି ନେଇ କଂଗ୍ରେସର ତୁଳସୀ ଯାତ୍ରା । ଘରୁ ଘରୁ ସଂଗ୍ରହ ହେଲା ତୁଳସୀ ପତ୍ର । ଅଧିକ ପଢନ୍ତୁ

କଂଗ୍ରେସର ତୁଳସୀ ଯାତ୍ରା
କଂଗ୍ରେସର ତୁଳସୀ ଯାତ୍ରା

ରାଉରକେଲା ସହ ସୁନ୍ଦରଗଡ ଜିଲ୍ଲାରେ କଂଗ୍ରେସର ତୁଳସୀ ଯାତ୍ରା।

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ କଂଗ୍ରେସର ତୁଳସୀ ଯାତ୍ରା ଶେଷ ହୋଇଛି । ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଏହି ତୁଳସୀ ଯାତ୍ରା ଆୟୋଜନ କରାଯାଇଛି । ଏହି ଅବସରରେ ଘରୁ ଘରୁ ତୁଳସୀ ପତ୍ର ସଂଗ୍ରହ କରାଯାଇଛି । ଏହାକୁ ନେଇ ରାତିରେ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ସୁନ୍ଦରଗଡରୁ ବାହାରି ଭୁବନେଶ୍ୱର ଯାଇଥିଲେ । ଆଜି କଂଗ୍ରେସ ନେତାମାନେ ଭୁବନେଶ୍ବରରୁ ଏହି ତୁଳସୀ ନେଇ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଯିବେ ।

ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ ନେଇ କଂଗ୍ରେସ ପକ୍ଷରୁ ଏକ ଅଭିନବ ଉପାୟରେ ଦାବି କରାଯାଇଛି । ରାଜ୍ୟରେ ସମସ୍ତ ଜିଲ୍ଲାରେ ତୁଳସୀ ଯାତ୍ରା କରାଯାଇ ଘରୁ ଘରୁ ତୁଳସୀ ପତ୍ର ସଂଗ୍ରହ କରାଯାଇ ଦାବି ଉପସ୍ଥାପନ କରାଯାଇଛି । ଏହି କ୍ରମରେ ସୁନ୍ଦରଗଡରେ ମଧ୍ୟ ଗୁରୁବାର ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା ଆୟୋଜିତ ହୋଇଯାଇଛି । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ ଘରୁ ଘରୁ ତୁଳସୀ ପତ୍ର ସଂଗ୍ରହ କରାଯାଇଛି । ଏହାକୁ ନେଇ ରାତିରେ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ସୁନ୍ଦରଗଡରୁ ବାହାରି ଭୁବନେଶ୍ୱର ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ... ଭାଙ୍ଗିବ ସରକାରଙ୍କ ଅହଂ ଭାବ: ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିବ ରାଜ୍ୟ କଂଗ୍ରେସ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଜଗନ୍ନାଥ ପ୍ରେମୀଙ୍କ ପାଇଁ କଂଗ୍ରେସ ପକ୍ଷରୁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ କଂଗ୍ରେସର ପ୍ରମୁଖ ଦାବି ଗୁଡିକ ମଧ୍ୟରେ ରହିଛି, ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ମରାମତି ଓ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସହ ଭଣ୍ଡାର ଗୃହ ମରାମତି, ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତ ମୋଣହି ଜମି ଏବଂ ଚାଷୀଙ୍କ ଚାଷ ଜମି ତୁରନ୍ତ ଫେରସ୍ତ ।

ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରତି ଅବହେଳା ଏବଂ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅବହେଳାକୁ ନେଇ ପୂର୍ବରୁ ମଧ୍ୟ ନିଆରା ସଂକୀର୍ତ୍ତନ ପ୍ରତିବାଦ କରାଯାଇଛି ଏବଂ ବର୍ତ୍ତମାନ ଏହି ତୁଳସୀ ଯାତ୍ରାର ଆୟୋଜନ ହୋଇଛି । ତେବେ ରାଉରକେଲା ସହର ସମେତ ସାରା ରାଜ୍ୟରେ କଂଗ୍ରେସ ଘରୁ ଘରୁ ତୁଳସୀ ପତ୍ର ସଂଗ୍ରହ କରି କଂଗ୍ରେସ ପ୍ରତିବାଦ କରିଥିଲା । ତେବେ ଆଜି ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କମିଟି ଅଫିସରେ ସଂଗ୍ରହ ହୋଇଥିବା ତୁଳସୀ ପତ୍ର ନେଇ କଂଗ୍ରେସ ପ୍ରତିବାଦ କରିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.