ETV Bharat / state

CHSE Plus 2 Results: ବିଜ୍ଞାନରେ 84.93% ଓ ବାଣିଜ୍ୟରେ 81.12% ପାସ, ଛାତ୍ରଙ୍କୁ ଟପିଲେ ଛାତ୍ରୀ

author img

By

Published : May 31, 2023, 11:47 AM IST

Updated : May 31, 2023, 12:55 PM IST

CHSE Plus 2 Results
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା କଲେ ଗଣ ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି । ଅଧିକ ପଢନ୍ତୁ

CHSE Plus 2 Results

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାପଳ ପ୍ରକାଶ ପାଇଛି । ସିଏଚଏସଇ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି । ବିଜ୍ଞାନରେ 77 ହଜାର 468 ରେଗୁଲାର ପିଲା ପାସ କରିଥିବା ବେଳେ 1470 ଏକ୍ସରେଗୁଲାର ପିଲା ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ । ବିଜ୍ଞାନରେ ପାସହାର 84.93% ରହିଛି । ବାଣିଜ୍ୟରେ ମୋଟ ପାସହାର 81.12% ରହିଛି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ନୟାଗଡରେ ସର୍ବାଧିକ ପାସହାର ରହିଛି । ଅପରାହ୍ନ 12ଟାରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । www.orissaresult.nic.in ୱେବସାଇଟରେ ରେଜଲ୍ଟ ମିଳିବ ।

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ବିଜ୍ଞାନରେ ମୋଟ 93,734 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମୋଟ 78 ହଜାର 938 ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ 39 ହଜାର 573 ଜଣ ପାସ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ 24 ହଜାର 257 ଓ ତୃତୀୟ ଶ୍ରେଣୀରେ 14 ହଜାର 852 ଜଣ ପାସ କରିଛନ୍ତି । ବିଜ୍ଞାନରେ 96.41% ରେଜଲ୍ଟ ସହ ନୟାଗଡ ଆଗରେ ରହିଛି । ସେହିପରି 61.55% ରେଜଲ୍ଟ ସହ ସର୍ବନିମ୍ନରେ ଗଜପତି ରହିଛି । ବିଜ୍ଞାନରେ ଛାତ୍ରପାସ ହାର 45.32% ରହିଛି । ମୋଟ 42121 ଛାତ୍ର ପାସ କରିଛନ୍ତି । ସେହିପରି 36817 ଛାତ୍ରୀ ପାସ କରିଥିବା ବେଳେ ପାସହାର 36.61% ରହିଛି । 90 ପ୍ରତିଶତରୁ ଅଧିକ ମାର୍କ ରିଖି 358 ଜଣ ପାସ କରିଛନ୍ତି । ସେହିପରି 100 ପ୍ରତିଶତ ପାସ ହୋଇଥିବା 291ଟି କଲେଜ ରହିଛି । 2ଟି କଲେଜରେ ଶୂଲ ରେଜଲ୍ଟ ହୋଇଛି ।

ବାଣିଜ୍ୟରେ ମୋଟ 24 ହଜାର 331 ପିଲା ପରୀକ୍ଷା ଦେଇଥିଲେ । ସେଥିରୁ 19 ହଜାର 536 ପରୀକ୍ଷାର୍ଥୀ ପାସ କରିଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ 7, 410 ପରୀକ୍ଷାର୍ଥୀ ପାସ । ଦ୍ବିତୀୟରେ 4543 ଓ ତୃତୀୟ ଶ୍ରେଣୀରେ 7492 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । 93.9% ରେଜଲ୍ଟ ସହ ନୟାଗଡ ଆଗରେ ରହିଥିବା ବେଳେ 55.55% ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ ରହିଛି । ବାଣିଜ୍ୟରେ 12 ହଜାର 121 ଜଣ ଛାତ୍ରୀ ପାସ କରିଥିବା ବେଳେ ପାସହାର 50.33% ରହିଛି । 7 ହଜାର 415 ଜଣ ଛାତ୍ର ପାସ ହୋଇଥିବାବେଳେ ପାସ ହାର 83.87% ରହିଛି । 7 ହଜାର 415 ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ପାସ ହାର 83.87% ରହିଛି। ବାଣିଜ୍ୟରେ 90 ପ୍ରତିଶତ ଉର୍ଦ୍ଧ୍ବ ମାର୍କ ରଖି 102 ଜଣ ପାସ ହୋଇଛନ୍ତି। ସେହିପରି 100 ପ୍ରତିଶତ ପାସ ହୋଇଥିବା 94ଟି କଲେଜ ରହିଛି ।

ଫଳାଫଳ ନେଇ କୌଣସି ସମସ୍ୟା ଥିଲେ ଟୋଲ ଫ୍ରି ହେଲ୍ପ ଲାଇନ ନମ୍ବର 0674-2300914 ଛାତ୍ରଛାତ୍ରୀମାନେ ଯୋଗାଯୋଗ କରିପାରେ । ଜୁନ 10 ସୁଦ୍ଧା ସମସ୍ତ ମାର୍କସିଟ, ମାଇଗ୍ରେସନ ସାଟିଫିକେଟ ଡିଜି ଲକରେ ଉପଲବ୍ଧ ହେବ । କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପରେ ରିଚେକିଙ୍ଗ ନେଇ ନୋଟିଫିକେସନ ଜାରି ହେବ । ମାଟ୍ରିକ ପାସ ହାର ଅଧିକ ଥିବାରୁ ଚଳିତ ଶିକ୍ଷାବର୍ଷଠୁ ଯୁକ୍ତ ଦୁଇ ସିଟ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ହୋଇଛି ।

ଏହା ବି ପଢନ୍ତୁ...ବଢିବ ଯୁକ୍ତ ଦୁଇ ସିଟ ସଂଖ୍ୟା, ମାଟ୍ରିକ ପାସ ହାର ଦେଖି ନିଷ୍ପତ୍ତି

ପ୍ରକାଶ ଥାଉ କି, ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ବର୍ଷ ୧୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ 93 ହଜାର 894, ବାଣିଜ୍ୟରେ 24 ହଜାର 331, କଳାରେ 2 ଲକ୍ଷ 33 ହଜାର 855 ଓ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 862 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ୩୦ ପୃଷ୍ଠାର ଉତ୍ତରଖାତା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ଜୁନ 8 ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ମେ 10 ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟର ଖାତାଦେଖା ଆରମ୍ଭ ହୋଇଥିଲା । ଏଥିରେ ୧୫ ହଜାର ମୂଲ୍ୟାଙ୍କନକାରୀ ନିୟୋଜିତ ହୋଇଥିଲେ । ଉଭୟ ଅନଲାଇନ ଓ ଅଫଲାଇନରେ ଖାତାଦେଖା ହୋଇଥିଲା ।

ଇଟିିଭି ଭାରତ, ଭୁବନେଶ୍ବର

Last Updated :May 31, 2023, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.