ETV Bharat / state

Kotia Dispute: ରାଜ୍ୟ ସରକାରଙ୍କୁ ସମୟ ଦେଲା ବିଜେପି, ମାସେ ଭିତରେ ସମାଧାନ ନହେଲେ..

author img

By

Published : May 3, 2023, 7:55 PM IST

ରାଜ୍ୟ ସରକାରଙ୍କୁ ସମୟ ଦେଲା ବିଜେପି, ମାସେ ଭିତରେ ସମାଧାନ ନହେଲେ...
ରାଜ୍ୟ ସରକାରଙ୍କୁ ସମୟ ଦେଲା ବିଜେପି, ମାସେ ଭିତରେ ସମାଧାନ ନହେଲେ...

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳଯରେ ଆୟୋଜିତ ଏକ ପ୍ରେସମିଟରେ ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ମାସକ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ବିବାଦକୁ ନେଇ ଯଦି କିଛି ଠୋସ ନିଷ୍ପତ୍ତି ନ ନେବେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରି କୋଟିଆ ଆମର ବୋଲି ଦାବି ଉପସ୍ଥାପନ ନ କରିବେ ରାଜ୍ୟ ସାରା ବିଜେପି ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ ବୋଲି ଆନ୍ଦୋଳନ କରିବ ବିଜେପି ।’’ ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ସମୟ ଦେଲା ବିଜେପି, ମାସେ ଭିତରେ ସମାଧାନ ନହେଲେ...

ଭୁବନେଶ୍ବର: କୋଟିଆ ବିବାଦକୁ ନେଇ ବଢୁଛି ରାଜନୀତି । ନିକଟରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆ ଆସି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପରେ ଏବେ ସୀମା ବିବାଦ ବଢିବାରେ ଲାଗିଛି । ଆଜି ଏହି ପ୍ରସଙ୍ଗରେ ବିଜେପି ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ।

ମାସକ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ବିବାଦକୁ ନେଇ ଯଦି କିଛି ଠୋସ ନିଷ୍ପତ୍ତି ନ ନେବେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରି କୋଟିଆ ଆମର ବୋଲି ଦାବି ଉପସ୍ଥାପନ ନ କରିବେ ରାଜ୍ୟ ସାରା ବିଜେପି ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ ବୋଲି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳଯରେ ଆୟୋଜିତ ଏକ ପ୍ରେସମିଟରେ ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ ମାସକ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ବିବାଦକୁ ନେଇ ଯଦି କିଛି ଠୋସ ନିଷ୍ପତ୍ତି ନ ନେବେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରି କୋଟିଆ ଆମର ବୋଲି ଦାବି ଉପସ୍ଥାପନ ନ କରିବେ ରାଜ୍ୟ ସାରା ବିଜେପି ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ ବୋଲି ଆନ୍ଦୋଳନ କରିବ ବିଜେପି।’’

ପୃଥ୍ବୀରାଜ କହିଛନ୍ତି ଆନ୍ଧ୍ର ଏବଂ ଓଡିଶା ସୀମା ବିବାଦ ସମାଧାନ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ । ସୀମା ବିବାଦ ଯେତେବେଳେ ଜଟିଳ ସ୍ଥିତିରେ ପହଞ୍ଚିଛି । ତେଣୁ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରିବାର ଆବଶ୍ୟକତା ଅଛି ବୋଲି ବୋଧେ ନବୀନ ପଟ୍ଟନାୟକ ଭୁଲି ଯାଇଛନ୍ତି । ଓଡିଶାର ଅସ୍ମିତା ଏବଂ ସମ୍ମାନ ସହିତ କୌଣସି ଜାଗାରେ କାହାକୁ ବି ଖେଳିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ବିଜେପି । ଓଡିଶା ପ୍ରଦେଶର ସମ୍ମାନକୁ ବାରମ୍ବାର ଭୁଲୁଣ୍ଠିତ କରିବାର ଅଧିକାର ନବୀନ ସରକାରଙ୍କୁ କିଏ ଦେଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

ସେହିପରି ପୃଥୀରାଜ କହିଛନ୍ତି, କୋଟିଆ ସୀମା ବିବାଦ ଏବେ ଓଡ଼ିଶା ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିବା ଆରମ୍ଭ କରିଛି । କେବଳ କୋଟିଆ ନୁହେଁ, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ସେଠାରେ ମଧ୍ୟ କିଛି ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶ କରି କରୁଛି ଏବଂ ଯୋଜନା ବାଣ୍ଟୁଛି । ବାସହୀନ ଲୋକଙ୍କୁ ପଟା ବାଣ୍ଟୁଛି ଆନ୍ଧ୍ର । କୋଟିଆ ପ୍ରସଙ୍ଗରେ ଆମ ରାଜ୍ୟ ସରକାର କିନ୍ତୁ ଚୁପ ବସିଛନ୍ତି । ନା କୌଣସି ମନ୍ତ୍ରୀ, ଅଧିକାରୀ ବା ଜିଲ୍ଲା ପ୍ରଶାସନ ସେଠାକାର ସ୍ଥିତି ବୁଝୁଛନ୍ତି । ସମସ୍ତେ ଏ ପ୍ରସଙ୍ଗକୁ ଏଡ଼ାଇ ଚାଲିଛନ୍ତି । ଏବେ ପ୍ରହେଳିକା ପୂର୍ଣ୍ଣ ସ୍ଥିତିରେ ଅଛି କୋଟିଆ । ଏହି ଢିଲାପଣ ପାଇଁ ଆଜି ଓଡ଼ିଶା ପୋଲାଭରମ, ମହେନ୍ଦ୍ରତନୟା, ମହାନଦୀ ଟ୍ରିବ୍ୟୁନାଲ ମାମଲାରେ ପଛରେ ରହିଛି । ଏହାର ବି କିଛି ନିଷ୍ପତ୍ତି ନେଇପାରୁ ନାହାନ୍ତି ସରକାର।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ରେ କୋଟିଆ ଗସ୍ତ କରିଥିଲେ ସେ ସମୟରେ ସେଠାରେ ଆନ୍ଧ୍ର ଅଧିକାରୀ ଙ୍କୁ ଗୋ ବ୍ୟାକ ନାରା ଦେଇଥିଲେ । କିନ୍ତୁ ଏହା ଓଡିଶା ସରକାରଙ୍କୁ ଖରାପ ଲଗିଲା । ଏବେ ଯେତେବେଳେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆ ଆନ୍ଧ୍ର ପ୍ରଦେଶର ବୋଲି କହୁଛନ୍ତି ସେତେବେଳେ ନା ରାଜ୍ୟ ସରକାରଙ୍କୁ ଖରାପ ଲାଗୁଛି ନା ସରକାରୀ ଦଳର ଲୋକମାନଙ୍କୁ ଖରାପ ଲାଗୁଛି। ଏହି ଢ଼ିଲା ପଣିଆ ଯୋଗୁଁ ସରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ଏହାର ନିଷ୍ପତ୍ତି ନେବା ପାଇଁ ବିଜେପି ଦାବି କରିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.